୧୫୦ ଘର, ୭୫ ଏକର ପରିବା ଚାଷ ନଷ୍ଟ

ଜଳେଶ୍ୱର, ୨୭।୮(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ସୁବର୍ଣ୍ଣରେଖା ନଦୀର ଉତ୍ତରପଟେ ହୋଇଥିବା ବେଳେ ଏହି ବ୍ଲକ ଅଧୀନ ଏକମାତ୍ର ଗଡସାହି ବାଲିଆପାଳ ପଞ୍ଚାୟତ ନଦୀର ଦକ୍ଷିଣପଟେ ରହିଛି। ଏହା ବିଚ୍ଛିନ୍ନାଞ୍ଚଳ ଭାବେ ପରିଚିତ। ସୁବର୍ଣ୍ଣରେଖା ନଦୀ ପଞ୍ଚାୟତକୁ ଦୁଇପଟେ ଘେରି ରହିଥିବା ବେଳେ ବନ୍ୟା ହେଲେ ଗମନାଗମନା ବାଧାପ୍ରାପ୍ତ ହେବା ସହିତ ବ୍ୟାପକ କ୍ଷତି ହୋଇଥାଏ। ଗତ ସୁବର୍ଣ୍ଣରେଖା ବନ୍ୟାରେ ପଞ୍ଚାୟତର ୧୫୦ ପରିବାରଙ୍କ ଘର ନଷ୍ଟ ହୋଇଥିବା ବେଳେ ୭୫ ଏକର ଜମିରେ ହୋଇଥିବା ବିଭିନ୍ନ ପରିବା ଚାଷ ସମୂଳେ ନଷ୍ଟ ହୋଇଥିବା ସରପଞ୍ଚ ପ୍ରକାଶ କରିଛନ୍ତି ା ଏ ସମ୍ପର୍କରେ ସେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କୁ ଓ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ା
ପଞ୍ଚାୟତ ସୁବର୍ଣ୍ଣରେଖା ନଦୀ ଅପରପଟେ ରହିଥିବାରୁ ବ୍ଲକ କାର୍ଯ୍ୟାଳୟ, ତହସିଲ, କୋର୍ଟ, ବ୍ୟାଙ୍କ, ଥାନା, କୃଷି କାର୍ଯ୍ୟାଳୟ, ସବ୍‌ରେଜେଷ୍ଟ୍ରି, ରେଳଷ୍ଟେଶନକୁ ଯାତାୟାତରେ ଅନ୍ତରାୟ ସୃଷ୍ଟି ହୋଇଥାଏ। ବିଶେଷ କରି ବର୍ଷାଦିନରେ ଯାତାୟାତ ଲାଗି ଦୀର୍ଘପଥ ଅତିକ୍ରମ କରି ବାଲିଆପାଳ, ବସ୍ତା ବ୍ଲକ ଡେଇଁ ଜଳେଶ୍ୱର ଆସିବାକୁ ପଡିଥାଏ। ଚଳିତବର୍ଷ ଖାଲୁଆ ଅଞ୍ଚଳ ଦେଇ ବନ୍ୟାପାଣି ପ୍ରବେଶ କରିଥିବାରୁ ୧୦୦ଏକର ଜମିରେ ହୋଇଥିବା କାକୁଡି, ପୋଟଳ ଓ କୁନ୍ଦରୀ ଚାଷ ମଧ୍ୟରୁ ୭୫ ଏକର ଚାଷ ଜମି ଏବେବି ପାଣିରେ ବୁଡିରହିଛି ା କେବଳ ହାସିମପୁର ପଦାଠାରେ ଥିବା ସର୍ବେଶ୍ୱର ରାଉଳ, ରବୀନ୍ଦ୍ର ସାହୁ, ଦେବେନ୍ଦ୍ର ମହାଳିକ, ମହେଶ୍ୱର ଧଳ, ହରି ହାଁସଦା, ସୁମି ମାରାଣ୍ଡି, ଶ୍ରୀମନ୍ତ ହାଁସଦା, ବାଇଧର ହାଁସଦା, ମୁମୁ ମାରାଣ୍ଡି, କୁନା ହେମ୍ବ୍ରମ, ସଞ୍ଜୟ କିସ୍କୁ, ସିଦୁ ହେମ୍ବ୍ରମ, ରାମା ମାରାଣ୍ଡି, ଗଙ୍ଗାଧର ମୁର୍ମୁ, ବାଇନ ମାରାଣ୍ଡି, ଗଣେଶ ମାରାଣ୍ଡି, ସନ୍ତୋଷ ମୁର୍ମୁ, ନାରାୟଣ ମାରାଣ୍ଡିଙ୍କ ଘର ଭୁଶୁଡି ପଡିଛି ା ବନ୍ୟା ଆସିବା ଦିନ ଏମାନେ ଆଶ୍ରୟକେନ୍ଦ୍ରକୁ ଯାଇଥିବା ବେଳେ ଦୁଇଦିନ ପରେ ଆସି ସବୁକିଛି ନଷ୍ଟ ହୋଇଯାଇଥିବା ଦେଖିଥିଲେ। ଏବେ ବି ଉକ୍ତ ପରିବାର ରାସ୍ତାକଡରେ ପଲିଥିନ ଟାଙ୍ଗି ବସବାସ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri