Categories: ଜାତୀୟ

ବିଷାକ୍ତ ଖାଦ୍ୟ ଖାଇ ହସ୍ପିଟାଲରେ ଆଇଫୋନ ନିର୍ମାତା କମ୍ପାନୀର ୧୫୦ କର୍ମଚାରୀ

ଚେନ୍ନାଇ,୧୯।୧୨: ଆପଲ ପାଇଁ ଆଇଫୋନ ନିର୍ମାଣ କରୁଥିବା ଫକ୍ସକନ ଇଣ୍ଡିଆ ୟୁନିଟ୍‌ରେ ବିଷାକ୍ତ ଖାଦ୍ୟ ଖାଇ ୧୫୦ କର୍ମଚାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି କର୍ମଚାରୀ ଓ ସେମାନଙ୍କ ପରିବାର ବର୍ଗ। ସେମାନେ ରାଜରାସ୍ତା ଅବରୋଧ କରିବାରୁ ଶତାଧିକଙ୍କୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

ଏହି ଘଟଣା ଫକ୍ସକନର ଡରମିଟୋରିଜରେ ଘଟିଛି, ଯେଉଁଠାରେ କମ୍ପାନୀର ପ୍ରଡକଶନ ୟୁନିଟରେ କାର୍ଯ୍ୟ କରୁଥିବା କର୍ମଚାରୀ ରୁହନ୍ତି। ଏହା ବିରୋଧରେ କମ୍ପାନୀର ଅନ୍ୟ କର୍ମଚାରୀ ଓ ସେମାନଙ୍କ ପରିବାର ସମ୍ପର୍କୀୟମାନେ ଚେନ୍ନାଇ-ବେଙ୍ଗାଲୁରୁ ହାଇଓ୍ବେକୁ କିଛି ଘଣ୍ଟା ପାଇଁ ବନ୍ଦ ରଖିଥିଲେ। ରାଜରାସ୍ତା ବ୍ଲକ କରିବାରୁ ପ୍ରାୟ ୭୦ ମହିଳା ଓ ୨୨ ପୁରୁଷଙ୍କୁ ଅଟକ ରଖାଯାଇଛି ବୋଲି ପୋଲିସ ଅଧିକାରୀ କହିଛନ୍ତି। ଏ ସମ୍ପର୍କରେ ଫକ୍ସକନ କମ୍ପାନୀ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟିକରଣ ଦିଆଯାଇ ନାହିଁ।

Share