Posted inଫୁରସତ

ଏକ ମିନିଟ୍‌ରେ ୧୫୦ କାର୍‌ ଲୋଗୋ

ଚେନ୍ନାଇ: କଥାରେ ଅଛି ଆଗ୍ରହର ସହ କରାଯାଇଥିବା ସମସ୍ତ କାମରେ ସଫଳତା ଅବଶ୍ୟ ମିଳିଥାଏ। ଏହାର ଏକ ଉଦାହରଣ ହେଉଛନ୍ତି ଚେନ୍ନାଇର ୭ ବର୍ଷର ବାଳକ କେଭିନ୍‌ ରାହୁଲ। ଏତେ କମ୍‌ ବୟସରେ ସେ ୧୫୦ଟି କାର୍‌ ଲୋଗୋର ନାଁ କହି ରେକର୍ଡ କରିଛନ୍ତି। ଛୋଟବେଳରୁ କେଭିନଙ୍କର କାର୍‌ ପ୍ରତି ଏକ ସ୍ବତନ୍ତ୍ର ଆକର୍ଷଣ ରହିଛି। କାର୍‌ ଦେଖିବା ମାତ୍ରେ ସେ ଭଲଭାବେ ସବୁ ନିରୀକ୍ଷଣ କରିଥାନ୍ତି। କାର୍‌ ପ୍ରତି ତାଙ୍କର ଏହି ଆକର୍ଷଣ ଏବେ ତାଙ୍କୁ ରେକର୍ଡ କରିବାରେ ସାହାଯ୍ୟ କରିଛି। ମାତ୍ର ୧ ମିନିଟ୍‌ ସମୟରେ ସେ ଗାଡ଼ିର ଲୋଗୋ ଦେଖି ୧୫୦ଟି କାର୍‌ର ନାଁ କହି ପାରିଛନ୍ତି। ଏତେ କମ୍‌ ସମୟରେ ସେ ଏତେ କାର୍‌ ନାଁ କହିପାରିଥିବାରୁ ଏବେ ତାଙ୍କ ନାଁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ଓ ଏସିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛି। ଏତେ କମ୍‌ ବୟସରେ କେଭିନ୍‌ ଏହି ରେକର୍ଡ ହାସଲ କରିପାରିଥିବାରୁ ଏବେ ତାଙ୍କ ପରିବାର ଲୋକେ ବେଶ୍‌ ଖୁସି ହୋଇଛନ୍ତି। କେଭିନଙ୍କ ବାପା ରାଜୁଙ୍କ କହିବା ଅନୁସାରେ ସବୁ କଥାକୁ କେଭିନ୍‌ ଶୀଘ୍ର ମନେରଖିପାରନ୍ତି। କିନ୍ତୁ କାର୍‌ ପ୍ରତି ତାଙ୍କର ସ୍ବତନ୍ତ୍ର ରୁଚି ରହିଥିବାରୁ ସବୁ କାର୍‌ର ଲୋଗୋ ଦେଖି ସେ ଗାଡ଼ିର ନାଁ କହିପାରନ୍ତି। ଏହି ସ୍ମରଣଶକ୍ତି ଫଳରେ ସେ ୧ ମିନିଟ୍‌ ମଧ୍ୟରେ ୧୫୦ଟି ଗାଡ଼ିର ନାଁ କହିପାରିଛନ୍ତି। ତାଙ୍କର ମନେ ରଖିବା ଶକ୍ତି ଭଲ ଥିବାରୁ ସେ କିଛି ବି ଭୁଲନ୍ତି ନାହିଁ ଓ ସବୁବେଳେ କିଛି ବଡ଼ କାମ କରିବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ ଏତେ କମ୍‌ ବୟସରୁ ସେ କିପରି ରେକର୍ଡ କରିବେ ଚିନ୍ତା କରି ଏହି ରାସ୍ତାକୁ ଆପଣାଇଥିଲେ। ଫଳରେ ଏହି ମାସରେ ସେ ରେକର୍ଡ କରିବା ନିମନ୍ତେ ପଦକ୍ଷେପ ନେଇଥିଲେ ଓ ସଫଳ ହୋଇଥିଲେ। ଗତ ଜୁନ୍‌ ମାସରେ ହୋଇଥିବା ଏକ ନୂଆ ରେକର୍ଡକୁ ଭାଙ୍ଗି ସେ ଏହି ସଫଳତା ହାସଲ କରିପାରିଛନ୍ତି। ଏବେ ଏଭଳି ଏକ ରେକର୍ଡ କରିଥିବା କେଭିନ୍‌ ଭବିଷ୍ୟତରେ ପୁଣି ନୂଆ ରେକର୍ଡ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ତାଙ୍କ ସହ ଆଇସ୍‌କ୍ରିମ୍‌ ଖାଇବା ପାଇଁ କେଭିନ୍‌ଙ୍କର ସ୍ବତନ୍ତ୍ର ଇଚ୍ଛା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ବଡ଼ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରମ୍ପ? ସାରା ବିଶ୍ୱରେ ଚହଳ, ହ୍ବାଇଟ୍‌ ହାଉସ୍‌…

ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ…

ଆଉ ଏକ ଆମେରିକୀୟ ବିମାନକୁ ଖସାଇଲା ଇରାନ, ଦାବି କରି କହିଲା….

ତେହେରାନ,୫।୪: ଇରାନ ସହିତ ଚାଲିଥିବା ସଂଘର୍ଷରେ ଆମେରିକୀୟ ସେନା ପ୍ରବଳ କ୍ଷତି ସହୁଛି । ରବିବାର ଦିନ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଇସଫାହାନ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

‘ଏହା କେବଳ ଟ୍ରେଲର ମାତ୍ର… ପିକ୍ଚର ଏବେବି ବାକି ଅଛି’, AAPକୁ ନେଇ ନୂଆ ଭିଡ଼ିଓ ଜାରି କଲେ ରାଘବ ଚଢା

ନୂଆଦିଲ୍ଲୀ,୫।୪: ରାଜ୍ୟ ସଭାରେ ଉପନେତା ପଦରୁ ତାଙ୍କୁ ହଟାଇବା ପରେ, ଆମ ଆଦମୀ ପାର୍ଟି (ଆପ) ନେତା ଏବଂ ରାଘବ ଚଢାଙ୍କ ମଧ୍ୟରେ ବାକ ଯୁଦ୍ଧ ତୀବ୍ର…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri