Categories: ଜାତୀୟ

୬ ମାସ ହେଲା ନାବାଳିକାଙ୍କୁ ବଳାତ୍କାର କରୁଥିଲେ ୫ ଯୁବକ

ଚେନ୍ନାଇ, ୧୩ା୪- ଗତ ୬ ମାସ ହେଲା ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଡରାଇ ଧମକାଇ ବଳାତ୍କାର କରୁଥିଲେ ୫ ଯୁବକ। ତାମିଲନାଡୁର କୁଡ଼ାଲୋରରୁ ଆସିଛି ଏଭଳି ଅଭିଯୋଗ। ପୀଡ଼ିତାଙ୍କ ବାପା ଚେନ୍ନାଇରେ କାମ କରୁଥିବାରୁ ସେ ସମ୍ପର୍କୀୟଙ୍କ ଘରେ ରହୁଥିଲେ। ସେଠାରେ ୫ ଜଣ ଯୁବକ ତାଙ୍କୁ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ। ଅଭିଯୋଗ ହେବା ପରେ ଏନ୍‌. ଧିନା (୨୧), ଏସ୍‌. ବିଘ୍ନେସ (୧୯), ଭି. ହଂସ୍ତରାଜ (୨୧)ଙ୍କୁ ଗିରଫ କରାଯାଇଛି।

ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା। ସମ୍ପର୍କୀୟ ଖରାପ ସ୍ବାସ୍ଥ୍ୟ କାରଣ ପଚାରିବାରୁ ପୀଡ଼ିତା ଘଟଣା ସମ୍ପର୍କରେ ପ୍ରକାଶ କରିଥିଲେ। ଥାନାରେ ମାମଲା ଦାୟର ହେବା ପରେ ପୋକ୍ସ ଆଇନ ଅନୁଯାୟୀ, ୩ ଜଣଙ୍କୁ ଗିରଫ କରାଯାଇଛି। ଫେରାର ଥିବା ଦୁଇ ଅଭିଯୁକ୍ତଙ୍କ ପାଇଁ ଜାରି କରାଯାଇଛି ଲୁକ୍‌ ଆଉଟ୍‌।

Share