୧୫ ତାଲିବାନ ଆତଙ୍କବାଦୀ ନିହତ

କନ୍ଧାହାର, ୪।୨: ଆଫଗାନିସ୍ତାନରେ ସୈନ୍ୟବାହିନୀଙ୍କ ପାଲଟା ଆକ୍ରମଣରେ ୧୫ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି। କନ୍ଧାହାରର ଦକ୍ଷିଣ ଅଞ୍ଚଳରେ ଏଭଳି ଘଟିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ଅରଘଣ୍ଡାବ ଏବଂ ଦାଣ୍ଡ ଜିଲାରେ ଆତଙ୍କବାଦୀଙ୍କ ଶିବିର ଥିବା ଅଞ୍ଚଳରେ ସୈନ୍ୟବାହିନୀ ପକ୍ଷରୁ ସର୍ଚ୍ଚ ଅପରେଶନ୍‌ ଆରମ୍ଭ କରାଯାଇଥିଲା। ବାୟୁସେନା ଏଥିରେ ସହଯୋଗ କରିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏଠାରୁ ବିପୁଳ ପରିମାଣର ଗୋଳାବାରୁଦ, ୪ଟି ମୋଟର ସାଇକେଲ ଏବଂ ଆଧୁନିକ ଅସ୍ତ୍ରଶସ୍ତ୍ର ବୋଝେଇ ହୋଇଥିବା ୨ଟି ଗାଡ଼ି ଜବତ ହୋଇଛି। ସର୍ଚ୍ଚ ଅପରେଶନ ସମୟରେ ୩ ଜଣ ଲୋକ ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Share