Posted inଜାତୀୟ

୫ ମାସରେ ୧୫ ବିଦ୍ୟାର୍ଥୀଙ୍କ ଆତ୍ମହତ୍ୟା: ବଢିଲା ଚିନ୍ତା

ଜୟପୁର,୨୭ା୫: ବିଭିନ୍ନ ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା ଦେବା ପାଇଁ ପ୍ରସ୍ତୁତି ନିମନ୍ତେ ସାରା ଦେଶରୁ ପ୍ରତିବର୍ଷ ଲକ୍ଷାଧିକ ଛାତ୍ରୀଛାତ୍ର କୋଚିଂ ହବ୍‌ ଭାବେ ପରିଚିତ ରାଜସ୍ଥାନର କୋଟା ସହରକୁ ଆସିଥାନ୍ତି। ତେବେ ପାଠପଢ଼ା ଚାପ ସହ ଅସଫଳ ହେବାର ଆଶଙ୍କା କରି ବିଭିନ୍ନ ସମୟରେ ଆଶାୟୀ ଛାତ୍ରୀଛାତ୍ର ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଆପଣାଉଛନ୍ତି। ଆତ୍ମହତ୍ୟା ରୋକିବା ପାଇଁ ସରକାରୀ ସ୍ତରରେ କେତେକ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ଏହା କମିବା ନଁା ଧରୁନି। ଚଳିତ ବର୍ଷ ୫ ମାସ ମଧ୍ୟରେ କୋଟାରେ ୧୫ ଛାତ୍ରୀଛାତ୍ର ଆତ୍ମହତ୍ୟା କଲେଣି।
ବିଦ୍ୟାର୍ଥୀମାନେ କେବଳ କୋଟାରେ କାହିଁକି ଆତ୍ମହତ୍ୟା କରୁଛନ୍ତି ବୋଲି ସୁପ୍ରିମକୋର୍ଟ ଶୁକ୍ରବାର ରାଜ୍ୟ ସରକାରଙ୍କୁ ଜବାବ ମାଗିଥିଲା ବେଳେ ଏହାର ୨ ଦିନ ପରେ ସେଠାରେ ଜମ୍ମୁ-କଶ୍ମୀରର ଜଣେ ୧୮ ବର୍ଷୀୟା ନିଟ୍‌ ଆଶାୟୀ ଆତ୍ମହତ୍ୟା କରିଛନ୍ତି। ଏହା ଚଳିତ ମାସର ଦ୍ୱିତୀୟ ଘଟଣା ହୋଇଥିବାବେଳେ ଚଳିତ ବର୍ଷର ୧୫ତମ ଆତ୍ମହତ୍ୟା। ପୋଲିସ ସୂଚନା ଅନୁଯାୟୀ, ମୃତା ଜିଶନ କୋଟା ସହରର ପ୍ରତାପ ଚୌରାହାସ୍ଥିତ ଏକ ପେଇଙ୍ଗ୍‌ ଗେଷ୍ଟ ରୁମ୍‌ରେ ରହୁଥିଲେ। ସେ ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଫୋନ୍‌ କରି ଜଣାଇଥିଲେ। ସମ୍ପର୍କୀୟ ଜଣକ ଜିଶନ ରହୁଥିବା ରୁମ୍‌ର ଉପର ମହଲାରେ ଥିବା ଅନ୍ୟ ଜଣେ ଛାତ୍ରୀଙ୍କୁ ଫୋନ୍‌ କରି କ’ଣ ହୋଇଛି ଦେଖିବାକୁ କହିଥିଲେ। ତେବେ ରୁମ୍‌ ଭିତରପଟୁ ବନ୍ଦ ଥିବାରୁ ଅନ୍ୟମାନେ ମିଶି ଏହାକୁ ଭାଙ୍ଗିବା ପରେ ଜିଶନ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ଉକ୍ତ ପ୍ରକୋଷ୍ଠରେ ଆତ୍ମହତ୍ୟା ନିରୋଧୀ ଉପକରଣ ନ ଥିଲା ବୋଲି ପୋଲିସ କହିଛି। ସୂଚନାଯୋଗ୍ୟ, ଗତ ୩ ତାରିଖରେ ମଧ୍ୟପ୍ରଦେଶର ଜଣେ ଏନ୍‌ଇଇଟି ଆଶାୟୀ ଛାତ୍ରୀ ନିଜ ପ୍ରକୋଷ୍ଠରେ ଆତ୍ମହତ୍ୟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡୋ-ପ୍ରଶାନ୍ତ ମହାସାଗରରେ ଧମକ ଦେଲା ଭାରତ, ଦମ୍‌ ଦେଖାଇଲା INS ନୀଳଗିରି

ନୂଆଦିଲ୍ଲୀ,୨୨।୩: ଭାରତ-ପ୍ରଶାନ୍ତ (ଇଣ୍ଡୋ-ପ୍ୟାସିଫିକ)ମହାସାଗରୀୟ କ୍ଷେତ୍ରରେ ଭାରତର ବଢୁଥିବା ଶକ୍ତି ଏବେ ସ୍ପଷ୍ଟ ଭାବରେ ଦେଖା ଗଲାଣି। ଭାରତୀୟ ନୌସେନାର ଉଚ୍ଚ-ପ୍ରଯୁକ୍ତି ଯୁଦ୍ଧଜାହାଜ, INS ନୀଳଗିରି, ଅଷ୍ଟ୍ରେଲିଆରେ ଚାଲିଥିବା…

Modi Govt Plan-B ଆକ୍ଟିଭ! ଇନ୍ଧନ ଯୋଗାଣ, ଜାହାଜ ପରିବହନ ସୁରକ୍ଷା ଉପରେ ଦୃଢ ମନୋଭାବ ପୋଷଣ କଲା ଭାରତ, ହର୍ମୁଜ ଷ୍ଟ୍ରେଟରେ କଡ଼ା ନଜର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଶକ୍ତି ପ୍ରତିଷ୍ଠାନ ଉପରେ ଆକ୍ରମଣ ବିଶ୍ୱ ଉତ୍ତେଜନାକୁ ଏକ ଗୁରୁତର ସ୍ତରକୁ ବୃଦ୍ଧି କରିଛି।…

ଖୁସି ଖବର: ଭାରତ ପହଞ୍ଚିଲା ଆମେରିକାର LPG ଜାହାଜ, ପ୍ରଥମେ ରୁଷିଆ ତେଲ ଟ୍ୟାଙ୍କର ଆଉ ଏବେ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପରେ, ବିଶ୍ୱ ତୈଳ ସଙ୍କଟ ଆହୁରି ଘନିଷ୍ଠ ହୋଇଛି। ଇରାନର ହର୍ମୁଜ ପ୍ରଣାଳୀ ଉପରେ ପହରାଦେବା ଜାହାଜଗୁଡ଼ିକୁ ସମୁଦ୍ରରେ ରହିବାକୁ ବାଧ୍ୟ କରିଛି।…

ବଢିବ କି ପେଟ୍ରୋଲ-ଡିଜେଲ ମୂଲ୍ୟ? କେନ୍ଦ୍ର ସରକାର ଦେଲେ ବଡ଼ ସୂଚନା

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ, ହର୍ମୁଜ ପ୍ରଣାଳୀକୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି। ହର୍ମୁଜ ପ୍ରଣାଳୀ ସମ୍ପୂର୍ଣ୍ଣ ବନ୍ଦ ହୋଇପାରେ ବୋଲି ଆଲୋଚନା ହେଉଛି। ଏହା ଭବିଷ୍ୟତରେ…

ଭାରତୀୟ ରାଜନୀତିରେ ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ମୋଦି, ନିଜ ନାଁରେ କଲେ ଆଉ ଏକ ରେକର୍ଡ

ନୂଆଦିଲ୍ଲୀ,୨୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତୀୟ ରାଜନୀତିରେ ଇତିହାସ ସୃଷ୍ଟି କରିଛନ୍ତି। ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟକାଳକୁ ମିଶାଇ ମୋଟ…

ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…

ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ,…

କ୍ୟୁବାରେ ଘୋଟିଗଲା ଘନ ଅନ୍ଧାର, ଦେଶବ୍ୟାପୀ ବ୍ଲାକ ଆଉଟ, ଏଥିପାଇଁ ଟ୍ରମ୍ପ ଦାୟୀ?

ହାଭାନା,୨୨।୩: ଶନିବାର ଦିନ, କ୍ୟୁବାର ସମ୍ପୂର୍ଣ୍ଣ ବିଦ୍ୟୁତ ଗ୍ରୀଡ ପୁଣି ଥରେ ଭାଙ୍ଗି ପଡ଼ିଲା, ଯାହା ଫଳରେ ସାରା ଦେଶରେ ପ୍ରାୟ ୧୧ ନିୟୁତ ଲୋକ ଅନ୍ଧାରରେ…

ଏଣିକି ୨ମିନିଟ୍‌ରେ ମିଳିବ ସିଲିଣ୍ଡର, ବୁକିଂ କରିବା ପୂର୍ୱରୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ଏବେ ସାରା ଭାରତର ପରିବାରର ରୋଷେଇ ଘରେ ପଡ଼ିବା ଆରମ୍ଭ ହୋଇଛି। ଯେହେତୁ ଭାରତ ଏହାର ପ୍ରାୟ 60 ପ୍ରତିଶତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri