୧୫ ଜଣ ପାଇବେ ରାଷ୍ଟ୍ରପତି ପୋଲିସ ପଦକ

ଭୁବନେଶ୍ୱର,୧୫ା୮(ବ୍ୟୁରୋ): ୭୬ତମ ସ୍ବାଧୀନତା ଦିବସ ପାଳନ ଅବସରରେ ରାଷ୍ଟ୍ରପତି ପୋଲିସ ପଦକ ରବିବାର ଘୋଷଣା କରାଯାଇଛି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ୨୦୨୨ ଲାଗି ଓଡ଼ିଶା ପୋଲିସର ୧୫ ଜଣ ମନୋନୀତ ହୋଇଛନ୍ତି। ୨ ଜଣ ପୋଲିସ କର୍ମଚାରୀଙ୍କୁ ସାହସିକତା ପଦକ ପାଇଁ ଚୟନ କରାଯାଇଛି। ବିଶିଷ୍ଟ ତଥା ଉତ୍କୃଷ୍ଟ ସେବା ନିମନ୍ତେ ଦ୍ୱୈତନଗରୀ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ସିକ୍ୟୁରିଟି ଓ୍ବିଙ୍ଗର ଭାରପ୍ରାପ୍ତ ଆରକ୍ଷୀ ଅଧୀକ୍ଷକ ସରୋଜ କୁମାର ମହାପାତ୍ର ରାଷ୍ଟ୍ରପତି ପୋଲିସ ପଦକ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ଓଡ଼ିଶାର ୨ଜଣ ପୋଲିସ ଅଧିକାରୀ ସାହସିକତା ପାଇଁ ପୋଲିସ ପଦକରେ ସମ୍ମାନିତ ହେବେ। ସେମାନେ ହେଲେ କମାଣ୍ଡୋ କୁମାର କର୍ମୀ ଓ କମାଣ୍ଡୋ ପୀତବାସ ପାଣ୍ଡେ। ସେହିଭଳି ୧୧ ଜଣ ପୋଲିସ କର୍ମୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୋଲିସ ପଦକ ପ୍ରଦାନ କରାଯିବ। ସେମାନେ ହେଲେ କଟକ ଭିଜିଲାନ୍ସ ସେଲ ନିର୍ଦ୍ଦେଶାଳୟର ଅତିରିକ୍ତ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ପ୍ରକାଶ କୁମାର ନାଏକ, ଭୁବନେଶ୍ୱର ଏସ୍‌ଟିଏଫ ସିଆଇଡି, ସିବିର ଡେପୁଟି ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ସଚ୍ଚିଦାନନ୍ଦ ରଥ, ଭୁବନେଶ୍ୱର ବିପିଏସପିଏର ଡେପୁଟି ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ଗୁରୁପ୍ରସାଦ ଶିବଶଙ୍କର ନନ୍ଦ, ରାଉରକେଲା ଡେପୁଟି ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ବନିତା ମାଝୀ, କଟକ ସିଆଇଡି, ସିବିର ସବ-ଇନ୍ସପେକ୍ଟର ଏନ୍‌.ତ୍ରିନାଥ ଡୋରା, ସମ୍ବଲପୁର ସ୍ପେସାଲ ସ୍କ୍ବାଡର ସହକାରୀ ସବ-ଇନ୍ସପେକ୍ଟର ମହମ୍ମଦ ଜାହାଙ୍ଗୀର, ଝାରସୁଗୁଡା ଓଏସ୍‌ଏପି ୨ୟ ବାଟାଲିୟନର ହାବିଲଦାର ବିଷ୍ଣୁ କୁମାର ବୁରା, ଅନୁଗୋଳର ଡ୍ରାଇଭର ହାବିଲଦାର ହୃଷୀକେଶ ବାରିକ, କୋରାପୁଟର ଏସ୍‌ଓଜି,ଏଇଟି ଏବଂ ଆରସିର ସହକାରୀ ଆର୍‌ମୋରିର ବସନ୍ତ କୁମାର ଡାକୁଆ,ସୁନ୍ଦରଗଡ ଡିଏଫଏସ୍‌ଏଲର କନଷ୍ଟେବଳ ଅଞ୍ଜନ କୁମାର ମହାନ୍ତି ଓ କୋରାପୁଟ ଓଏସ୍‌ଏପି ୩ୟ ବାଟାଲିୟନର ସିପାହୀ ପ୍ରଶାନ୍ତ ପରିଡା। ଅପରପକ୍ଷରେ ୩ ଅଗ୍ନିଶମ କର୍ମଚାରୀ ପ୍ରଶାନ୍ତ କୁମାର ଦାଶ, ବିଜୟ ଚନ୍ଦ୍ର ପାତ୍ର ଓ ହାବିଲଦାର ସର୍ବେଶ୍ୱର ମିଶ୍ର ପାଇବେ ଫାୟାର ସର୍ଭିସ ପଦକ। ସେହିପରି ୩ ଜଣ ଜେଲ୍‌ କର୍ମଚାରୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସେବା ପାଇଁ ପଦକ ମିଳବ। ଜେଲର୍‌ ବିଭେନ୍ଦୁ ଭୂୟଁାଙ୍କୁ ‘ରାଷ୍ଟ୍ରପତିଙ୍କ ସୁଧାର ସେବା ପଦକ’, ଜେଲର୍‌ ବୁଲୁ ମାଟିଆ ଓ ସହକାରୀ ଜେଲର୍‌ ସୁପକ କୁମାର ନାୟକଙ୍କୁ ‘ଗୁଣାତ୍ମକ ସେବା ପାଇଁ ସୁଧାରା ସେବା ପଦକ’ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri