Categories: ଜାତୀୟ

ପୁଣି ୧୫ ଜୀବନ ନେଲା ଅକ୍ସିଜେନ ଅଭାବ

ପଣଜୀ,୧୩।୫: ଅକ୍ସିଜେନ ଯୋଗାଉଥିବା ପାଇପଲାଇନ୍‌ରେ ତ୍ରୁଟି ଯୋଗୁ ଗୋଆ ମେଡିକାଲ କଲେଜରେ ଚାଲିଯାଇଛି ୧୫ କରୋନା ଆକ୍ରାନ୍ତଙ୍କ ଜୀବନ। ମେଡିକାଲରେ ରାତି ୨ଟାରୁ ୬ଟା ପର୍ଯ୍ୟନ୍ତ ଅକ୍ସିଜେନ ଯୋଗାଣ ବାଧାପ୍ରାପ୍ତ ହେବାରୁ ଭେଣ୍ଟିଲେଟରରେ ଥିବା ଗୁରୁତର ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଗୁରୁବାର ରାତି ୧ଟା ୨୫ରେ ଆକ୍ରାନ୍ତଙ୍କ ପରିବାରବର୍ଗ ଅକ୍ସିଜେନ ଲେଭଲ ତଳକୁ ଖସୁଥିବା ଜାଣିବାକୁ ପାଇଥିଲେ। ଏହାର ୪୫ ମିନିଟ୍‌ ପରେ ୧୪୩, ୧୪୪, ୧୪୫, ୧୪୬ ଓ ୧୪୯ ନଂ ଓ୍ବାର୍ଡରେ ଅକ୍ସିଜେନ ଅଭାବ ଥିବା ଜିଏମ୍‌ସି ମେଡିକାଲ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ଡାକ୍ତରମାନେ ଏ ସମ୍ପର୍କରେ ଅଧିକାରଙ୍କୁ ଜଣାଇଥିଲେ। ଜାରି କରାଯାଇଥିବା ଏସ୍‌ଓଏସ୍‌କୁ ଗୁରୁତର ସହ ନେଇ ନ ଥିଲେ ସ୍ବାସ୍ଥ୍ୟ ଅଧିକାରୀ। ଏସ୍‌ଓଏସ୍‌ ଜାରି କରାଯିବା ପରେ ମଧ୍ୟ ପୋଲିସ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ବିଳମ୍ବରେ ପହଞ୍ଚିଥିବା କହିଛନ୍ତି କୋଭିଡ୍‌ ଭଲ୍ୟୁଣ୍ଟର ଶ୍ରୁତି ଚତ୍ତୁର୍ବେଦି।

Share