ଆକାଶରେ ୧୫ କି.ମି. ବ୍ୟାପିଲା ପାଉଁଶ

ଜାକର୍ତ୍ତା,୫ା୧୨: ଇଣ୍ଡୋନେସିଆର ସର୍ବୋଚ୍ଚ ଆଗ୍ନେୟଗିରି ମାଉଣ୍ଟ ସେମେରୁରୁ ରବିବାର ଲାଭା ଉଦ୍‌ଗିରଣ ହୋଇଛି। ଏହାର ପ୍ରଭାବରେ ୧୫ କି.ମି. ଅଞ୍ଚଳ ପର୍ଯ୍ୟନ୍ତ ଆକାଶ ପାଉଁଶ ଓ ବାଷ୍ପରେ ମେଘାଚ୍ଛନ୍ନ ହୋଇଛି। ଆସନ୍ନ ବିପଦକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଅଞ୍ଚଳରୁ ୨,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଜାଭା ଦ୍ୱୀପର ପୂର୍ବ ଭାଗରେ ସର୍ବୋଚ୍ଚ ସତର୍କତା ଜାରି କରାଯାଇଛି।

ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ର ଇଣ୍ଡୋନେସିଆ ଉପରେ ଗୋଟିଏ ପରେ ଗୋଟିଏ ବିପତ୍ତି ମାଡ଼ିଆସୁଛି। ଗତ ମାସରେ ଓ୍ବେଷ୍ଟ୍‌ ଜାଭାରେ ୫.୬ ତୀବ୍ରତା ବିଶିଷ୍ଟ ଭୂକମ୍ପରେ ୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ପ୍ରାଣହାନି ଘଟିବା ପରେ ଏବେ ଦେଶର ସର୍ବୋଚ୍ଚ ଆଗ୍ନେୟଗିରି ନିଜ ପ୍ରକୋପ ଦେଖାଇଛି। ଦେଶରେ ଥିବା ମୋଟ ୧୪୨ ଆଗ୍ନେୟଗିରି ମଧ୍ୟରୁ ୧୨୯ଟି ସକ୍ରିୟ ରହିଛି। ସେଗୁଡ଼ିକ ନିକଟ ୧୦ କି.ମି. ରେ ୮.୬ ନିୟୁତ ଲୋକ ବସବାସ କରନ୍ତି। ୨୦୦ ବର୍ଷ ମଧ୍ୟରେ ଏହି ଆଗ୍ନେୟଗିରିଗୁଡ଼ିକରୁ ବହୁବାର ଉଦ୍‌ଗିରଣ ହୋଇସାରିଛି।

ଏଥିଯୋଗୁ ଲକ୍ଷାଧିକ ଲୋକଙ୍କ ଜୀବନ ପ୍ରତି ସବୁବେଳେ ବିପଦ ଆଶଙ୍କା ରହିଥାଏ। ମୌସୁମୀ ବର୍ଷା ଯୋଗୁ ଜାଭା ଦ୍ୱୀପରେ ଥିବା ୩,୬୭୬ ମିଟର ଉଚ୍ଚତା ବିଶିଷ୍ଟ ମାଉଣ୍ଟ ସେମେରୁର ଉପରଭାଗ ଧସିଯିବାରୁ ତହିଁରୁ ଲାଭା ଉଦ୍‌ଗିରଣ ହୋଇଥିବା ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥାର ମୁଖପାତ୍ର ଅବ୍‌ଦୁଲ ମୁହାରି କହିଛନ୍ତି। ସେମେରୁ ପର୍ବତରୁ ଲାଭା ନିର୍ଗତ ହେବା ପରେ ଆଖପାଖର ଅନେକ ଗ୍ରାମ ଉପରେ ପାଉଁଶ ଆଚ୍ଛାଦିତ ହୋଇରହିଛି। ସୂର୍ଯ୍ୟାଲୋକର ଚିହ୍ନବର୍ଣ୍ଣ ନାହିଁ। ଉଦ୍ଧାରକାରୀ ଦଳ ଗ୍ରାମବାସୀମାନଙ୍କୁ ସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତର କରିଛନ୍ତି।
ଧୂଳି ଓ ବର୍ଷା ଯୋଗୁ ରାସ୍ତାଗୁଡ଼ିକୁ ବନ୍ଦ କରିଦିଆଯାଇଛି। ୮ କି.ମି ଅଞ୍ଚଳକୁ ଡେଞ୍ଜର ଜୋନ୍‌ ଘୋଷଣା କରାଯାଇଥିବା ଭୋଲ୍‌କାନୋଲୋଜି ଆଣ୍ଡ୍‌ ଜିଓଲୋଜିକାଲ ହାଜାର୍ଡ ମିଟିଗେଶନ୍‌ ସେଣ୍ଟର ମୁଖ୍ୟ ହେନ୍ଦ୍ରା ଗୁନାଓ୍ବନ୍‌ କହିଛନ୍ତି। ତେବେ ଏଥିଯୋଗୁ କେହି ମୃତାହତ ହୋଇ ନ ଥିବା ପରିବହନ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ରାଜଧାନୀ ଜାକର୍ତ୍ତାରୁ ୬୪୦ କି.ମି. ଦୂରରେ ଅବସ୍ଥିତ ସୁମେରୁ ମହାମେରୁ ନାମରେ ମଧ୍ୟ ପରିଚିତ। ଗତବର୍ଷ ଡିସେମ୍ବରରେ ଶେଷ ଥର ପାଇଁ ସେମେରୁରୁ ବଡ଼ ଧରଣର ଲାଭା ଉଦ୍‌ଗିରଣ ହୋଇଥିଲା। ଜନବସତିକୁ ଲାଭା ମାଡ଼ିଯିବାରୁ ଶତାଧିକ ଘର ମାଟିରେ ମିଶିଯାଇଥିଲା। ଏହାର ପ୍ରଭାବରେ ୫୧ ଜଣଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri