ପାକିସ୍ତାନର ପଞ୍ଜାବ ବିଶ୍ୱବିଦ୍ୟାଳୟରେ ହୋଲି ପାଳନ କରୁଥିବା ଛାତ୍ରଙ୍କ ଉପରେ ଆକ୍ରମଣ, ୧୫ ଆହତ

ଲାହୋର,୭ ।୩: ପାକିସ୍ତାନର ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟର ୧୫ ଛାତ୍ରଙ୍କ ଉପରେ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ସୋମବାର କଟ୍ଟରପନ୍ଥୀ ଇସଲାମିକ ଛାତ୍ର ସଂଗଠନର ସଦସ୍ୟ ଆକ୍ରମଣ କରିଛନ୍ତି । ଏହି ଘଟଣାରେ ପ୍ରାୟ ୧୫ ଜଣ ଛାତ୍ର ଆହତ ହୋଇଛନ୍ତି । ସୂଚନାଯୋଗ୍ୟ, ହିନ୍ଦୁ ସମ୍ପ୍ରଦାୟର ଛାତ୍ରମାନେ ହୋଲି ପାଳନ କରିବାକୁ ବିଶ୍ୱବିଦ୍ୟାଳୟ ପରିସରରେ ଏକାଠି ହୋଇଥିଲେ । ଏହି ସମୟରେ କଟ୍ଟରପନ୍ଥୀ ଇସଲାମିକ ଛାତ୍ର ସଙ୍ଗଠନର ସଦସ୍ୟ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ ।

ସୂଚନାଯୋଗ୍ୟ, ପଞ୍ଜାବ ବିଶ୍ୱବିଦ୍ୟାଳୟର ଲ’ କଲେଜରେ ପ୍ରାୟ ୩୦ ହିନ୍ଦୁ ଛାତ୍ର ହୋଲି ପାଳନ କରିବାକୁ ଏକାଠି ହୋଇଥିଲେ । ବିଶ୍ୱବିଦ୍ୟାଳୟର ଛାତ୍ର ଓ ପ୍ରତ୍ୟେକ୍ଷଦର୍ଶୀ କାଶିଫ ବ୍ରୋହି କହିଛନ୍ତି, ଯେମିତି ଛାତ୍ରମାନେ ଲ’ କଲେଜର ଲନରେ ଏକାଠି ହୋଇଥିଲେ ଇସଲାମିକ ଜମିୟତ ତୁଲବା(ଆଇଜେଟି)ର କର୍ମୀ ସେମାନଙ୍କୁ ହୋଲି ଖେଲିବାକୁ ବାରଣ କରିଥିଲେ, ଏହାପରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା ଓ ୧୫ ହିନ୍ଦୁ ଛାତ୍ର ଏଥିରେ ଆହତ ହୋଇଥିଲେ ।

Share