୧୫ରୁ ପ୍ରସିଦ୍ଧ ହିଙ୍ଗୁଳା ଯାତ୍ରା

ତାଳଚେର, ୩।୪(ନି.ପ୍ର.) ଦୀର୍ଘ ଦୁଇବର୍ଷ ପରେ ଅନୁଷ୍ଠିତ ହେବ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିସ୍ବରୂପା ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା। କରୋନା ପ୍ରକୋପ ନ ଥିବାରୁ ଚଳିତବର୍ଷ ପାରମ୍ପରିକ ନୀତି ଅନୁଯାୟୀ ଯାତ୍ରା ଏବଂ ଏବଂ ୧୮ତମ ଲୋକମହୋତ୍ସବ ଆୟୋଜନ କରାଯିବ। ଏଥିଲାଗି ମା’ଙ୍କ ପୀଠ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଶନିବାର ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୧୫ ତାରିଖରେ ହିଙ୍ଗୁଳା ଯାତ୍ରା ଏବଂ ଏଥିପୂର୍ବରୁ ୬ ତାରିଖର ଜନ୍ତାଳ ପୂଜା ଆୟୋଜନ କରିବାକୁ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି।
ତାଳଚେର ଉପଜିଲାପାଳ ତଥା ମା’ ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ବିଶ୍ୱରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜା ରାଜେନ୍ଦ୍ର ଚନ୍ଦ୍ର ଦେବ ବୀରବର ହରିଚନ୍ଦନ, ବରିଷ୍ଠ ଟ୍ରଷ୍ଟବୋର୍ଡ ସଦସ୍ୟ ସୌଭାଗ୍ୟ ଚନ୍ଦ୍ର ପ୍ରଧାନ, ବିଧାୟକ ବ୍ରଜକିଶୋର ପ୍ରଧାନ, ଏମ୍‌ସିଏଲ୍‌ର ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ସବ୍‌କମିଟିରେ ଥିବା କେତେଜଣ ସଦସ୍ୟ ନିଷ୍କ୍ରିୟ ରହୁଛନ୍ତି। ତେଣୁ ପ୍ରତି ବିଭାଗର ସବ୍‌କମିଟି ପୁନର୍ଗଠନ କରାଯାଇଛି। ମା’ଙ୍କ ଉଭାସ୍ଥଳୀ ଦାୟିତ୍ୱ ଟ୍ରଷ୍ଟବୋର୍ଡ ସଦସ୍ୟ ସନ୍ତୋଷ ପ୍ରଧାନ, ରାଜେନ୍ଦ୍ର ସିଂକୁ ଅର୍ପଣ କରାଯାଇଛି। ଉପଜିଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହେବ ବୋଲି ଟ୍ରଷ୍ଟ ବୋର୍ଡ ସଦସ୍ୟ ମୂରଲୀଧର ସାହୁ ଆଣିଥିବା ପ୍ରସ୍ତାବ ଗୃହୀତ ହୋଇଛି। ଯାତ୍ରାର ଅତିରିକ୍ତ ଖର୍ଚ୍ଚ ଏମ୍‌ସିଏଲ୍‌ ବହନ କରିବ ବୋଲି ବିଧାୟକ ପ୍ରସ୍ତାବ ଦେଇଛନ୍ତି। ଚଳିତ ବର୍ଷ ଉଭାସ୍ଥଳୀରେ ୨୫ ଷ୍ଟଲ୍‌, ସୂଚନା କେନ୍ଦ୍ର ଏବଂ ପ୍ରାଥମିକ ଚିକିତ୍ସା ନିମନ୍ତେ ୨ ସ୍ବତନ୍ତ୍ର ଷ୍ଟଲ୍‌ ନିର୍ମାଣ କରିବା, ପୂର୍ବବର୍ଷ ତୁଳନାରେ ଷ୍ଟଲ୍‌ ସଂଖ୍ୟା ହ୍ରାସ, ଷ୍ଟଲ୍‌ ବଣ୍ଟନକୁ ନିରପେକ୍ଷ କରିବା ଏବଂ ବିଭାଗୀକରଣ କରାଯାଇ ବଣ୍ଟନ କରିବାକୁ ଟ୍ରଷ୍ଟବୋର୍ଡ ସଦସ୍ୟ ସନ୍ତୋଷ ପ୍ରଧାନ, ସିଦ୍ଧେଶ୍ୱର ପ୍ରଧାନ, ଗଗନ ବିହାରୀ ସାହୁ, ଏସ୍‌ଡିପିଓ ସ୍ବାମୀ ଏସ୍‌. କୁମାର ପ୍ରସ୍ତାବ ଦେଇଥିଲେ। ନନ୍ଦିରା କୋଲିୟାରିକୁ ଷ୍ଟଲ ନିର୍ମାଣ ଓ ସାଉଣ୍ଡ ବ୍ୟବସ୍ଥା, ଭୁବନେଶ୍ୱରୀ ଓସିପିକୁ କୁଲର ଓ ପଙ୍ଖାର ବ୍ୟବସ୍ଥା, ହିଙ୍ଗୁଳା କ୍ଷେତ୍ରକୁ ଲୋକ ମହୋତ୍ସବ ରଙ୍ଗମଞ୍ଚ ଏବଂ ଆଲୋକୀକରଣ ବ୍ୟବସ୍ଥା ଦାୟିତ୍ୱ ଦିଆଯାଇଛି। ଜଗନ୍ନାଥ କ୍ଷେତ୍ରର ସମସ୍ତ ଖଣି କର୍ମଚାରୀ ମା’ଙ୍କ ମନ୍ଦିର ନିର୍ମାଣ ପାଇଁ ଦିନକର ଦରମା ପ୍ରଦାନ କରିବେ ବୋଲି ମହାପ୍ରବନ୍ଧକ ପି.ବି. ରେଡ୍ଡୀ ସୂଚନା ଦେଇଛନ୍ତି। ୯ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଲୋକ ମହୋତ୍ସବରେ ବିଭିନ୍ନ ଅଞ୍ଚଳରୁ ଲୋକନୃତ୍ୟ ଦଳକୁ ଆମନ୍ତ୍ରଣ କରାଯିବ। ଟ୍ୟାଲେଣ୍ଟ ସର୍ଚ୍ଚ ମାଧ୍ୟମରେ ଚୟନ ଆଞ୍ଚଳିକ କଳାକାରଙ୍କୁ ଲୋକମହୋତ୍ସବରେ ଭାଗ ନେବାକୁ ସୁଯୋଗ ଦିଆଯିବ। ତାଳଚେର ବିଡିଓଙ୍କ ତତ୍ତ୍ୱାବଧାନରେ ଏକ ସଫେଇ ସବ୍‌କମିଟି କାର୍ଯ୍ୟ କରିବ। ଯାତ୍ରାର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବ। ଏହି ଉପଲକ୍ଷେ ମା’ ହିଙ୍ଗୁଳାଙ୍କ ଭବ୍ୟ ମନ୍ଦିର ନିର୍ମାଣ ନିମନ୍ତେ ସୋଲଡା ଟ୍ରକ ମାଲିକ ସଂଘ ପକ୍ଷରୁ ୧୧ ଲକ୍ଷ ୧୧ହଜାର ୧୦୧ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଥିଲା। ସଂଘର ସଭାପତି ଗୁଣ୍ଡିଚା ସାହୁ, ବିମ୍ବାଧର ବେହେରା, ମାନସ ରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ମନ୍ଦିର ଗେଷ୍ଟହାଉସ୍‌ ପାଇଁ ଏମ୍‌ସିଏଲ୍‌ ଠିକାଦାର ସଂଘ ପକ୍ଷରୁ ୫ଟି ଏସି ପ୍ରଦାନ କରାଯିବ ବୋଲି ସମ୍ପାଦକ ନରହରି ସାହୁ ଘୋଷଣା କରିଛନ୍ତି। ଶେଷରେ ଟ୍ରଷ୍ଟବୋର୍ଡ ସଦସ୍ୟ ସଞ୍ଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ତାଳଚେର ଯୁବରାଜ ବିଜେୟନ୍ଦ୍ର ଦେବ, ଏମ୍‌ପିଙ୍କ ପ୍ରତିନିଧି ସୁନୀଲ ପ୍ରଧାନ, ବିଡିଓ ଶିବଶଙ୍କର ମିଶ୍ର, ତହସିଲଦାର ମନ୍ମଥ ନାୟକ, ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓ ମନୋଜ ପାଣି, ହିଙ୍ଗୁଳା ଜିଏମ୍‌ ଏ.କେ. ସ୍ବର୍ଣ୍ଣକର, ଲିଙ୍ଗରାଜ କ୍ଷେତ୍ର ଜିଏମ୍‌ ଏ.କେ. ଧଳ, ତାଳଚେର ବ୍ଲକ ଉପାଧ୍ୟକ୍ଷ ଆଞ୍ଚଳ ପ୍ରଧାନ, ଜିଲା ପରିଷଦ ସଦସ୍ୟ ଅମୀୟ ପ୍ରଧାନଙ୍କ ସମେତ ଟ୍ରଷ୍ଟ ବୋର୍ଡ ସଦସ୍ୟ, ଖଣି ଅଧିକାରୀ, ଅଞ୍ଚଳର ଜନପ୍ରତିନିଧି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri