୧୫ କୋଟି ଚିଟଫଣ୍ଡ ଠକେଇ ଅଭିଯୋଗରେ ତପନ ଗିରଫ

ଭୁବନେଶ୍ୱର,୮।୩(ବ୍ୟୁରୋ): ଚିଟଫଣ୍ଡ ସଂସ୍ଥା ନିର୍ଦ୍ଦେଶକ ହ୍ୟୁମାନ ୱେଲଫେୟାର କ୍ରେଟିଟ ଆଣ୍ଡ ଥ୍ରିଫ୍ଟ କୋଅପରେଟିଭ୍‌ ସୋସାଇଟି ଲିମିଟେଡ ନିର୍ଦ୍ଦେଶକ ତପନ କୁମାର ସାମନ୍ତଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅବରୋଧ ଶାଖା (ଇଓଡବ୍ଲ୍ୟୁ) ଗିରଫ କରିଛି। ୧୫ କୋଟି ଟଙ୍କା ଠକେଇ ଅଭିଯୋଗରେ କୋଲକାତାର ନରେନ୍ଦ୍ରପୁର ନିକଟରୁ ତାଙ୍କୁ ଗିରଫ କରାଯାଇଛି।
ସୂଚନାଯୋଗ୍ୟ, ବିଭିନ୍ନ ସ୍କିମ୍‌ର ଲୋଭ ଦେଖାଇ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକିଥିଲେ । ବାଲେଶ୍ବର ଜିଲା ସୋର ଅଞ୍ଚଳର ସୁକଦେବ ହୋତାଙ୍କ ଅଭିଯୋଗ ଆଧାରରେ ତପନଙ୍କୁ ଗିରଫ କରାଯାଇଛି। ସୋମବାର ତପନଙ୍କୁୁ କୋଲକାତା ଦକ୍ଷିଣପ୍ରଗଣା ଏସିଜେଏମ୍‌ କୋର୍ଟରେ ପୋଲିସ ହାଜର କରାଇଥିଲା । ଟ୍ରାଞ୍ଜିଟ ରିମାଣ୍ଡରେ ଆଣି ମଙ୍ଗଳବାର ବାଲେଶ୍ବର କୋର୍ଟରେ ହାଜର କରାଯିବ। ପୂର୍ବରୁ ଏହି ଘଟଣାରେ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ପ୍ରତାପ କୁମାର ବିଶ୍ବାଳଙ୍କୁ ଗିରଫ କରାଯାଇଛି।