ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୨୯ା୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗୁନି। ଆଜି ଆଉ ୧୫ ଜଣଙ୍କ ଜୀବନ ନେଇଛି କରୋନା। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁ ସଂଖ୍ୟା ୮,୫୭୫ କୁ ବୃଦ୍ଧି ପାଇଛି।
ଆଜି ଖୋର୍ଦ୍ଧା,ଗଞ୍ଜାମ ଜିଲାରୁ ତିନି ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ଅନୁଗୋଳ, ବରଗଡ, କଟକ,କେନ୍ଦ୍ରାପଡା, ମୟୁରଭଞ୍ଜ ,ନବରଙ୍ଗପୁର, ନୂଆପଡା, ପୁରୀ, ରାୟଗଡାରୁ ଜଣେ ଲେଖାଏ ଆକାନ୍ତଙ୍କ ମୃତ୍ୟୁ ଘଟିଛି।