CORONAVIRUS UPDATE: ରାଜ୍ୟରେ ପୁଣି ୧୪୭୪ ପଜିଟିଭ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୨,୯୫,୮୮୯ରେ

ଭୁବନେଶ୍ୱର, ୪।୧୧(ବ୍ୟୁରୋ): ରାଜ୍ୟରେ ବୁଧବାର ପୁଣି ୧୪୭୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୫,୮୮୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୫୫ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୬୧୯ ଲୋକାଲ କେସ୍‌ ରହିଛି।
ନୂଆ ୧୪୭୪ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳ ଜିଲାରୁ ୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱର ୭୮, ବରଗଡ଼ ୬୮, ଭଦ୍ରକ ୧୯, ବଲାଙ୍ଗୀର ୮୯, ବୌଦ୍ଧ ୫, କଟକ ୧୨୦,ଦେବଗଡ଼ ୭, ଢେଙ୍କାନାଳ ୮, ଗଜପତି ୫, ଗଞ୍ଜାମ ୩୩, ଜଗତ୍‌ସିହପୁର ୬୭, ଯାଜପୁର ୩୯, ଝାରସୁଗୁଡ଼ା ୩୯, କଳାହାଣ୍ଡି ୩୬, କନ୍ଧମାଳ ୧୯, କେନ୍ଦ୍ରାପଡ଼ା ୫୬, କେନ୍ଦୁଝର ୬୯, ଖୋର୍ଦ୍ଧା ୧୭୫, କୋରାପୁଟ ୨୩, ମାଲକାନଗିରି ୨୯, ମୟୂରଭଞ୍ଜ ୫୨, ନବରଙ୍ଗପୁର ୩୦, ନୟାଗଡ଼ ୨୦, ନୂଆପଡ଼ା ୪୬, ପୁରୀ ୭୩, ରାୟଗଡ଼ା ୭, ସମ୍ବଲପୁର ୩୭, ସୋନପୁର ୫, ସୁନ୍ଦରଗଡ଼ ୧୦୪ ଏବଂ ଷ୍ଟେଟ ପୁଲରୁ ୩୦ଜଣ ରହିଛନ୍ତି।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୨,୯୫,୮୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୩୯୧୯ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ୨୮୦୫୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।