ଖଡ଼ିଆଳ,୨୪ା୧୦ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ଅବକାରୀ ବିଭାଗ ଶୁକ୍ରବାର କଫ ସିରପ୍ ଜବତ ସହ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଖଡ଼ିଆଳ ଥାନା ଡୁଆଝର ଗ୍ରାମର ବିଷ୍ଣୁ ସତ୍ନାମୀ (୨୭)। ବିଭାଗୀୟ ସୂଚନା ଅନୁସାରେ ପୂର୍ବାହ୍ନରେ କୋମନା କୋର୍ଟ ଛକଠାରେ ବିଷ୍ଣୁ ବାଇକ୍ (ସିଜି୦୬ଜିଜେଡ୍-୦୪୬୩)ରେ ୧୪୫ ବୋତଲ କଫ ସିରପ୍ ଡୁଆଝର ଗ୍ରାମକୁ ଆଣି ଚଢା ଦରରେ ବିକିବାକୁ ଯୋଜନା କରୁଥିଲେ। ଏହା ଜାଣିପାରି ଅବକାରୀ ଓଆଇସି ଅଲେଖ ପୁଟେଲଙ୍କ ନେତୃତ୍ୱରେ କର୍ମଚାରୀ ଚଢ଼ାଉ କରି ତାଙ୍କୁ କାବୁ କରିଥିଲେ। ଚଢାଉରେ ଏଏସ୍ଆଇ ଅମରନାଥ ବିଶୋଇ, ଧନରାଜ ଦଣ୍ଡସେନା, କନଷ୍ଟେବଲ ଗିରେନ୍ଦ୍ର କଟା, ମଧୁସୂଦନ ସିଂ, ପୁରୋହିତ ବଛା, ଭଗବାନ ହଂସ ପ୍ରମୁଖ ସାମିଲ ହୋଇଥିଲେ।


