ଜେଲରୁ ୧୮ଶହ କଏଦୀ ଫେରାର

ଆବୁଜା, ୭ା୪: ନାଇଜେରିଆର ଦକ୍ଷିଣପୂର୍ବ ଅଞ୍ଚଳରେ ସୋମବାର ରାତିରେ ପୋଲିସ, ସେନା ବିଲ୍ଡିଂ ସହ ଏକ ଜେଲ୍‌କୁ ବନ୍ଧୁକଧାରୀମାନେ ଟାର୍ଗେଟ କରିଛନ୍ତି। ଏହାର ସୁଯୋଗ ନେଇ ଜେଲରେ ଥିବା ପ୍ରାୟ ୧୮ ଶହ କଏଦୀ ଫେରାର ହୋଇଯାଇଛନ୍ତି। ରାତି ପ୍ରାୟ ୨ଟାରେ ଇମୋ ପ୍ରଦେଶର ଓଓ୍ବେରି ସହରରେ ଏହି ଆକ୍ରମଣ ହୋଇଥିଲା। ପୋଲିସ ଓ ସେନା ପକ୍ଷରୁ ମଧ୍ୟ ଏହାର ପାଲଟା ଜବାବ ଦିଆଯାଇଥିଲା। ପ୍ରାୟ ୨ ଘଣ୍ଟା ଧରି ବନ୍ଧୁକଧାରୀ ଆକ୍ରମଣ ଜାରି ରଖିଥିଲେ। ଫଳରେ ସେନା ବିଲ୍ଡିଂ, ପୋଲିସ ଓ ସରକାରୀ କାର୍ଯ୍ୟାଳୟ ସମେତ ଏକ ଜେଲ୍‌ କ୍ଷତିଗ୍ରସ୍ତ ହୋଇଛି। ଫେରାର କଏଦୀଙ୍କୁ ଗିରଫ କରିବାକୁ ଉଦ୍ୟମ ଜାରି ଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ୨ ସପ୍ତାହ ତଳେ ଦକ୍ଷିଣପୂର୍ବ ନାଇଜେରିଆରେ ୪ ଥାନା, ମିଲିଟାରୀ ଚେକ୍‌ ପଏଣ୍ଟ ଉପରେ ଆକ୍ରମଣ ସହ କଏଦୀଙ୍କୁ ନିଆଯାଉଥିବା ଗାଡ଼ିଗୁଡ଼ିକୁ ନଷ୍ଟ କରିଦିଆଯାଇଥିଲା। ୧୨ରୁ ଊର୍ଦ୍ଧ୍ୱ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିଲା।

Share