୧୪୦ ଲିଟର ରନ୍ଧା ମଦ ଜବତ: ବନ୍ଧାହେଲେ ୨ ଅଭିଯୁକ୍ତ

ଭଦ୍ରକ ଅଫିସ, ୧୯।୩: ଭଦ୍ରକ ଅବକାରୀ ଉପଅଧୀକ୍ଷକ ଅନୀତା ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ କୁମାର ବଳଙ୍କ ନେତୃତ୍ୱରେ ଏକ ଟିମ୍‌ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ବରପଦା ଛକ ଓ ସାବରଙ୍ଗ ଥାନା ଅଧୀନ ଇଚ୍ଛାପୁର ଛକ ଅଞ୍ଚଳରେ ଚଢ଼ାଉ କରି ୧୪୦ ଲିଟର ଦେଶୀ ରନ୍ଧାମଦ ସହ ଗୋଟିଏ ପଲ୍‌ସର(ଓଡି-୨୨ଆର୍‌-୬୭୧୪) ଓ ଗୋଟିଏ ୟାମାହା ଏଫ୍‌ଜେଡ୍‌ଏସ୍‌(ନମ୍ବରବିହୀନ) ମୋଟରସାଇକେଲ ଜବତ କରିବା ସହିତ ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସୋସୋ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମର ନାରାୟଣ ଜେନା ଏବଂ ପୁରୁଣାବଜ଼ାର ଥାନା ଅନ୍ତର୍ଗତ ମିର୍ଜାପୁର ଗ୍ରାମର ଅମର ବେହେରା। ଜବତ ମଦ ଓ ଗାଡ଼ିର ଆନୁମାନିକ ମୂଲ୍ୟ ୧.୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚଢ଼ାଉରେ ସହକାରୀ ଉପନିରୀକ୍ଷକ ପ୍ରହଲ୍ଲାଦ ସାମଲ, କନ୍‌ଷ୍ଟେବଲ ଅଜିତ କୁମାର ସିଙ୍କୁ, ରମେଶ ନାୟକ, ରୁଦ୍ରନାରାୟଣ ଦାସ, ରାମଚନ୍ଦ୍ର ନାୟକ, ଜେମାମଣି ଜାମୁଡ଼ା ପ୍ରମୁଖ ସାମିଲ ଥିଲେ। ଏନେଇ ଭଦ୍ରକ ଅବକାରୀ ଥାନା ପକ୍ଷରୁ ୨ଟି ମାମଲା ରୁଜୁ ହୋଇଛି।