ସଂସ୍କୃତି ଭବନ ଅପେକ୍ଷାରେ ୧୪ ବର୍ଷ

ଯାଜପୁର ରୋଡ,୨୬ା୯(ଡି.ଏନ.ଏ.): କଳା, ଐତିହ୍ୟ, ଭାଷା, ସାହିତ୍ୟ ଓ ପରମ୍ପରା ଭଳି ସାଂସ୍କୃତିକ ବିଭବକୁ ପ୍ରସାରିତ କରିବା ଏବଂ ଯୁବପିଢି ତଥା ସମସାମୟିକ ସମାଜରେ ସାଂସ୍କୃତିକ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଗଢି ଉଠିଥାଏ। ଏଥିସହ ଆମ ଲୋକକଳା ଓ ଲୋକସଂସ୍କୃତିକୁ ବ୍ୟାପକ ଭାବେ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ସହରମାନଙ୍କରେ ମଣ୍ଡପ, ଅଡିଟୋରିୟମ, କଳାପରିଷଦ, ସଦନ ଆଦି ନିର୍ମାଣ କରାଯାଉଛି। ମାତ୍ର ଐତିହାସିକ ଓ ପୌରାଣିକ କିର୍ତ୍ତୀ ବହନ କରୁଥିବା ଯାଜପୁର ଜିଲାର ବ୍ୟାସନଗର ସହରରେ ଦୀର୍ଘ ୧୪ ବର୍ଷ ହେଲା ଏକ ସଂସ୍କୃତି ଭବନ ନିର୍ମାଣାଧୀନ ଅବସ୍ଥାରେ ରହିଛି। ଦୀର୍ଘଦିନ ହେବ ନିର୍ମାଣ ହୋଇଥିବା ଟାଇଲ ଉପରେ ଘାସ ବଢି ସାରିଛି। ହେଲେ ଏହା କେବେ ସମ୍ପୂର୍ଣ୍ଣ ହେବ ସେ ନେଇ ସହରବାସୀଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି।
କଳିଙ୍ଗନଗର ଶିଳ୍ପାଞ୍ଚଳରେ ରାଜ୍ୟ ତଥା ରାଜ୍ୟ ବାହାରର ଶତାଧିକ ଲୋକ ବସବାସ କରୁଛନ୍ତି। କିନ୍ତୁ ସେଠାରେ ୫୦୦ଲୋକ ବସିବା ପାଇଁ ଅଡିଟୋରିୟମଟିଏ ନାହିଁ, ହଜାରେ ଲୋକଙ୍କ ପାଇଁ ତ ସ୍ବପ୍ନ। ଏଣୁ ସହରରେ କୌଣସି ବଡ ଧରଣର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ଅସମ୍ଭବ ହୋଇ ପଡୁଛି। ପ୍ରଶାସନିକ ଇଚ୍ଛାଶକ୍ତି ଓ ଆନ୍ତରିକତାର ଅଭାବ ଯୋଗୁ ଏଠାରେ ସଂସ୍କୃତିର ପ୍ରଚାରପ୍ରସାର ଏଭଳି ଭାବେ ସୀମିତ ହୋଇ ରହିଯାଇଛି। ଅତ୍ୟାଧୁନିକ ଅଡିଟୋରିୟମଟିଏ ନ ଥିବାବେଳେ ରାଜନୈତିକ ଟଣାଓଟରା ସହ ଇଚ୍ଛାଶକ୍ତିର ଅଭାବ ଏ ଦିଗରେ କଣ୍ଟା ହୋଇ ଛିଡା ହୋଇଛି ବୋଲି ମତପ୍ରକାଶ ପାଇଛି। ଫଳରେ ଯାଜପୁରର ଐତିହ୍ୟ ଓ ସାଂସ୍କୃତିକ ଗାରିମା ଦିନକୁ ଦିନ ଅପଚୟ ହେବାରେ ଲାଗିଛି। ବ୍ୟାସନଗର ସହରର ଲୋକ ସଂଖ୍ୟା ଦେଢ ଲକ୍ଷକୁ ଟପିଲାଣି। ମାତ୍ର ଏଠାରେ ଏକାଠି ବସି କୌଣସି ଆଲୋଚନା କିମ୍ବା କାର୍ଯ୍ୟକ୍ରମ କରିବାକୁ ଭଲ ସ୍ଥାନଟିଏ ନାହିଁ। ଟାଉନହଲର ନବକଳେବର କାର୍ଯ୍ୟ ଚାଲିଥିବାବେଳେ ବର୍ତ୍ତମାନ ସଂସ୍କୃତି ଭବନ ଉପରେ ସମସ୍ତଙ୍କ ନଜର ରହିଛି। ଏଠାରେ ବର୍ଷସାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ରହିଥାଏ। ଐତିହ୍ୟ ତଥା ସର୍ବଧର୍ମ ସମନ୍ବୟର ପ୍ରତୀକ ଏହି ବରାହ-ବିରଜା କ୍ଷେତ୍ରକୁ ଜିଲା ତଥା ଜିଲା ବାହାରୁ ବିଭିନ୍ନ ସମୟରେ ସଭା, ସମିତିରେ ଯୋଗଦେବାକୁ ଲୋକଙ୍କ ସୁଅ ଛୁଟିଥାଏ। ମାତ୍ର ଏଠାରେ ବଡଧରଣର ଅଡିଟୋରିୟମ କିମ୍ବା ଭବନ ନ ଥିବାରୁ ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମୁକ୍ତାକାଶରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଯାଜପୁର ଜିଲାର ଷ୍ଟିଲ ସିଟି ଭାବେ ପରିଚିତ ଯାଜପୁର ରୋଡରେ ୨୦୦୮ ଅଗଷ୍ଟ ୮ରେ ଏକ ସଂସ୍କୃତି ଭବନର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ମାତ୍ର ରାଜନୈତିକ ଟଣା ଓଟରା ଯୋଗୁ ସଂସ୍କୃତି ଭବନ ଏଯାଏ ଶେଷ ହୋଇ ପାରିନାହିଁ। ତେବେ ଏହା ଶେଷ ପର୍ଯ୍ୟାୟରେ ରହିଥିଲେ ହେଁ କେବେ ଉଦ୍‌ଘାଟନ ହେବ ତାହା ମଧ୍ୟ କେହି କହି ପାରୁନାହାନ୍ତି। ଯାହାକୁ ନେଇ ସହରରେ ଉଦ୍‌ବେଗ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ବ୍ୟାସନଗର ପୌରପରିଷଦର ବସ୍‌ଷ୍ଟାଣ୍ଡଠାରେ ଏହି ସଂସ୍କୃତି ଭବନ ନିର୍ମାଣ କରିବାକୁ ପ୍ରଥମେ ନିଷ୍ପତ୍ତି ହୋଇଥିଲା। ଏହି ଭବନକୁ ତକତ୍ାଳୀନ ଅର୍ଥମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡାଇ ଓ ନଗର ଉନ୍ନୟନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୧ କୋଟି ୧୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ସଂସ୍କୃତି ଭବନ ୨୦୧୦ ଏପ୍ରିଲ ୨୦ରେ ସରିବ ବୋଲି ଧାର୍ଯ୍ୟ ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ସହରର ସନ୍ତରା ପାଖରେ ତତ୍କାଳୀନ ବିଧାୟକ ଆକାଶ ଦାସନାୟକ ପୁଣି ସଂସ୍କୃତି ଭବନର ଶୁଭାରମ୍ଭ କରିଥିଲେ। ସେତେବେଳେ ସମୁଦାୟ ବ୍ୟୟ ଅଟ୍ଟକଳରୁ ୧ କୋଟି ୬ ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା। ଭିତ୍ତିଭୂମି ଅନୁସାରେ ଏହାର ବ୍ୟୟ ଅଟ୍ଟକଳ ବଢିଥିଲା। ତେଣୁ ୨ କୋଟି ୮୪ ଲକ୍ଷ ଟଙ୍କାର ରିଭାଇଜ ବିଲ ହୋଇଥିଲା। ବର୍ତ୍ତମାନ ଏହି ଭବନର ଶେଷ ପର୍ଯ୍ୟାୟରେ ସାଜସଜ୍ଜା କାମ ଚାଲିଛି। ଏ ସଂକ୍ରାନ୍ତରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ପଚାରିବାରେ ସେ କହିଛନ୍ତି, କାମ ଶେଷ ହେବା ପରେ ଉଦଘାଟନ କରିବାକୁ ନିଷ୍ପତ୍ତି ନିଆଯିବ। ଏବେ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri