Categories: ଜାତୀୟ

ନାବାଳିକାଙ୍କୁ ହତ୍ୟା ପରେ ପୋଡ଼ିଦେଲେ

ନୂଆଦିଲ୍ଲୀ,୪ା୮: ରାଜସ୍ଥାନର ଭିଲ୍‌ଓ୍ବାରା ଜିଲା ଅଞ୍ଚଳରେ ଜଣେ ୧୪ ବର୍ଷୀୟା ବାଳିକାଙ୍କୁ କେତେକ ଦୁର୍ବୃତ୍ତ ହତ୍ୟା କରିବା ପରେ ମୃତଦେହକୁ କୋଇଲା ଚୁଲାରେ ପୋଡ଼ିଦେଇଥିବା ଜଣାପଡିଛି। ହତ୍ୟା ପୂର୍ବରୁ ନାବାଳିକାଙ୍କୁ ଅଭିଯୁକ୍ତମାନେ ବଳାତ୍କାର କରିଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି।

ପ୍ରମାଣ ନଷ୍ଟ କରିବାକୁ ଯାଇ ଅଭିଯୁକ୍ତମାନେ ଏଭଳି କାଣ୍ଡ କରିଥିବା କୁହାଯାଉଛି। ଏହି ବୀଭତ୍ସ କାଣ୍ଡକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଫୋରେନ୍‌ସିକ୍‌ ଟିମ୍‌ କୋଲ୍‌ ଫର୍ନେସରୁ ପୀଡ଼ିତାଙ୍କ ବ୍ରେସ୍‌ଲେଟ ଏବଂ ଅନ୍ୟ କିଛି ସାମଗ୍ରୀ ଜବତ କରିଛି। ଅନ୍ୟପକ୍ଷେ ପୋଲିସ ଘଟଣାରେ ସମ୍ପୃକ୍ତି ସନ୍ଦେହ କରି କେତେଜଣଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ଏନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି।

Share