Categories: ଜାତୀୟ

ବୟଫ୍ରେଣ୍ଡ୍‌ ମାଗୁଥିଲେ ନଗ୍ନ ଫଟୋ: ଗର୍ଲଫ୍ରେଣ୍ଡ ନେଲେ ଏମିତି ନିଷ୍ପତ୍ତି

ଜଲପାଇଗୁଡି,୫।୪: ପଶ୍ଚିମବଙ୍ଗର ଜଲପାଇଗୁଡି ଜିଲାରେ ଜଣେ ୧୪ ବର୍ଷୀୟ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ରବିବାର ବାନରହାଟ ପୋଲିସ ଷ୍ଟେଶନ ଅଞ୍ଚଳରେ ଏହି ଘଟଣା ଘଟିଛି। ପ୍ରେମ ସମ୍ପର୍କରେ ଏହି ଘଟଣା ଘଟିଥିବା ସୋମବାର ପୋଲିସ କହିଛି। ଧୁପଗୁରୀର ଜଣେ ଯୁବକଙ୍କ ସହ ମୃତ ଝିଅର ପ୍ରେମ ସମ୍ପର୍କ ଥିଲା ଏବଂ ସେ ଅଶ୍ଳୀଳ ଚିତ୍ର ଏବଂ ଭିଡିଓ ପଠାଇବାକୁ ଚାପ ପକାଉଥିଲେ। ଝିଅଟି ମନା କରିବାରୁ ଯୁବକ ଜଣଙ୍କ ତାଙ୍କ ସହ ପ୍ରେମ ସମ୍ପର୍କ କାଟି ଦେବାକୁ ଧମକ ଦେଇଥିଲେ। ସନ୍ଦେହ କରାଯାଉଛି ଯେ ଏହି କାରଣରୁ ଝିଅଟି ଆତ୍ମହତ୍ୟା କରିବା ଭଳି ପଦକ୍ଷେପ ନେଇଥିଲେ। ମୃତ ଝିଅଙ୍କ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଛି।

Share