Categories: ଫୁରସତ

୧୦ ବର୍ଷ ବାଳକଙ୍କ ପିଲାର ମା’ ହେଲେ ଏହି ୧୪ ବର୍ଷୀୟ ନାବାଳିକା: ଅନୁଭୂତିକୁ ନେଇ କହିଲେ ଏପରି କିଛି..

ରୁଷିଆରେ ଜଣେ ୧୧ ବର୍ଷ ବାଳକ ପିଲାର ମା’ ହୋଇଛନ୍ତି ୧୪ ବର୍ଷର ଜଣେ ନାବାଳିକା। ସେ ହେଲେ ଡରିୟା। ଡରିଆ ୧୩ ବର୍ଷ ବୟସରେ ଇବାନଙ୍କ ପିଲାର ମା’ ହେବାକୁ ଯାଉଥିବା ଜଣାପଡ଼ିଥିଲା। ଚଳିତ ବର୍ଷ ଜାନୁୟାରୀରେ ଏହି ଖବର ସାମ୍ନାକୁ ଆସିବା ପରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏବେ ସେ ମା’ ହୋଇ ପୁଣିଥରେ ଆଲୋଚନାର ପରିସରକୁ ଆସିଛନ୍ତି। ଏପରିକି ପୁଅ ହେବା ପରେ ଉଭୟ ବେଶ୍‌ ଖୁସି ଥିବା ଜଣାପଡ଼ିଛି।
ଡରିୟା ସୋସିଆଲ ମିଡିଆରେ ନିଜର ପ୍ରଶଂସକମାନଙ୍କୁ ଏହି ଖୁସି ଖବର ଦେଇଛନ୍ତି। ପିଲା ହେବାର ଅନୁଭୂତିକୁ ନେଇ ସେ କହିଛନ୍ତି, ଏହା ଯନ୍ତ୍ରଣାଦାୟକ ଥିଲା। ମୁଁ ବେହୋସ୍‌ ହୋଇ ଆସୁଥିଲି। ପରେ ସେମାନେ ଏକ ଶିଶୁ ମୋ ପେଟ ଉପରେ ରଖିଦେଇଥିଲେ। ପରେ ମୁଁ ଚେତା ହରାଇଲି। ଏହା କଷ୍ଟକର ବୋଲି ଜାଣିଥିଲି। ହେଲେ କିଛି ଖୁସି ପାଇବାକୁ ହେଲେ କଷ୍ଟ କରିବାକୁ ହେବ। ସେ ଏବେ ରୁଷିଆର ପରମ୍ପରାନୁଯାୟୀ ପିଲାର ମୁହଁ ୪୦ ଦିନ ପର୍ଯ୍ୟନ୍ତ କାହାକୁ ଦେଖାଇବାକୁ ଚାହୁଁ ନାହାନ୍ତି। ପରେ ସେ ତାଙ୍କ ଶିଶୁଙ୍କ ପରିଚୟ କରାଇବେ ବୋଲି କହିଛନ୍ତି।
ଡରିୟା ମା’ ହେବାକୁ ଯାଉଥିବା ନେଇ ଜାନୁୟାରୀରେ ଖବର ପ୍ରସାରିତ ହୋଇଥିଲା। ଏକ ଟେଲିଭିଜନ ଧାରାବାହିକରେ ସେ ଏନେଇ ସୂଚନା ଦେଇଥିଲେ। ସେତେବେଳେ ପିଲାର ବାପାଙ୍କ ବୟସ ୧୦ ବର୍ଷ ହୋଇଥିଲା। ଇବାନ ବୟସରେ ସାନ ହୋଇଥିବାରୁ ଡରିୟାଙ୍କ ପାଖରେ ରହିବାକୁ ତାଙ୍କୁ ଅନୁମତି ଦେଇଥିଲେ। ଯେତେବେଳେ ତାଙ୍କୁ ୧୬ ବର୍ଷ ହେବ ସେ ଡରିୟା ଏବଂ ତାଙ୍କ ଶିଶୁଙ୍କୁ ନେବେ ବୋଲି କହିଥିଲେ।
ଗୋଟିଏ ପଟେ ଇବାନଙ୍କ ମା’ ଡରିୟା ତାଙ୍କ ପୁଅଙ୍କ ମା’ ହେବାକୁ ଯାଉଥିବା ନେଇ କରୁଥିବା ଦାବିକୁ ଖଣ୍ଡନ କରି୍‌ଥିଲେ। ସେ ଏବେ ଶିଶୁ। ଏସବୁ ବିଷୟରେ ସେ ଜାଣିନାହାନ୍ତି। ଅନ୍ୟପକ୍ଷେ ଡରିୟାଙ୍କ ସହ ବଳାତ୍କାର ହୋଇଥିବା ଜଣାପଡ଼ିଥିଲା। କିନ୍ତୁ ସେ ଏହି ବିଷୟରେ କାହାକୁ ଜଣାଇବାକୁ ଚାହୁଁ ନ ଥିଲେ।

Share