୪ ଦିନ ହେବ ନିଖୋଜ ଥିଲେ ନାବାଳକ; କୁମ୍ଭୀର ପେଟରୁ ମିଳିଲା ମୃତଦେହ

୧୪ ବର୍ଷର ଜଣେ ନାବାଳକ ନଦୀ କୂଳରୁ ଗେଣ୍ଡା ଗୋଟାଉଥିବା ବେଳେ ନିଖୋଜ ହୋଇଯାଇଥିଲେ। ଦୀର୍ଘ ୪ ଦିନ ପରେ କୁମ୍ଭୀର ପେଟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ମାଲେସିଆରେ। ମୃତ ନାବାଳକ ହେଲେ ରିକି ଗାନିୟା ଗତ ଶୁକ୍ରବାର କୁଚିଙ୍ଗ ଅଞ୍ଚଳ ନଦୀ ତଟରେ ରିକି ଗେଣ୍ଡା ସଂଗ୍ରହ କରୁଥିଲେ। ଏହି ସମୟରେ ଏକ କୁମ୍ଭୀର ତାଙ୍କୁ ପାଣି ଭିତରକୁ ଟାଣି ନେଇଥିଲା। ଘଟଣାର କିଛି ସମୟ ପରେ ରିକିଙ୍କ ମାଉସି ଘଟଣା ବିଷୟରେ ଜାଣିପାରିଥିଲେ। ଏହା ପରେ ସେ ତୁରନ୍ତ ସାହାଯ୍ୟ ପାଇଁ ସ୍ଥାନୀୟ ଲୋକଙ୍କୁ ଡାକିଥିଲେ। କିନ୍ତୁ ସେମାନେ କୁମ୍ଭୀରକୁ ଧରିପାରି ନ ଥିଲେ। ଘଟଣାର ୪ ଦିନ ପରେ ଅର୍ଥାତ୍‌ ସୋମବାର କୁମ୍ଭୀରଟିକୁ ଗ୍ରାମବାସୀ ଜରୁରୀକାଳିନ ସେବାର ଲୋକଙ୍କ ସହାୟତାରେ ଧରିବାରେ ସଫଳ ହୋଇଛନ୍ତି। କୁମ୍ଭୀରକୁ ଧରିବା ପରେ ସ୍ଥାନୀୟ ଲୋକେ ତାକୁ କାଟିଦେଇଥିଲେ। କୁମ୍ଭୀର ପେଟରୁ ରିକିଙ୍କ ପୋଷାକ ସାଙ୍ଗକୁ ଶରୀରର କିଛି ଅଂଶ ମିଳିଛି। ଏହା ପରେ ରିକିଙ୍କ ଶବଦାହ କରାଯାଇଥିବା ଜଣାପଡ଼ିଛି।

Share