ଜଳଭଣ୍ଡାର ୧୪% ଶୁଖିଛି

ଭୁବନେଶ୍ୱର,୬।୧୧(ବ୍ୟୁରୋ): ଗତ ସପ୍ତାହରେ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି) ଦ୍ୱାରା କରାଯାଇଥିବା ସର୍ଭେ ଅନୁଯାୟୀ ଦେଶର ୧୩୦ ଜଳଭଣ୍ଡାରରେ ଜଳ ଧାରଣ କ୍ଷମତା ୨୫୭.୮୧୨ ବିଲିୟନ କ୍ୟୁବିକ୍‌ ମିଟର (ବିସିଏମ୍‌) ଥିବା ବେଳେ ଗତ ୧୦ ବର୍ଷ ମଧ୍ୟରେ ଏହା ୩୩.୩% ହ୍ରାସ ପାଇ ୧୭୧.୯୫୮ ବିଲିୟନ କ୍ୟୁବିକ୍‌ ମିଟରକୁ ଖସିଆସିଛି। ବିଶେଷକରି ଓଡ଼ିଶା ସମେତ ପଞ୍ଜାବ, ହିମାଚଳ ପ୍ରଦେଶ, ନାଗାଲାଣ୍ଡ ଏବଂ ମଧ୍ୟପ୍ରଦେଶର ଜଳଭଣ୍ଡାରଗୁଡ଼ିକ ସ୍ବଳ୍ପ ବୃଷ୍ଟି ଯୋଗୁ ଜଳଧାରଣ କ୍ଷମତାଠାରୁ କମ୍‌ ରହୁଛି। ଅକ୍ଟୋବର ୨୧ ସୁଦ୍ଧା ଓଡ଼ିଶାର ଜଳଭଣ୍ଡାରଗୁଡ଼ିକରେ ୧୪% କମ୍‌ ଜଳ ରହିଥିବା ବେଳେ ପଞ୍ଜାବରେ ୩୧%, ହିମାଚଳ ପ୍ରଦେଶରେ ୨୭%, ନାଗାଲାଣ୍ଡରେ ୬% ଏବଂ ମଧ୍ୟପ୍ରଦେଶରେ ୨% କମ୍‌ ଜଳ ରହିଛି। ୨୦୨୦ ସେପ୍ଟେମ୍ବରରେ ୧୩୦ ଜଳଭଣ୍ଡାରଗୁଡ଼ିକରେ ୧୫୦.୭୮୯ ବିସିଏମ୍‌ ଜଳ ରହିଥିବାବେଳେ ଚଳିତବର୍ଷ ସେପ୍ଟେମ୍ବରରେ ସେଗୁଡ଼ିକରେ ୧୪୧.୯୨୭ ବିସିଏମ୍‌ ଜଳ ରହିଥିଲା। ସେପ୍ଟେମ୍ବରରେ ଅଧିକ ବର୍ଷା ଯୋଗୁ ଅକ୍ଟୋବରରେ ଜଳଭଣ୍ଡାରଗୁଡ଼ିକର ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲା।
ସ୍ବଳ୍ପ ବୃଷ୍ଟି ଯୋଗୁ ଓଡ଼ିଶାର ବିଭିନ୍ନ ଜଳଭଣ୍ଡାରରେ ଏହାର ପ୍ରତିକୂଳ ପ୍ରଭାବ ଦେଖିବାକୁ ମିଳିଛି। ଜୁନ୍‌ ପହିଲାରୁ ଅଗଷ୍ଟ ୩୧ ମଧ୍ୟରେ ଓଡ଼ିଶାର ୨୭ ଜିଲାରେ ହାରାହାରି ୪୦ରୁ ୪୫% କମ୍‌ ବର୍ଷା ହୋଇଛି। ସେପ୍ଟେମ୍ବରର ଅଧିକ ବର୍ଷା ସ୍ଥିତିରେ କିଛିଟା ଉନ୍ନତି ଆଣିଥିଲା। ମିଳିଥିବା ସୂଚନା ଅନୁଯାୟୀ ହୀରାକୁଦ ଜଳଭଣ୍ଡାର ଜଳଧାରଣ କ୍ଷମତା ଗତବର୍ଷ ୬୨୯.୮୭ ଫୁଟ ଥିବାବେଳେ ଚଳିତବର୍ଷ ଅକ୍ଟୋବର ଶେଷ ସୁଦ୍ଧା ଏହା ୬୨୯.୭୦ ଫୁଟରେ ରହିଥିଲା। ସେହିପରି ବାଲିମେଳା ଜଳଭଣ୍ଡାରରେ ଗତବର୍ଷ ୧୫୦୩.୮୦ ଫୁଟ ଥିବାବେଳେ ଚଳିତବର୍ଷ ଏହା ୧୪୮୩.୪୦ ଫୁଟକୁ ଖସି ଆସିଛି। ସେହିପରି ରେଙ୍ଗାଲିରେ ଗତବର୍ଷ ୧୨୨.୬୯ ଫୁଟ ଥିବା ବେଳେ ଚଳିତବର୍ଷ ୧୨୨.୭୫, ଅପରକୋଲାବରେ ଗତବର୍ଷ ୮୫୨.୬୮ ଫୁଟ ଥିବା ବେଳେ ଚଳିତବର୍ଷ ୮୫୧.୬୬ ଫୁଟ, ଅପର ଇନ୍ଦ୍ର ଜଳଭଣ୍ଡାରରେ ଗତବର୍ଷ ୬୩୮.୩୮ ଫୁଟ ଥିବାବେଳେ ଚଳିତବର୍ଷ ୬୩୨.୦୯ ଫୁଟ ଏବଂ ମାଛକୁଣ୍ଡ ଜଳଭଣ୍ଡାରରେ ଗତବର୍ଷ ୨୭୪୯.୬୦ ଫୁଟ ଥିବାବେଳେ ଚଳିତବର୍ଷ ଏହା ୨୭୪୯.୫୦ ଫୁଟକୁ କମି ଆସିଛି। ଏହି ଜଳଭଣ୍ଡାରଗୁଡ଼ିକରୁ ରାଜ୍ୟ ପାଇଁ ୪୮୦ ମେଗାଓ୍ବାଟ ବିଦ୍ୟୁତ୍‌ ଉତ୍ପାଦନ କରାଯାଉଛି। ପିକ୍‌ ଆଓ୍ବାରରେ ଜଳ ଭଣ୍ଡାରଗୁଡ଼ିକ ରାଜ୍ୟର ବିଦ୍ୟୁତ୍‌ ଚାହିଦା ମେଣ୍ଟାଇ ଥାଆନ୍ତି। ଅକ୍ଟୋବରରୁ ଯଦି ଜଳଭଣ୍ଡାରଗୁଡ଼ିକରେ ଶୁଖିବା ଆରମ୍ଭ କଲାଣି ତେବେ ମାର୍ଚ୍ଚରୁ ଏପ୍ରିଲ ମଧ୍ୟରେ ପରିସ୍ଥିତି ଆହୁରି ଉଦ୍‌ବେଗଜନକ ହେବ। ଏହାର ପ୍ରଭାବ ସିଧା ବିଦ୍ୟୁତ୍‌ ଉତ୍ପାଦନ, ଜଳସେଚନ ଏବଂ ଶିଳ୍ପ ଉପରେ ପଡ଼ିବା ନେଇ ପରିବେଶବିତ୍‌ ଆଶଙ୍କା କଲେଣି। ଷ୍ଟେଟ୍‌ ଲୋଡ ଡେସ୍‌ପାଚ ସେଣ୍ଟରର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଜଳଭଣ୍ଡାରଗୁଡ଼ିକରେ ଆବଶ୍ୟକ ଜଳ ନ ଥିବାରୁ ବ୍ୟବହୃତ ଜଳକୁ ପୁନଃ ବ୍ୟବହାର ପାଇଁ ବ୍ୟବସ୍ଥା କରିବାକୁ ହେବ। ନଚେତ୍‌ ଜଳ ବିଦ୍ୟୁତ୍‌ ଉତ୍ପାଦନ ପ୍ରଭାବିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri