ଓଡ଼ିଶାର ୧୪ଜଣ ପାଇବେ ପୋଲିସ ମେଡାଲ, ଜାଣନ୍ତୁ ସବିଶେଷ..

ଭୁବନେଶ୍ୱର, ୧୪।୮(ବ୍ୟୁରୋ): ଗୋଟିଏ ଦିନପରେ ସ୍ବାଧୀନତା ଦିବସ। ଏହାର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପୋଲିସ ପଦକ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାର ୧୪ଜଣ ପୋଲିସ ରାଷ୍ଟ୍ରପତି ପଦକ, ପୋଲିସ ପଦକ ପାଇବେ ବୋଲି ଜଣାପଡ଼ିଛି।

ବିଶିଷ୍ଟ ସେବା ପାଇଁ ଭିଜିଲାନ୍ସ ଡିଏସ୍‌ପି କେ. ବେଣୁଗୋପାଳ ଆଚାର୍ଯ୍ୟ ରାଷ୍ଟ୍ରପତି ପଦକ ପାଇବେ। ସେହିଭଳି କନଷ୍ଟେବଳ ବିରଞ୍ଚି ନାରାୟଣ ସାହୁ ରାଷ୍ଟ୍ରପତି ପଦକ ପାଇବାକୁ ମନୋନିତ ହୋଇଛନ୍ତି। ଏହାଛଡ଼ା ୧୨ଜଣ ପୋଲିସ କର୍ମଚାରୀଙ୍କୁ ଉତ୍କୃଷ୍ଟ ସେବା ପଦକ ପ୍ରଦାନ କରାଯିବ। ସେମାନେ ହେଲେ ଭିଜିଲାନ୍ସ ଏଏସ୍‌ପି ଅଭିରାମ କର,ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ତାପସ ମହାପାତ୍ର, ଏସ୍‌ପି ଅନୀଲ ମିଶ୍ର, ଡିଏସ୍‌ପି ଅନୁପମା ମହାପାତ୍ର,ଏଡିସିପି ରାଜକିଶୋର ପାଇକରାୟ, ଇନ୍ସପେକ୍ଟର ଅଜୟ ଦାସ, ଅତୁଲକ୍ରିଷ୍ଣା ଦାସ, ସରୋଜ ପଟେଲ, ନିର୍ମଳ ମହାପାତ୍ର, ସୁବେଦାର କିଶୋର ବଳବନ୍ତରାୟ, ସିପାହୀ ରଥ ଲାକ୍ରା, ହାବିଲଦାର ମହମ୍ମଦ ଫଜଲ ଉମର ପ୍ରମୁଖ ପୋଲିସ ପଦକ ପାଇବେ ବୋଲି ସୂଚନା ମିଳିଛି।