ନୂତନ ସରକାରୀ ଓକିଲ ନିଯୁକ୍ତି: ଭଞ୍ଜନଗର-ଜଗନ୍ନାଥପ୍ରସାଦ କୋର୍ଟରେ ୧୪ ଜଣ ନିଯୁକ୍ତ,ଜାଣନ୍ତୁ… 

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଭାଜପା କ୍ଷମତାକୁ ଆସିବା ପରେ ଗଞ୍ଜାମ ଜିଲାରେ ସରକାରୀ ଓକିଲ ତାଲିକା ତୁରନ୍ତ ବଦଳିବ ବୋଲି ଆଶା କରାଯାଉଥିଲା। କିନ୍ତୁ ବିଭିନ୍ନ କାରଣ ଯୋଗୁ ତାହା ବିଳମ୍ବ ହୋଇଥିଲା। ଶେଷରେ ଗୁରୁବାର ଗଞ୍ଜାମ ଜିଲାର ନୂଆ ସରକାରୀ ଓକିଲ ତାଲିକାକୁ ଆଇନ ବିଭାଗ ପକ୍ଷରୁ ଅନୁମୋଦନ ଦିଆଯାଇଛି। ଭଞ୍ଜନଗର ଓ ଜଗନ୍ନାଥପ୍ରସାଦର
ବିଭିନ୍ନ କୋର୍ଟରେ ୧୪ ଜଣ ଆଇନଜୀବୀ ସରକାରୀ ଓକିଲ ଭାବେ ନିଯୁକ୍ତି ପାଇଛନ୍ତି। ସେମାନେ ହେଲେ ଭଞ୍ଜନଗର ଉପ ଜିଲାପାଳ କାର୍ଯ୍ୟାଳୟରେ ସହକାରୀ ପିପି ଭାବେ ବରିଷ୍ଠ ଆଇନଜୀବୀ ବିଜୟ କୁମାର ଗୌଡ ନିଯୁକ୍ତି ପାଇଛନ୍ତି। ସେହିଭଳି ଭଞ୍ଜନଗର ତହସିଲ କାର୍ଯ୍ୟାଳୟରେ ଆସିଷ୍ଟାଣ୍ଡ ପିପି ଭାବେ ସୁଧିର କୁମାର ଦାସ ,ଜଗନ୍ନାଥପ୍ରସାଦ ତହସିଲରେ ଆସିଷ୍ଟାଣ୍ଡ ପିପି ଭାବେ ବିଜୟ ରଞ୍ଜନ ବେହେରା ନିଯୁକ୍ତି ପାଇଛନ୍ତି। ଏଥିସହ ଭଞ୍ଜନଗର ଏଡିଜେ କୋର୍ଟରେ ସ୍ପେସିଆଲ ପିପି ଭାବେ ଜ୍ଞାନେନ୍ଦ୍ର କୁମାର ନାୟକ, ହରେକୃଷ୍ଠ ମହାପାତ୍ର ଓ ଏସୋସିଏଟ ଲୟରେ ଭାବେ ବସନ୍ତ କୁମାର ଦାସ, ସିଭିଲ ଜଜ ସିନିୟର୍‌ ଡିଭିଜନ କୋର୍ଟ ରେ ଏଜିପି ଭାବେ ପ୍ରଭାକର ପାତ୍ର, ଏସ୍‌ ଡି ଜେଏମ୍‌ କୋର୍ଟ ରେ ଆସିଷ୍ଟାଣ୍ଟ ପିପି ଭାବେ ଅରୁଣ କୁମାର ପ୍ରଧାନ ଓ ଗିରିଜା ଶଙ୍କର ଭୂୟାଁ ଏବଂ  ଜେ ଏମ୍‌ଏଫ୍‌ସି କୋର୍ଟରେ ଆସିଷ୍ଟାଣ୍ଟ ପି ପି ଭାବେ ମନୋଜ କୁମାର ପଟ୍ଟନାୟକ (ଏ) ଓ ଧବଳେଶର ମାଝୀ ନିଯୁକ୍ତି ପାଇଛନ୍ତି। ସେହିଭଳି ଜଗନ୍ନାଥପ୍ରସାଦ ଜେଏମ୍‌ଏଫ୍‌ସି କୋର୍ଟ ରେ ଏଜି ପି ଭାବେ ରଜତ କୁମାର ଦାସ ନିଯୁକ୍ତି ପାଇଥିବା ବେଳେ ଆସିଷ୍ଟାଣ୍ଟ ପି ପି ଭାବେ ଜନାର୍ଦ୍ଦନ ପ୍ରଧାନ ଓ ଅରୁଣ କୁମାର ବେହେରା ନିଯୁକ୍ତି ପାଇଛନ୍ତି।

ସୂଚନାଯୋଗ୍ୟ, ଭଞ୍ଜନଗର ଏସଡିଜେଏମ କୋର୍ଟରେ ଆସିଷ୍ଟାଣ୍ଟ ପିପି ଭାବେ ନିଯୁକ୍ତି ପାଇଥିବା ଅରୁଣ କୁମାର ପ୍ରଧାନ ଗତ ରବିବାର ନିଜ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ତେଣୁ ତାଙ୍କରି ସ୍ଥାନରେ ଆଗାମୀ ଦିନରେ ଆଉ ଜଣେ ନୂଆ ଆଇନଜୀବୀଙ୍କୁ ନିଯୁକ୍ତି ଦିଆଯିବା ସମ୍ଭାବନା ରହିଛି। ନବ ନିଯୁକ୍ତ ସରକାରୀ ଓକିଲମାନଙ୍କୁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଶୁଭେଚ୍ଛା ଜଣାଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri