ଅଗରତାଲା, ୧୪ା୧୦: ତ୍ରିପୁରାର ପନିସାଗର ଅଞ୍ଚଳରେ ଶନିବାର ଏକ ୧୪ ମାସର ଶିଶୁକନ୍ୟାଙ୍କୁ ଜଣେ ଦିନ ମଜୁରିଆ ଶ୍ରମିକ ବଳାତ୍କାର କରି ହତ୍ୟା କରିଛନ୍ତି। ଶିଶୁକନ୍ୟାର ମୃତଦେହ ଏକ ଧାନ କ୍ଷେତ ମଧ୍ୟରେ ପୋତା ଯାଇଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ଅଭିଯୁକ୍ତ ଜଣକ ଶିଶୁକନ୍ୟାର ମା’ଙ୍କ ବାପଘରର ପଡ଼ୋଶୀ ହୋଇଥିବା ଜଣାପଡ଼ିଛି। ଶିଶୁକନ୍ୟାଙ୍କ ମା’ ଆସାମର ସିଲ୍ଚର ନିବାସୀ ହୋଇଥିବା ବେଳେ ସେ ତ୍ରିପୁରାର ପନିସାଗର ଅଞ୍ଚଳରେ ଥିବା ନିଜ ବାପଘରକୁ ଆସିଥିଲେ। ଅଭିଯୁକ୍ତ ଦିନ ମଜୁରିଆ ଶ୍ରମିକ ଜଣକ ଶନିବାର ସାରେ ଶିଶୁକନ୍ୟାର ମା’ ଙ୍କଠାରୁ ଅନୁମତି ନେଇ ତାକୁ ବୁଲାଇବା ପାଇଁ ନେଇଯାଇଥିଲେ। ଶିଶୁକନ୍ୟାର ମା’ଙ୍କ ଅଭିଯୋଗ ଆଧାରରେ ପନିସାଗର ଥାନା ପୋଲିସ ମାମଲା ରୁଜୁ କରିଛି। ସୋମବାର ଅଭିଯୁକ୍ତଙ୍କୁ ଆସାମର ନିଲମ ବଜାର ଅଞ୍ଚଳରୁ ଗିରଫ କରାଯାଇଛି। ଘଟଣାକୁ ନେଇ ତଦନ୍ତ ଜାରି ରହିଥିବା ପୋଲିସ କହିଛି।
Dharitri – Odisha’s No.1 Odia Daily


