କନଷ୍ଟ୍ରକଶନ୍‌ ସାଇଟ୍‌ରେ ଧସିଲା ମାଟି, ୧୪ ମୃତ

ବେଜିଂ, ୪ା୧: ଚାଇନାର ଗୁଇଝୌ ପ୍ରଦେଶ ବିଜିଇ ସହରରେ ଭୂସ୍ଖଳନ ଯୋଗୁ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଏକ କନଷ୍ଟ୍ରକଶନ୍‌ ସାଇଟ୍‌ରେ ମାଟି ଧସିବା ଯୋଗୁ ବହୁ ସଂଖ୍ୟାରେ ଲୋକ ଏଥିରେ ପୋତି ହୋଇଯାଇଥିଲେ। ମଙ୍ଗଳବାର ସୁଦ୍ଧା ୧୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କ ମୃତ୍ୟ ହୋଇଛି। ତେବେ ଘଟଣାର କାରଣ ଜଣାପଡ଼ି ନାହିଁ। ଏହାର ତଦନ୍ତ ଚାଲିଥିବା ସ୍ଥାନୀୟ ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

Share