୧୪ ଗ୍ରାମ ବ୍ରାଉନ ସୁଗାର ଜବତ: ଜେଲ୍‌ ଗଲେ ପ୍ରଭାତ

ନୟାଗଡ଼ ଅଫିସ,୧୫।୫: ନୟାଗଡ଼ ଜିଲା ଶରଣକୁଳ ପୋଲିସ ଶନିବାର ସନ୍ଧ୍ୟାରେ ୧୪ ଗ୍ରାମରୁ ଅଧିକ ବ୍ରାଉନ ସୁଗାର ଜବତ କରିଛି। ଘଟଣାରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ ହରିହରପୁର ଗାଁର ପ୍ରଭାତ କୁମାର ସ୍ବାଇଁଁ (୪୭)। ନୂଆ ଜଗନ୍ନାଥ ରୋଡ ଡିମିସର ପୋଲ ନିକଟରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବ୍ରାଉନ ସୁଗାର ଜବତ କରାଯାଥିଲା। ରବିବାର ପ୍ରଭାତଙ୍କୁ କୋର୍ଟଚାଲାଣ କରାଯାଇଥିଲା ବେଳେ ଜାମିନ ନାମଞ୍ଜୁର ପରେ ନୟାଗଡ଼ ସବ୍‌ ଜେଲକୁ ପଠାଇ ଦିଆଯାଇଛି।