୧୪ ଦିନ ଯାଏ ଲକ୍‌ଡାଉନ୍‌: ଜାଣନ୍ତୁ କ’ଣ ରହିବ ଖୋଲା, କ’ଣ ବନ୍ଦ

ଭୁବନେଶ୍ୱର,୨।୫(ବ୍ୟୁରୋ): ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବା ଯୋଗୁ ଏହାକୁ ନିୟନ୍ତ୍ରଣକୁ ଆଣିବା ନିହାତି ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ମେ’ ୫ରୁ ୧୯ ଯାଏ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ୧୪ ଦିନ ମଧ୍ୟରେ ଶନିବାର ଓ ରବିବାର ଦିନ ପୂର୍ବଭଳି ସମ୍ପୂର୍ଣ୍ଣ ଶଟ୍‌ଡାଉନ୍‌ ବଳବତ୍ତର ରହିବ। ସପ୍ତାହର ସବୁଦିନ ଟିକାକରଣ ଓ ଟେଷ୍ଟିଂ କାର୍ଯ୍ୟ ଜାରି ରହିବ। ବସ୍‌ ଚଳାଚଳ ବନ୍ଦ ରହିବ। ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଧର୍ମାନୁଷ୍ଠାନ ବନ୍ଦ, କେବଳ ନୀତି ଚାଲିବ। ରାସନ ଦୋକାନ, ଫଳ, ପନିପରିବା, ମାଛମାଂସ ଦୋକାନ ୩୦ ଫୁଟ ଦୂରତା ବଜାୟ ରଖି ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ। ରେଷ୍ଟୁରାଣ୍ଟ ଓ ଢ଼ାବା କେବଳ ଖାଦ୍ୟ ପାର୍ସଲ ଦେଇପାରିବେ। ଫ୍ଲିପ୍‌କାର୍ଟ, ଆମାଜନ, ଜୋମାଟୋ ଆଦିର ଡେଲିଭରି ବୟଙ୍କୁ ଅନୁମତି। ଛାପା, ବୈଦୁତିକ ଗଣମାଧ୍ୟମ, ଓ୍ବେବ୍‌ ମିଡିଆକୁ ଅନୁମତି। ପେଟ୍ରୋଲ ପମ୍ପ, ରନ୍ଧନ ଗ୍ୟାସ ଯୋଗାଣକୁ ଅନୁମତି। ଗ୍ୟାରେଜ, ଓ ଗାଡ଼ି ମରାମତି ଦୋକାନ ଖୋଲା ରହିବ।

ସେହିଭଳି କେବଳ ଡାକ୍ତରଖାନା କାର୍ଯ୍ୟ ବ୍ୟତିତ ଅନ୍ୟ ସମସ୍ତ ଆତଯାତ ମନା। ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ଟ୍ରେନିଂ ସେଣ୍ଟର ବନ୍ଦ ରହିବ। ପ୍ରଦର୍ଶନୀ, ମେଳା, ବ୍ୟବସାୟଭିତ୍ତିକ ମିଟିଂ ବନ୍ଦ ରହିବ। ଟ୍ୟାକ୍ସି, ଅଟୋ, ସାଇକେଲ ରିକ୍ସା ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ସିନେମା ହଲ, ମଲ୍‌, ମାର୍କେଟ କମ୍ଲେକ୍ସ, ଜିମ୍‌ ବନ୍ଦ ରହିବ। ଯାତ୍ରା, ଅପେରା, ଖୋଲାମଞ୍ଚ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ। ସେଲୁନ୍‌, ପାର୍ଲର, ସ୍ପା ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ। ସାମାଜିକ, ଧାର୍ମିକ, କ୍ରିଡା, ରାଜନୈତିକ ସମାବେଶ ବନ୍ଦ ରହିବ। ସ୍ଥାନୀୟ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ଆଣି ବିବାହ ଆୟୋଜନ କରିହେବ। ବିବାହରେ ସର୍ବାଧିକ ୫୦, ଶୁଦ୍ଧିକାର୍ଯ୍ୟରେ ୨୦ଜଣଙ୍କୁ ଅନୁମତି ରହିଛି। ସାପ୍ତାହିକ ଓ ଦୈନିକ ହାଟ ଚାଲି ପାରିବ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ରବିବାର ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାହାକୁ ଡରୁଥିଲା ପାକିସ୍ତାନ, କେମିତି ନଇଁଲା ଆଉ କିଏ ବୁଝାଇଲା? ଜାଣନ୍ତୁ ଭାରତ-ପାକିସ୍ତାନ ମ୍ୟାଚର ଇନସାଇଡ ଷ୍ଟୋରୀ

ନୂଆଦିଲ୍ଲୀ,୧୦।୨: ପାକିସ୍ତାନ ସରକାର ମ୍ୟାଚ ବର୍ଜନ କରିବାର ନିଷ୍ପତ୍ତି ପ୍ରତ୍ୟାହାର କରିନେଇଛି। ପାକିସ୍ତାନର ଏହି ନିଷ୍ପତ୍ତି ଟୁର୍ଣ୍ଣାମେଣ୍ଟରେ ଚାଲିଥିବା ଅଚଳାବସ୍ଥାର ଅନ୍ତ ଘଟାଇଛି। ୨୦୨୬ ଟି-୨୦ ବିଶ୍ୱକପର…

କୁମ୍ଭ ରାଶିରେ ବୁଧଙ୍କ ଉଦୟ, ଚମକିବ ୩ ରାଶିର ଭାଗ୍ୟ

ଫେବୃଆରୀ ୯ ତାରିଖରେ ବୁଧ କୁମ୍ଭ ରାଶିରେ ଉଦିତ ହୋଇଛନ୍ତି। ବୁଧଙ୍କ ଏହି ଉଦିତ ଫେବୃଆରୀ ମାସରେ କିଛି ରାଶି ପାଇଁ ଅତ୍ୟନ୍ତ ଶୁଭ ଫଳ ଆଣିପାରେ।…

ଅଷ୍ଟ୍ରେଲିଆରେ ଇସ୍ରାଏଲ ରାଷ୍ଟ୍ରପତିଙ୍କୁ ବିରୋଧ, ହେଲେ କାହିଁକି ହେଲା ପ୍ରଦର୍ଶନ? ଜାଣନ୍ତୁ…

ସିଡନୀ,୧୦।୨: ଇସ୍ରାଏଲର ରାଷ୍ଟ୍ରପତି ଆଇଜାକ ହର୍ଜୋଗ ଅଷ୍ଟ୍ରେଲିଆ ଗସ୍ତରେ ଆସୁଛନ୍ତି। ସେ ସୋମବାର ଚାରି ଦିନିଆ ଗସ୍ତ ପାଇଁ ସିଡନୀରେ ପହଞ୍ଚିଥିଲେ। ଗତ ଡିସେମ୍ବରରେ ବଣ୍ଡି ବିଚ…

ICCର ବଡ଼ ଘୋଷଣା: ଏହି ଦଳରେ ସାମିଲ ହେଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୧୦।୨: ଆଇସିସି ପୁରୁଷ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ଐତିହାସିକ ବିଜୟର ନାୟକ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଆଉ ଏକ ଗୁରୁତ୍ୱପୂର୍ଣ୍ଣ…

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ମା’ବାପାଙ୍କ ଗାଳିକୁ ସହିପାରିଲେନି, ଏକାଥରେ ବିଷ ପିଇ ୪ ନାବାଳିକାଙ୍କ ଆତ୍ମହତ୍ୟା

ଔରଙ୍ଗାବାଦ,୧୦।୨: ପୁଅମାନଙ୍କ ସହ ମିଳାମିଶା କରୁଥିବାରୁ ଝିଅଙ୍କୁ ସେମାନଙ୍କ ମା’ବାପା ଗାଳିଦେଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ୫ ନାବାଳିକା ଏକାଠି ବିଷ ପିଇଦେଲେ । ସେମାନଙ୍କ ମଧ୍ୟରୁ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri