Categories: ଜାତୀୟ

ବିଏସ୍‌ଏଫ୍‌ ଅଫିସରଙ୍କ ପାଖରୁ ମିଳିଲା ୭ ଦାମୀ ଗାଡ଼ି, ୧୪ କୋଟି

ବିଏସ୍‌ଏଫ୍‌ ଅଫିସରଙ୍କ ପାଖରୁ ମିଳିଲା ୭ ଦାମୀ ଗାଡ଼ି, ୧୪ କୋଟି

ଗୁରଗାଓଁ,୧୬।୧: ହରିୟାଣାର ଜଣେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଅଧିକାରୀଙ୍କଠାରୁ ୧୪ କୋଟି ଟଙ୍କା, ଏକ କୋଟି ଟଙ୍କାର ମୂଲ୍ୟର ସୁନା ଅଳଙ୍କାର ଜବତ ହୋଇଛି। ଏଥି ସହିତ ତାଙ୍କ ପାଖରୁ ଜବତ ହୋଇଛି ବିଏମ୍‌ଏବ୍ଲ୍ୟୁ, ମର୍ସିଡିଜ ଭଳି ୭ଟି ବିଳାଶପୂର୍ଣ୍ଣ ଗାଡ଼ି। ଗୁରଗାଓଁ ଜିଲା ମାନେସାରସ୍ଥିତ ଜାତୀୟ ସୁରକ୍ଷା ବଳ ହେଡକ୍ୱାର୍ଟର (ଏନ୍‌ଏସ୍‌ଜି)ରେ ମୁତୟନ ଥିବା ବିଏସ୍‌ଏଫ୍‌ ଡେପୁଟି କମାଣ୍ଡାଣ୍ଟ ପ୍ରବୀଣ ଯାଦବଙ୍କୁ ଠକେଇ ମାମଲାରେ ଗିରଫ କରାଯାଇଛି। ସେ ନିଜକୁ ଭାରତୀୟ ପୋଲିସ ସର୍ଭିସ ଅଧିକାରୀ ପରିଚୟ ଦେଇ ୧୨୫ କୋଟି ଟଙ୍କା ଠକେଇ କରିଥିଲେ।

ଗୁରଗାଓଁ ପୋଲିସ ବିଏସ୍‌ଏଫ୍‌ ଅଧିକାରଙ୍କ ପତ୍ନୀ ମମତା ଯାଦବ, ଝିଅ ରିତୁ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି।

ନିଜକୁ ଆଇପିଏସ୍‌ ଅଧିକାରୀ ପରିଚୟ ଦେଇ ପ୍ରବୀଣ ଏନ୍‌ଏସ୍‌ଜି କ୍ୟାମ୍ପସରେ ନିର୍ମାଣ ଚୁକ୍ତି ବାବଦରେ ଲୋକଙ୍କଠାରୁ କୋଟି କୋଟି ଟଙ୍କା ନେଇଥିଲେ। “ଏନ୍‌ଏସ୍‌ଜି ନାମରେ ଏକ ଫେକ୍‌ ଆକାଉଣ୍ଟ ଜରିଆରେ ସମସ୍ତ ଠକେଇ ଟଙ୍କା ପାଇଥିଲେ। ସେହି ଆକାଉଣ୍ଟକୁ ଖୋଲିଥିଲେ ପ୍ରବୀଣଙ୍କ ଝିଅ ରିତୁ, ଯିଏକି ଆକ୍ସିସ ବ୍ୟାଙ୍କ ମ୍ୟାନେଜର। ଷ୍ଟକ ମାର୍କେଟରେ ତାଙ୍କର ୬୦ ଲକ୍ଷ ଟଙ୍କା କ୍ଷତି ହୋଇଥିଲା। ଏହି ଟଙ୍କାକୁ ସେ ଲୋକଙ୍କ ଠକି ଆଦାୟ କରିବାକୁ ଯୋଜନା କରିଥିଲେ” ବୋଲି ଗୁରଗାଓଁ ପୋଲିସ ଏସିପି କ୍ରାଇମ ପ୍ରୀତ ପାଲ ସିଂ କହିଛନ୍ତି।

Share