Categories: ବାଣିଜ୍ୟ

୧୪.୫୫ ମିଲିୟନ ଟନ୍‌ କୋଇଲା ଉତ୍ପାଦନ

ନୂଆଦିଲ୍ଲୀ,୧୧ା୧: ଗତବର୍ଷ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ବନ୍ଦ ହୋଇପଡ଼ିଥିବା କୋଇଲା ଖଣିରୁ ୧୪.୫୫ ମିଲିୟନ ଟନ୍‌ କୋଇଲା ଉତ୍ପାଦିତ ହୋଇଛି ବୋଲି ମଙ୍ଗଳବାର ଏନ୍‌ଟିପିସି ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ବନ୍ଦ ରହିଥିବା କୋଇଲା ଖଣିଗୁଡ଼ିକରୁ ୨୦୨୨ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ଖଣିରୁ ୧୪.୫୫ ମିଲିୟନ ଟନ୍‌ ଏବଂ ବର୍ଷକ ପୂର୍ବରୁ ବନ୍ଦ ହୋଇରହିଥିବା ଖଣିରୁ ୯.୬୫ ମିଲିୟନ ଟନ୍‌ କୋଇଲା ଉତ୍ପାଦନ ହୋଇଥିଲା। ତେବେ ପୂର୍ବ ବର୍ଷରେ ୯.୬୫ ମିଲିୟନ ଟନ୍‌ କୋଇଲା ଉତ୍ପାଦନ ତୁଳନାରେ ୨୦୨୨-୨୩ ଆର୍ଥିକ ବର୍ଷରେ ୧୪.୫୫ ମିଲିୟନ ଟନ୍‌ଉତ୍ପାଦନ ସହ ପୂର୍ବ ରେକର୍ଡକୁ ଅତିକ୍ରମ କରିଛି ବୋଲି ଏନ୍‌ଟିପିସି ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଦେଶରେ ୪ଟି କାର୍ଯ୍ୟକ୍ଷମ ହୋଇଥିବା କୋଇଲା ଖଣିରୁ ମାସକ ମଧ୍ୟରେ ସର୍ବାଧିକ ୨୨.୮୩ ଲକ୍ଷ ଟନ୍‌ କୋଇଲା ଉତ୍ପାଦନ ହୋଇଛି। ସେହି ଖଣିଗୁଡ଼ିକ ହେଉଛି ଦୁଲାଙ୍ଗା(ଓଡ଼ିଶା), ତଲାଇପାଲ୍ଲୀ (ଛତିଶଗଡ଼), ପାକ୍ରି-ବାରଓ୍ବାଡିହ (ଝାଡ଼ଖଣ୍ଡ), ଛତି-ବାରିଆଟୁ(ଝାଡ଼ଖଣ୍ଡ)। ତେବେ ୫.୭୯ ମିଲିୟନ ଟନ୍‌ ମଧ୍ୟରୁ ପାଓ୍ବାର ପ୍ଲାଣ୍ଟଗୁଡ଼ିକୁ ୫.୪୨ ମିଲିୟନ ଟନ୍‌ କୋଇଲା ପଠାଇଛି ବୋଲି ଏନ୍‌ଟିପିସିର ତ୍ରୈମାସିକ ରିପୋର୍ଟରେ କୁହାଯାଇଛି।

Share