୧୪ ଲକ୍ଷ ୨୯ ହଜାର ଜାଲନୋଟ୍‌ ଜବତ

ବରପାଲି,୭।୭(ଡି.ଏନ.ଏ.): ସ୍ବତନ୍ତ୍ର ଟାସ୍କ ଫୋର୍ସ(ଏସ୍‌ଟିଏଫ) ବରଗଡ଼ ଜିଲା ପୋଲିସ ସହାୟତାରେ ଗୁରୁବାର ଅନ୍ତଃରାଜ୍ୟ ଜାଲନୋଟ୍‌ କାରବାର ର଼୍ୟାକେଟ୍‌ର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ, ଉତ୍ତରପ୍ରଦେଶ ରାଜ୍ୟ ଗୋରଖପୁର ଜିଲା କେଶରାହ ଥାନା ପରାୱାରୀ ଗ୍ରାମର ମୂଳ ବାସିନ୍ଦା ତଥା ବର୍ତ୍ତମାନ ସମ୍ବଲପୁର ଜିଲା ବୁର୍ଲାଥାନା କଟାପାଲି ନିକଟ ସିକିର୍ଡ଼ି ଗ୍ରାମରେ ରହୁଥିବା ପଟ୍ଟୁ ଯାଦବ(୫୩) ଏବଂ ବରଗଡ଼ ଜିଲା ବରପାଲି ମହତ୍ତମ ପଡ଼ାର ବଲରାମ ମେହେର(୪୫) । ସେମାନଙ୍କ ପାଖରୁ ୧୪ ଲକ୍ଷ ୨୯ ହଜାର ୫୦୦ଟଙ୍କାର ଜାଲ୍‌ନୋଟ୍‌, ୨ଟି ମୋବାଇଲ ଏବଂ ଜାଲନୋଟ୍‌ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି । ଏ ନେଇ ବରପାଲି ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ଦଫା ୪୮୯(ଏ), ୪୮୯(ବି), ୪୮୯(ସି), ୪୮୦(ଡି), ୧୨୦(ବି) ଆଇପିସିରେ ଏକ ମାମଲା ରୁଜୁ ହୋଇଛି ।

ପ୍ରକାଶ ଯେ, ଜାଲନୋଟ୍‌ କାରବାର ନେଇ କୌଣସି ସୂତ୍ରରୁ ସୂଚନା ପାଇଁ ଭୋର୍‌ ୩ଟାରେ ଏସ୍‌ଟିଏଫ ଏବଂ ବରଗଡ଼ ଜିଲା ପୋଲିସ ଚଢାଉ କରି ଅଭିଯୁକ୍ତ ବଲରାମଙ୍କୁ ବରଗଡ଼-ବରପାଲି ମଧ୍ୟରେ ଜାତୀୟ ରାଜପଥ କଡ଼େ ରହିଥିବା ବହିଆପଦର ନିକଟ ଫଲସା ତଲିୟାନ ମନ୍ଦିର ପାଖରୁ ଗିରଫ କରିଥିଲା । ସେତେବେଳେ ବଲରାମଙ୍କ ପାଖରୁ ଏକ ବ୍ୟାଗରେ ୧୨ଲକ୍ଷ ୯୭ ହଜାର ଟଙ୍କା ଜବତ ହୋଇଥିଲା । ତାଙ୍କୁ ଜେରା କରି ଅନ୍ୟ ଅଭିଯୁକ୍ତ ପଟ୍ଟୁଙ୍କୁ ସିକିର୍ଡି ଗ୍ରାମରୁ ଗିରଫ କରାଯାଇଥିଲା । ତାଙ୍କ ପାଖରୁ ୧ଲକ୍ଷ ୩୨ହଜାର ୫୦୦ ଟଙ୍କା ଜାଲ ନୋଟ୍‌ ଜବତ ହୋଇଥିଲା । ସବୁ ଜାଲନୋଟ୍‌ ୫୦୦ ଟଙ୍କିଆ ଥିଲା । ସେହିପରି ବଲରାମଙ୍କଠାରୁ ଜାଲନୋଟ୍‌ ପ୍ରସ୍ତୁତିରେ ବ୍ୟବହୃତ କଲର ପ୍ରିଣ୍ଟର ଆଦି ଜବତ କରାଯାଇଥିଲା ।

ଅଭିଯୁକ୍ତ ବଲରାମ ଦୀର୍ଘଦିନରୁ ଜାଲନୋଟ୍‌ କାରବାର ଚଲାଇ ଆସୁଥିଲେ। ଏବଂ ତାଙ୍କ ବିରୋଧରେ ବିଭିନ୍ନ ଥାନାରେ ମାମଲା ରହିଥିବା ପୋଲିସ ସୂଚନା ଦେଇଛି । ଅପରପକ୍ଷେ ଅନ୍ୟ ଅଭିଯୁକ୍ତ ପଟ୍ଟୁ ଉତ୍ତରପ୍ରଦେଶ ରାଜ୍ୟର ମୂଳ ବାସିନ୍ଦା । ଫଳରେ ଏହି କାରବାରର ଚେର ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଥିବା ଅନୁମାନ କରାଯାଉଛି । ପୋଲିସ ଏ ନେଇ ଅଧିକ ତଦନ୍ତ କରୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri