୧୪ ଲକ୍ଷ ୨୯ ହଜାର ଜାଲନୋଟ୍‌ ଜବତ

ବରପାଲି,୭।୭(ଡି.ଏନ.ଏ.): ସ୍ବତନ୍ତ୍ର ଟାସ୍କ ଫୋର୍ସ(ଏସ୍‌ଟିଏଫ) ବରଗଡ଼ ଜିଲା ପୋଲିସ ସହାୟତାରେ ଗୁରୁବାର ଅନ୍ତଃରାଜ୍ୟ ଜାଲନୋଟ୍‌ କାରବାର ର଼୍ୟାକେଟ୍‌ର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ, ଉତ୍ତରପ୍ରଦେଶ ରାଜ୍ୟ ଗୋରଖପୁର ଜିଲା କେଶରାହ ଥାନା ପରାୱାରୀ ଗ୍ରାମର ମୂଳ ବାସିନ୍ଦା ତଥା ବର୍ତ୍ତମାନ ସମ୍ବଲପୁର ଜିଲା ବୁର୍ଲାଥାନା କଟାପାଲି ନିକଟ ସିକିର୍ଡ଼ି ଗ୍ରାମରେ ରହୁଥିବା ପଟ୍ଟୁ ଯାଦବ(୫୩) ଏବଂ ବରଗଡ଼ ଜିଲା ବରପାଲି ମହତ୍ତମ ପଡ଼ାର ବଲରାମ ମେହେର(୪୫) । ସେମାନଙ୍କ ପାଖରୁ ୧୪ ଲକ୍ଷ ୨୯ ହଜାର ୫୦୦ଟଙ୍କାର ଜାଲ୍‌ନୋଟ୍‌, ୨ଟି ମୋବାଇଲ ଏବଂ ଜାଲନୋଟ୍‌ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି । ଏ ନେଇ ବରପାଲି ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ଦଫା ୪୮୯(ଏ), ୪୮୯(ବି), ୪୮୯(ସି), ୪୮୦(ଡି), ୧୨୦(ବି) ଆଇପିସିରେ ଏକ ମାମଲା ରୁଜୁ ହୋଇଛି ।

ପ୍ରକାଶ ଯେ, ଜାଲନୋଟ୍‌ କାରବାର ନେଇ କୌଣସି ସୂତ୍ରରୁ ସୂଚନା ପାଇଁ ଭୋର୍‌ ୩ଟାରେ ଏସ୍‌ଟିଏଫ ଏବଂ ବରଗଡ଼ ଜିଲା ପୋଲିସ ଚଢାଉ କରି ଅଭିଯୁକ୍ତ ବଲରାମଙ୍କୁ ବରଗଡ଼-ବରପାଲି ମଧ୍ୟରେ ଜାତୀୟ ରାଜପଥ କଡ଼େ ରହିଥିବା ବହିଆପଦର ନିକଟ ଫଲସା ତଲିୟାନ ମନ୍ଦିର ପାଖରୁ ଗିରଫ କରିଥିଲା । ସେତେବେଳେ ବଲରାମଙ୍କ ପାଖରୁ ଏକ ବ୍ୟାଗରେ ୧୨ଲକ୍ଷ ୯୭ ହଜାର ଟଙ୍କା ଜବତ ହୋଇଥିଲା । ତାଙ୍କୁ ଜେରା କରି ଅନ୍ୟ ଅଭିଯୁକ୍ତ ପଟ୍ଟୁଙ୍କୁ ସିକିର୍ଡି ଗ୍ରାମରୁ ଗିରଫ କରାଯାଇଥିଲା । ତାଙ୍କ ପାଖରୁ ୧ଲକ୍ଷ ୩୨ହଜାର ୫୦୦ ଟଙ୍କା ଜାଲ ନୋଟ୍‌ ଜବତ ହୋଇଥିଲା । ସବୁ ଜାଲନୋଟ୍‌ ୫୦୦ ଟଙ୍କିଆ ଥିଲା । ସେହିପରି ବଲରାମଙ୍କଠାରୁ ଜାଲନୋଟ୍‌ ପ୍ରସ୍ତୁତିରେ ବ୍ୟବହୃତ କଲର ପ୍ରିଣ୍ଟର ଆଦି ଜବତ କରାଯାଇଥିଲା ।

ଅଭିଯୁକ୍ତ ବଲରାମ ଦୀର୍ଘଦିନରୁ ଜାଲନୋଟ୍‌ କାରବାର ଚଲାଇ ଆସୁଥିଲେ। ଏବଂ ତାଙ୍କ ବିରୋଧରେ ବିଭିନ୍ନ ଥାନାରେ ମାମଲା ରହିଥିବା ପୋଲିସ ସୂଚନା ଦେଇଛି । ଅପରପକ୍ଷେ ଅନ୍ୟ ଅଭିଯୁକ୍ତ ପଟ୍ଟୁ ଉତ୍ତରପ୍ରଦେଶ ରାଜ୍ୟର ମୂଳ ବାସିନ୍ଦା । ଫଳରେ ଏହି କାରବାରର ଚେର ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଥିବା ଅନୁମାନ କରାଯାଉଛି । ପୋଲିସ ଏ ନେଇ ଅଧିକ ତଦନ୍ତ କରୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ମୋହନା ପୋଲିସ ପକ୍ଷରୁ ନୂତନ ଜଳଛତ୍ର ଉଦଘାଟନ: ସଚେତନ ବାର୍ତ୍ତା ଦେଲେ ଥାନା ଅଧିକାରୀ

ମୋହନା,୭।୪: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ଥାନା ପକ୍ଷରୁ ଆଜି ନୂତନ ଜଳଛତ୍ର ଖୋଲାଯାଇଛି। ଏହି…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri