Categories: ଖେଳ

ଆଇପିଏଲର ୧୩ ତମ ମ୍ୟାଚ୍‌: ଜିଟି ବନାମ କେକେଆର, ଖେଳିବେନି ହାର୍ଦ୍ଦିକ…

ଅହମଦାବାଦ,୯।୪ : ଆଇପିଏଲ ସିରିଜ ୧୬ର ୧୩ ତମ ମ୍ୟାଚ ରବିବାର ଗୁଜରାଟ ଟାଇଟାନ୍ସ (ଜିଟି) ଏବଂ କୋଲକାତା ନାଇଟ ରାଇଡର୍ସ(କେକେଆର)ମଧ୍ୟରେ ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଅପରାହ୍ନ ସାଢ଼େ ୩ଟା ଖେଳାଯିବ। କୋଲକାତା ନାଇଟ ରାଇଡର୍ସକୁ ନେଇ ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟାନ୍ସ କ୍ରମାଗତ ତୃତୀୟ ବିଜୟ ଉପରେ ନଜର ରଖିବ। ଅନ୍ୟପକ୍ଷରେ କୋଲକାତା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ବିଜୟ ପରେ ପୁଣି ସଫଳତା ହାତେଇବା ଲକ୍ଷ୍ୟ ରଖିଛି। ହାର୍ଦ୍ଦିକ ପାଣ୍ଡ୍ୟା ସ୍ବାସ୍ଥ୍ୟଗତ କାରଣରୁ ଖେଳୁ ନାହାନ୍ତି। ଗୁଜରାଟ ଟାଇଟାନ୍ସର ପ୍ଲେଇଙ୍ଗ ୧୧ରେ ଶୁବମାନ ଗିଲ, ରିଦ୍ଧିମାନ ସାହା (ଓ୍ବିକେଟ କିପର), ସାଇ ସୁଦର୍ଶନ, ରସିଦ ଖାନ (ଅଧିନାୟକ), ଡେଭିଡ ମିଲର, ରାହୁଲ ତେୱାଟିଆ, ଅଲଜାରି ଜୋସେଫ, ମହମ୍ମଦ ଶାମି, ଜୋଶୁଆ ଲିଟିଲ, ୟଶ ଦୟାଲ ରହିଛନ୍ତି।
ବିଜୟ ଶଙ୍କର ଏକ ପ୍ରଭାବ ଖେଳାଳି ଭାବରେ ୟଶ ଦୟାଲଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିପାରନ୍ତି ।ସେହିପରି କୋଲକାତା ନାଇଟ ରାଇଡର୍ସର ପ୍ଲେଇଙ୍ଗ ୧୧ରେ ଭେଙ୍କଟେଶ ଆୟର, ରହମାନୁଲ୍ଲା ଗୁରୁବାଜ (ଓ୍ବିକେଟକିପର), ମନଦୀପ ସିଂ / ଏନ ଜଗଦୀଶାନ, ନୀତୀଶ ରାଣା (ଅଧିନାୟକ), ରିଙ୍କୁ ସିଂ, ଆଣ୍ଡ୍ରେ ରସେଲ, ଶାର୍ଦ୍ଦୁଲ ଠାକୁର, ସୁନୀଲ ନାରିନ, ଟିମ ସାଉଦି, ଉମେଶ ଯାଦବ, ବରୁଣ ଚକ୍ରବର୍ତ୍ତୀ ପ୍ରମୁଖ ଅଛନ୍ତି।କଜଣେ ପ୍ରଭାବଶାଳୀ ଖେଳାଳି ଭାବରେ ସୁନାଶ ଶର୍ମା ଭେଙ୍କଟେଶ ଆୟର୍‌ କିମ୍ବା ମନଦୀପ ସିଂଙ୍କ ସ୍ଥାନରେ ବୋଲିଂ ପାଇଁ ଆସିପାରନ୍ତି।

Share