ନନ୍ଦପୁର,୩ା୫(ତୁଷାର କାନ୍ତ ମହାନ୍ତି): ଦଶମ ବୋର୍ଡ ପରୀକ୍ଷାରେ କୋରାପୁଟ ଜିଲା ନନ୍ଦପୁର ବ୍ଲକର ୨୧ ଉଚ୍ଚ ବିଦ୍ୟାଳୟର ୧୩୯୪ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ପାଡୁଆ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ପ୍ରିୟଦର୍ଶିନୀ ଦାସ ୪୯୦ ଅଙ୍କ(ଏ-୨) ରଖି ବ୍ଲକର ଟପ୍ପର ହୋଇଛନ୍ତି। କୁଲାରସିଂ ବିଜୁ ପଟ୍ଟନାୟକ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ରାଜଲକ୍ଷ୍ମୀ ପରିଡ଼ା ୪୮୦ ଅଙ୍କ(ଏ-୨) ରଖି ଦ୍ୱିତୀୟ ହୋଇଥିବା ବ୍ଲକ ଶିକ୍ଷାଧିକାରୀ ଭବାନୀ ନନ୍ଦନ ପଟ୍ଟନାୟକ ସୂଚନା ଦେଇଛନ୍ତି। ବ୍ଲକର ମୋଟ ୧୪୨୪ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ୧୩୯୪ ପରୀକ୍ଷାର୍ଥୀ ପାସ ହୋଇଛନ୍ତି। ୩୦ ପରୀକ୍ଷାର୍ଥୀ ଫେଲ ହୋଇଛନ୍ତି। ଶିକ୍ଷାଧିକାରୀ ପଟ୍ଟନାୟକ ଓ ସହକାରୀ ଶିକ୍ଷାଧିକାରୀ ମମତାଜ ଗମାଙ୍ଗ ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟ କାମନା କରିଛନ୍ତି।