ବରଗଡ଼ରେ ୧୩୭ ନୂଆ କରୋନା ପଜିଟିଭ୍‌: ଭେଡେନ୍‌ରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ବରଗଡ଼ ଅଫିସ,୨୮।୯: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୋମବାର ଜିଲାରେ ପୁଣି ୧୩୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଭେଡେନ୍‌ ବ୍ଲକର ସର୍ବାଧିକ ୩୨ ଜଣ ରହିଛନ୍ତି । ସେହିପରି ବରଗଡ଼ ବ୍ଲକର ୧୬, ବରଗଡ଼ ପୌରାଞ୍ଚଳର ୧୮, ଅତାବିରା ବ୍ଲକର ୧୮, ଅତାବିରା ଏନ୍‌ଏସିର ୫, ବିଜେପୁର ବ୍ଲକର ୧୪, ବରପାଲି ବ୍ଲକର ୪, ବରପାଲି ଏନ୍‌ଏସିର ୪, ଅମ୍ବାଭୋନା ବ୍ଲକର ଜଣେ, ପଦ୍ମପୁର ବ୍ଲକର ୩, ପଦ୍ମପୁର ଏନ୍‌ଏସିର ୩ ରହିଛନ୍ତି।
ସେହିପରି ସୋହେଲା ବ୍ଲକର ୮, ଭଟଲି ବ୍ଲକର ୮ , ଝାରବନ୍ଧ ଓ ପାଇକମାଲ ବ୍ଲକର ଜଣେ ଲେଖାଏ ଆକ୍ରାନ୍ତ ଅଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୨୦୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୨ଜଣକର ମୃତ୍ୟୁ ହୋଇଥିବା ବେଳେ ୫୧୪୯ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟ ୧୦୫୩ ଜଣ ବିଭିନ୍ନ କୋଭିଡ ହସ୍ପିଟାଲ ଏବଂ ହୋମ ଆଇସୋଲେଶନରେ ରହି ଚିକିତ୍ସାଧିନ ଅଛନ୍ତି ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି।