Categories: ଜାତୀୟ

ରବର୍ଟ ଭଦ୍ରାଙ୍କୁ ଟ୍ୟୁମର : ବିଦେଶ ଯିବା ପାଇଁ କୋର୍ଟଙ୍କୁ ମାଗିଲେ ଅନୁମତି

ନୂଆଦିଲ୍ଲୀ,୨୯ା୫: ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ତଥା ପ୍ରିୟଙ୍କାଙ୍କ ସ୍ବାମୀ ରବର୍ଟ ଭଦ୍ରା ଦିଲୀର ରାଉଜ୍‌ ଏଭେନ୍ୟୁ ଅଦାଲତରେ ଏକ ମେଡିକାଲ ସାର୍ଟିଫିକେଟ ଜମା କରିଛନ୍ତି। ତାଙ୍କ ପେଟରେ ଟ୍ୟୁମର ହୋଇଥିବାରୁ ଚିକିତ୍ସା ପାଇଁ ଲଣ୍ଡନ ଯିବାକୁ ବୁଧବାର ଅଦାଲତରେ ଅନୁମତି ମାଗିଛନ୍ତି। ଏହା ପୂର୍ବରୁ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମ୍ମୁଖରେ ବିଦେଶ ଯିବାକୁ ଅନୁମତି ମାଗିଥିଲେ କିନ୍ତୁ ଅଦାଲତ ଏହି ଆବେଦନକୁ ୩ ଜୁନ୍‌ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଭଦ୍ରା ଦିଲୀର ଗଙ୍ଗାରାମ ହସ୍ପିଟାଲର ଏକ ସାର୍ଟିଫିକେଟ୍‌ ଅଦାଲତରେ ଜମା କରିଛନ୍ତି। ଏଥିରେ ଲେଖା ହୋଇଛି, ତାଙ୍କ ପେଟରେ ଏକ ଟ୍ୟୁମର ହୋଇଛି। ତେଣୁ ଚିକତ୍ସା ପାଇଁ ସେ ଲଣ୍ଡନ ଯିବାକୁ ଚାହଁୁଛନ୍ତି। ମେଡିକାଲ ସାର୍ଟିଫିକେଟରେ ମେ ୧୩ ଲେଖାଯାଇଥିବାରୁ ଆଜି ପର୍ଯ୍ୟନ୍ତ କାହିଁକି ସାର୍ଟିଫିକେଟ ଦାଖଲ କରାଯାଇ ନ ଥିଲା ବୋଲି ଇଡିର ଓକିଲ ପଚାରିଛନ୍ତି। ତେବେ ଭଦ୍ରାଙ୍କ ଓକିଲ କେଟିଏସ୍‌ ତୁଲ୍‌ସୀ କହିଛନ୍ତି ଭଦ୍ରା ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ଲଣ୍ଡନ ଯିବେ ଲୁଚିବାକୁ ନୁହେଁ।

Share