ଏଣିକି ସବୁ ଅଭିଯୋଗ ପାଇଁ ‘୧୩୯’

ଭୁବନେଶ୍ୱର,୨୪।୧(ବ୍ୟୁରୋ): ଭାରତୀୟ ରେଳପଥ ପକ୍ଷରୁ ସମସ୍ତ ହେଲ୍ପଲାଇନ ନମ୍ବରକୁ ଗୋଟିଏ ହେଲ୍ପଲାଇନ ନମ୍ବର-୧୩୯ ସହିତ ମିଶ୍ରଣ କରାଯାଇଛି। ଯାତ୍ରୀମାନେ ହେଲ୍ପଲାଇନ ନମ୍ବରକୁ ସହଜରେ ମନେରଖିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି। ଏଣିକି ଏହି ନମ୍ବରକୁ ମନେ ରଖି ରେଲଓ୍ବେ ସହିତ ଯୋଗାଯୋଗ କରିବା ସୁବିଧା ହେବ। ହେଲ୍ପଲାଇନ ନମ୍ବର ୧୩୯ ସହିତ ସୁରକ୍ଷା, ସାଧାରଣ ଅଭିଯୋଗ, କ୍ୟାଟରିଂ, ଭିଜିଲାନ୍ସ ଭଳି ସମସ୍ତ ହେଲ୍ପଲାଇନ ନମ୍ବରକୁ ମିଶ୍ରଣ କରାଯାଇଛି। ସମସ୍ତ ଅନୁସନ୍ଧାନ ଏବଂ ଅଭିଯୋଗ ପାଇଁ ଏହି ଏକକ ନମ୍ବର ବ୍ୟବହାର ହେବ। ସେହିଭଳି ଜୋନାଲ ରେଲଓ୍ବେ ୧୩୯ ବ୍ୟତୀତ ଅନ୍ୟ କୌଣସି ନୂତନ ହେଲ୍ପଲାଇନ ନମ୍ବର ଜାରି କରିପାରିବ ନାହିଁ। ପୂର୍ବରୁ ହେଲ୍ପଲାଇନ ନମ୍ବରଗୁଡିକ ନିର୍ଦ୍ଦିଷ୍ଟ ସମସ୍ୟା ଓ ବିଷୟ ପାଇଁ ଉତ୍ସର୍ଗୀକୃତ ଥିଲା। ସାଧାରଣ ଅଭିଯୋଗ ଏବଂ ‘କ୍ଲିନ୍‌ ମାଇଁ କୋଚ୍‌’ ପାଇଁ ୧୩୮, ଦୁର୍ଘଟଣା ଏବଂ ନିରାପତ୍ତା ପାଇଁ ୧୦୭୨, ସୁରକ୍ଷା ଏବଂ ନିରାପତ୍ତା ଭିତ୍ତିକ ସମସ୍ୟା ପାଇଁ ପୂର୍ବରୁ ୧୮୨ ନମ୍ବର ରହିଥିବାବେଳେ ତାହାକୁ ଏବେ ଅପସାରଣ କରାଯିବ। ବର୍ତ୍ତମାନ ଜାରି ହୋଇଥିବା ଇଣ୍ଟିଗ୍ରେଟେଡ୍‌ ବା ମିଶ୍ରିତ ହେଲ୍ପଲାଇନ ନମ୍ବର ୧୩୯ ବିଭିନ୍ନ ଭାଷାରେ ଉପଲବ୍ଧ ହେବ। ଏହା ଇଣ୍ଟରାକ୍ଟିଭ୍‌ ଭଏସ୍‌ ରେସପନ୍ସ ସିଷ୍ଟମ୍‌(ଆଇଭିଆର୍‌ଏସ୍‌) ଉପରେ ଆଧାରିତ ଏବଂ ସମସ୍ତ ପ୍ରକାର ମୋବାଇଲ୍‌ ବ୍ୟବହାରକାରୀ ଏହି ନମ୍ବରରେ ସେବା ପାଇପାରିବେ। ୧୩୯ ଡାଏଲ୍‌ କରିବା ଦ୍ୱାରା ଆଇଭିଆର୍‌ଏସ୍‌ ବାଛିବା ପାଇଁ ମେନ୍ୟୁ ବିକଳ୍ପଗୁଡ଼ିକ ସହିତ ଉପସ୍ଥାପନ ହେବ ଏବଂ ତାହା ତୁରନ୍ତ କେନ୍ଦ୍ରୀୟ କାର୍ଯ୍ୟନିର୍ବାହୀମାନଙ୍କୁ ସଂଯୋଗ ହେବ। ଟ୍ରେନ ଚଳାଚଳ ସମ୍ବନ୍ଧୀୟ ଦରକାରୀ ଅନୁସନ୍ଧାନ ତଥା ସଂରକ୍ଷଣ ସମ୍ବନ୍ଧୀୟ ଅନୁସନ୍ଧାନର ପିଏନ୍‌ଆର୍‌ ସ୍ଥିତି, ଟିକେଟ୍‌(ଜେନେରାଲ୍‌ ଓ ତତ୍କାଳ) ଉପଲବ୍ଧତା, ଟ୍ରେନ୍‌ ଆଗମନ ଓ ପ୍ରସ୍ଥାନ, ମାର୍ଗ ପରିବର୍ତ୍ତନ ଏବଂ ବାତିଲ କାର୍ଯ୍ୟସୂଚୀ, ବର୍ଥ ଉପଲବ୍ଧତା, ଟିକେଟ୍‌ ବାତିଲ୍‌, ଭଡ଼ା, ଗନ୍ତବ୍ୟସ୍ଥଳ ଇତ୍ୟାଦି ଜାଣିବା ପାଇଁ ଉପଭୋକ୍ତାମାନେ ଏଥିରେ କଲ୍‌ ଓ ଏସ୍‌ଏମ୍‌ଏସ୍‌ କରିପାରିବେ। ଏହାବ୍ୟତୀତ ଯାତ୍ରା ସମୟ ଆଲର୍ଟ, ୱେକଅପ୍‌ କଲ୍‌, ଅନ୍‌-ବୋର୍ଡ ସେବା ଏବଂ ସୁରକ୍ଷା ସମ୍ବନ୍ଧୀୟ ଘଟଣା ଇତ୍ୟାଦି ସମ୍ବନ୍ଧରେ ଅଭିଯୋଗ ଓ ସୂଚନା ଆଦାନପ୍ରଦାନ କରାଯାଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ାରେ ଆରମ୍ଭ ହେଲା ଗୃହ ଗଣନା

ନୂଆପଡ଼ା,୧୭ା୪ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ସ୍ବଗଣନା ପ୍ରକ୍ରିୟା ସମାପ୍ତି ପରେ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଓ ଗୃହ ଗଣନା ଗୁରୁବାର ଆରମ୍ଭ…

ସିବିଏସ୍‌ଇ ଦଶମ ପରୀକ୍ଷା ଫଳ : ୧୦ ସଫଳ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା କଲା ଜିଲା ପ୍ରଶାସନ

ନୂଆପଡ଼ା,୧୭ା୪ (ମକାରୁ ବେମାଲ): ସିବିଏସ୍‌ଇ ଦଶମ ଶ୍ରେଣୀ ୨୦୨୬ ପରୀକ୍ଷାରେ ନୂଆପଡ଼ା ଜିଲାର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ଏହି…

ଭାଷଣ ଦେବା ପୂର୍ୱରୁ ହାତରେ କାହିଁକି ବ୍ୟାଣ୍ଡେଜ ବାନ୍ଧିଥିଲେ ରାହୁଲ? ସଂସଦ ଭିତରେ କହିଦେଲେ…

ନୂଆଦିଲ୍ଲୀ,୧୭।୪: ସଂସଦର ସ୍ୱତନ୍ତ୍ର ଅଧିବେଶନ ସମୟରେ ମହିଳା ସଂରକ୍ଷଣ ବିଲ ଉପରେ ଚାଲିଥିବା ବିତର୍କ ମଧ୍ୟରେ ସମସ୍ତଙ୍କ ନଜର ରାହୁଲ ଗାନ୍ଧୀଙ୍କ ଉପରେ ଥିଲା। ଉଲ୍ଲେଖନୀୟ ଯେ,…

ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଲେ ଆହ୍ଲାବାଦ ହାଇକୋର୍ଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୭।୪: କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦ୍ୱୈତ ନାଗରିକତା ମାମଲାରେ ବଢ଼ୁଥିବା ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଆହ୍ଲାବାଦ ହାଇକୋର୍ଟର…

୧୫ ବର୍ଷ ପରେ ଜନଗଣନା: ଭଞ୍ଜନଗର ତହସିଲରେ ୬୦୦ କର୍ମଚାରୀ ନିୟୋଜିତ, ଘରକୁ ଘର ବୁଲି…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ପ୍ରତି ୧୦ ବର୍ଷକୁ ଥରେ ଦେଶରେ ଜନଗଣନା ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ବିକାଶ ଯୋଜନା ହୋଇଥାଏ। ଶେଷଥର ପାଇଁ ୨୦୧୧ ରେ ଦେଶରେ…

ନୀତୀଶ କୁମାର ହେଲେ ଅମିତ ଶାହାଙ୍କ ପଡ଼ୋଶୀ: ଦିଲ୍ଲୀରେ ୩ ଏକର ଭିଭିଆଇପି ବଙ୍ଗଳା ଆବଣ୍ଟିତ

ନୂଆଦିଲ୍ଲୀ,୧୭।୪: ନୀତୀଶଙ୍କୁ ଦିଲ୍ଲୀରେ ଏକ ଟାଇପ-୮ ବର୍ଗର ସରକାରୀ ବଙ୍ଗଳା ଆବଣ୍ଟିତ କରାଯାଇଛି, ଯାହାଦ୍ୱାରା ରାଜଧାନୀର ସବୁଠାରୁ VVIP ଜୋନରେ ତାଙ୍କର ରାଜନୈତିକ ଠିକଣା ପ୍ରତିଷ୍ଠା ହୋଇଛି।…

ଦୁର୍ଘଟଣା ପରେ ବାହାରେ ଝୁଲୁଥିଲା ମସ୍ତିଷ୍କ: ସଫଳ ହେଲା ୬ଷ୍ଠ ଶ୍ରେଣୀ ଛାତ୍ରଙ୍କ ଅସ୍ତ୍ରୋପଚାର, ପୂରା ଘଟଣା ଜାଣିଲେ ଥରିଉଠିବେ…

ବ୍ରହ୍ମପୁର/ଦିଗପହଣ୍ଡି, ୧୭।୪(ସୁବାସ ଚନ୍ଦ୍ର ପାଢ଼ୀ/ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ସ୍ନାୟୁ ଶଲ୍ୟ ବିଭାଗରୁ ଆଉ ଏକ ବିରଳ ତଥା ସଫଳ…

ଶ୍ରାଦ୍ଧବାର୍ଷିକୀରେ ବିଜୁବାବୁଙ୍କୁ ଅବମାନନା: ଅଭାବ ପଡ଼ିଲା ଫୁଲମାଳ ସହ…

ହାଟଡିହୀ/ଆନନ୍ଦପୁର,୧୭ା୪(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡି ତରଫରୁ ଆନନ୍ଦପୁର କଲ୍ୟାଣ ମଣ୍ଡପଠାରେ ପ୍ରବାଦପୁରୁଷ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri