କୋରାପୁଟ,୨୯ା୧୦(ଅମିତାଭ ବେହେରା): ବାତ୍ୟା ମୋନ୍ଥା ବେଳେ କୋରାପୁଟ ଜିଲାରେ ମୋଟ୍ ୧୩୬ ଜଣ ଶିଶୁ ଜନ୍ମ ହୋଇଥିବାବେଳେ ସେଥିମଧ୍ୟରୁ ୬୭ ଜଣ ପୁଅ ଓ ୬୯ ଜଣ ଝିଅ ରହିଥିବା ଜିଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ (ପରିବାର କଲ୍ୟାଣ ) ଡାକ୍ତର ନୀଳମାଧବ ଶତପଥୀ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନାରୁ ଜଣାଯାଇଛି ଯେ, ବାତ୍ୟା ମୋନ୍ଥା ଚାଲିଥିବା ବେଳେ ଜିଲାର ବିଭିନ୍ନ ମେଡିକାଲ ଓ ମା’ ଘରେ ମୋଟ୍ ୩୩୨ ଜଣ ଗର୍ଭବତୀ ମା’ଙ୍କୁ ରଖାଯାଇଥିଲା। ସେଥିମଧ୍ୟରୁ ମା’ ଘରେ ୧୬୦ ଜଣଙ୍କୁ ଓ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ୧୭୨ ଜଣଙ୍କୁ ରଖାଯାଇଥିଲା। ଗତ ୨୬ ଓ ୨୮ ତାରିଖରେ ଏହି ୧୩୬ ଜଣ ଶିଶୁ ଜନ୍ମ ହୋଇଥିବାବେଳେ ଶିଶୁମାନଙ୍କ ମଧ୍ୟରେ ୨ଟି ଜାଆଁଳା ରହିଥିବା ସେ ସୂଚନା ଦେଇଛନ୍ତି। ବର୍ତ୍ତମାନ ସମସ୍ତ ନବଜାତ ଓ ମା’ ସୁସ୍ଥ ଥିବା ସେ ସୂଚନା ଦେଇଛନ୍ତି।


