୧୩,୫୩୨ ପିଲାଙ୍କୁ ମିିଳିନି ବହି

ଜଗତ୍‌ସିଂହପୁର ଅଫିସ, ୧୦ା୬: ରାଜ୍ୟ ସରକାର ଶିକ୍ଷା ଉପରେ ପ୍ରାଧାନ୍ୟ ଦେଇ ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ ମାଧ୍ୟମରେ ପ୍ରଚୁର ଅର୍ଥ ବ୍ୟୟ କରୁଛନ୍ତି। ଖାଲି ଶିକ୍ଷକ ପଦବୀ ପୂରଣ କରି ଛାତ୍ରୀଛାତ୍ର ଓ ଅଭିଭାବକଙ୍କୁ ସରକାରୀ ବିଦ୍ୟାଳୟ ମୁହଁା କରିବାକୁ ଉଦ୍ୟମ ଚାଲିଛି। କିନ୍ତୁ ପ୍ରାଥମିକ ବିଦ୍ୟାଳୟ କ୍ଷେତ୍ରରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ଜଗତ୍‌ସିଂହପୁର ଜିଲାରେ ଚଳିତ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଲାଭ କରୁଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ବିଷୟ ଅନୁସାରେ ୧୩,୫୩୨ ଜଣଙ୍କୁ ଏ ପର୍ଯ୍ୟନ୍ତ ମାଗଣା ପାଠ୍ୟ ପୁସ୍ତକ ଯୋଗାଇ ଦିଆଯାଇନାହିଁ। ବହି ନ ଥିବାରୁ ଜିଲାର ବହୁ ଛାତ୍ରୀଛାତ୍ରଙ୍କ ପାଠ ପଢାରେ ବ୍ୟାଘତ ସୃଷ୍ଟି ହୋଇଛି। ଏ ନେଇ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଦ୍ୱିତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୩,୫୩୨ ଜଣଙ୍କୁ ବିଷୟ ଅନୁଯାୟୀ ସମସ୍ତ ପୁସ୍ତକ ଯୋଗା ଯାଇନାହିଁ। ଦ୍ୱିତୀୟ ଶ୍ରେଣୀର ଗଣିତ ଖେଳ ବହି ୮,୮୯୦ ଆବଶ୍ୟକତା ଥିବାବେଳେ ଆସିଛି ୮,୮୪୬ ଖଣ୍ଡ। ଆଉ ୪୪ଟି ଅଭାବ ରହିଛି। ସେହିପରି ତୃତୀୟ ଶ୍ରେଣୀ ଗଣିତ ମଜା ବହି ୮,୯୭୫ ମଧ୍ୟରୁ ପହଞ୍ଚତ୍ଛି ୮,୯୩୯ ଖଣ୍ଡ। ଅବଶିଷ୍ଟ ୩୬ ବହି ଆସିନାହିଁ। ପଞ୍ଚମ ଶ୍ରେଣୀ ମାଇଁ ଇଂଲିଶ୍‌ ବୁକ୍‌ ୯,୪୧୩ଟି ଆବଶ୍ୟକ ଥିବା ବେଳେ ଆସିଛି ୯୩୬୦ ଖଣ୍ଡ। ଆଉ ୫୩ ବହିର ଅଭାବ ରହିଛି। ଏହି ଶ୍ରେଣୀର ସାହିତ୍ୟ କୁସୁମ ବହି ୯,୪୧୩ ଖଣ୍ଡରୁ ୯୧୧୪ ପହଞ୍ଚତ୍ଛି। ବାକି ୨୯୯ ବହି ଆସିନି। ପରିବେଶ ବିଜ୍ଞାନ ବହି ୯,୪୧୩ରୁ ୯,୩୬୨ ଖଣ୍ଡ ପହଞ୍ଚତ୍ଛି। ଅବଶିଷ୍ଟ ୫୧ଟି ଆସି ପାରିନାହିଁ। ଷଷ୍ଠ ଶ୍ରେଣୀ ଭାଷା କଳିକା ବହି ୯,୬୬୭ରୁ ଆସିଛି ୯୬୦୫ ଖଣ୍ଡ। ଆଉ ୬୨ଟି ଆସିବା ବାକି ରହିଛି। ଗଣିତ ବହି ୯.୬୬୭ରୁ ପହଞ୍ଚତ୍ଛି ୯.୫୧୯ ଖଣ୍ଡ। ଆଉ ୧୪୮ଟି ଆବଶ୍ୟକ ରହିଛି। ବିଜ୍ଞାନ ବହି ୯,୬୬୭ରୁ ପହଞ୍ଚତ୍ଛି ୯,୫୮୯ ଖଣ୍ଡ। ଆଉ ୭୮ ବହି ପହଞ୍ଚତ୍ନି। ଭୂଗୋଳ ବହି ୯,୬୬୭ରୁ ଆସିଛି ୯୫୫୮ ଖଣ୍ଡ। ଆଉ ୧୦୯ଟି ଆବଶ୍ୟକ ରହିଛି। ସପ୍ତମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହି ୧୦,୬୭୧ରୁ ଆସିଛି ୧୦,୫୯୪ ଖଣ୍ଡ। ୭୭ ଖଣ୍ଡ ଆସିବା ବାକି ଅଛି। ଭୂଗୋଳ ବହି ଆବଶ୍ୟକ ୧୦,୬୭୧ରୁ ଆସିଛି ୧୦,୬୦୬ ଖଣ୍ଡ। ଅବଶିଷ୍ଟ ୬୫ ଖଣ୍ଡ ପହଞ୍ଚତ୍ନି। ବିଜ୍ଞାନ ବହି ଆବଶ୍ୟକ ୧୦,୬୭୧ରୁ ଆସିଛି ୧୦,୬୧୫ ଖଣ୍ଡ। ଆଉ ୫୬ ଖଣ୍ଡ ପହଞ୍ଚତ୍ବ। ମେରି ହିନ୍ଦି ପୁସ୍ତକ ଆବଶ୍ୟକ ୧୦,୬୭୧ରୁ ଆସିଛି ୧୦,୫୮୬ ଖଣ୍ଡ। ଅବଶିଷ୍ଟ ୮୫ଟି ଆସିବାର ଅଛି। ସାହିତ୍ୟ ଆବଶ୍ୟକ ୧୩,୭୨୦ରୁ ଆସିଛି ୧୩,୬୯୮ ଖଣ୍ଡ। ଆଉ ୨୨ ଖଣ୍ଡ ପହଞ୍ଚତ୍ବ। ସେହିପରି ଆମ ବ୍ୟାକରଣ ବହି ୧୩, ୭୨୦ ଆବଶ୍ୟକରୁ ୧୩,୩୭୨ ଖଣ୍ଡ ପହଞ୍ଚତ୍ଛି। ଅବଶିଷ୍ଟ ୩୪୮ ଖଣ୍ଡ ଆସିନାହିଁ। ସାମା ଇ-ଊର୍ଦ୍ଦୁ ବହି ୧,୧୦୧ ଖଣ୍ଡ ଆବଶ୍ୟକ ହେଉଥିବା ବେଳେ ଖଣ୍ଡେ ବି ପହଞ୍ଚତ୍ ପାରିନାହିଁ। ସରଳ ହିନ୍ଦୀ ବ୍ୟାକରଣ ୨,୯୪୩ ଆବଶ୍ୟକ ୨,୯୦୧ ଖଣ୍ଡ ପହଞ୍ଚତ୍ଛି। ଅବଶିଷ୍ଟ ୪୨ ଖଣ୍ଡ ଅଭାବ ରହିଛି। ଏ ନିଉ ଆପ୍ରୋଚ୍‌ ଟୁ ଇଂଲିଶ୍‌ ବହି ଆବଶ୍ୟକ ୧୪,୮୨୧ ସ୍ଥଳେ ଆସିଛି ୧୩,୩୧୯ ଖଣ୍ଡ। ଆଉ ୧,୫୦୨ ଖଣ୍ଡ ପହଞ୍ଚତ୍ବାରେ ବିଳମ୍ବ ହେଉଛି। ଷ୍ଟୋରିଜ୍‌ ପାଷ୍ଟ ଆଣ୍ଡ ପ୍ରେଜେଣ୍ଟ ପୁସ୍ତକ ୧୪,୮୨୧ଖଣ୍ଡରୁ ୧୦,୦୮୩ ଆସିଛି। ଅବଶିଷ୍ଟ ୪,୭୩୮ ପହଞ୍ଚତ୍ନାହିିଁ। ଅଷ୍ଟମ ଶ୍ରେଣୀ ଭାଷା ସୌରଭମ୍‌ ବହି ଆବଶ୍ୟକ ୧୧,୮୭୮ସ୍ଥଳେ୧୦,୮୭୧ ଖଣ୍ଡ ପହଞ୍ଚତ୍ଛି। ୧୦୦୭ ଖଣ୍ଡ ଆସିପାରିନାହିଁ। ବିଜ୍ଞାନ ବହି ଆବଶ୍ୟକ ୧୪,୮୨୧ସ୍ଥଳେ ଆସିଛି ୧୪,୫୮୩ ଖଣ୍ଡ। ଆଉ ୨୩୮ ଖଣ୍ଡ ପହଞ୍ଚତ୍ ପାରିନାହିଁ। ସରଳ ଗଣିତ (ବୀଜ ଗଣିତ) ବହି ୧୪,୮୨୧ ଆବଶ୍ୟକ ବେଳେ ପହଞ୍ଚତ୍ଛି ୧୩,୯୭୩ ଖଣ୍ଡ। ଅବଶିଷ୍ଟ ୮୪୮ ଖଣ୍ଡ ପହଞ୍ଚତ୍ ପାରିନାହିଁ। ସରଳ ଗଣିତ (ଜ୍ୟାମିତି) ଆବଶ୍ୟକ ୧୪,୮୨୧ ସ୍ଥଳେ ଆସିଛି ୧୪,୬୯୦ ଖଣ୍ଡ। ଆଉ ୧୩୧ ପହଞ୍ଚତ୍ ପାରିନାହିଁ। ଇତିହାସ ଓ ରାଜନୀତି ବିଜ୍ଞାନ ଆବଶ୍ୟକ ବହି ୧୪, ୮୨୧ରୁ ୧୪,୬୩୯ ଖଣ୍ଡ ପହଞ୍ଚତ୍ଛି। ଅବଶିଷ୍ଟ ୧୮୨ ଖଣ୍ଡ ଆସିନାହିଁ। ଭୂଗୋଳ ବହି ୧୪,୮୨୧ ଆବଶ୍ୟକ ଥିବାବେଳେ ଆସିଛି ୧୩, ୭୧୨ ଖଣ୍ଡ। ଆଉ ୧,୧୦୯ ଖଣ୍ଡ ପହଞ୍ଚତ୍ବାରେ ବିଳମ୍ବ ହେଉଛି। ଆସାନ ଊର୍ଦ୍ଦୁ କ୍ବାୱାଏଦ୍‌ ବହି ୧,୧୦୧ ଖଣ୍ଡ ଆବଶ୍ୟକ ଥିବା ବେଳେ ଖଣ୍ଡେ ବି ପହଞ୍ଚତ୍ ପାରିନାହିଁ। ମୋଟ ଉପରେ ଜିଲା ପାଇଁ ୪,୫୮,୯୫୯ ବହିର ଆବଶ୍ୟକ ରହିଛି। ଅବଶିଷ୍ଟ ୧୩,୫୩୨ ଖଣ୍ଡ ବହି କେବେ ପହଞ୍ଚତ୍ବ ସେନେଇ ଅନିଶ୍ଚିତତା ପ୍ରକାଶ ପାଇଛି। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ରଜ ଛୁଟି ପରେ ସମସ୍ତ ବହି ପହଞ୍ଚତ୍ବା ନେଇ ଆଶା ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri