Categories: ଜାତୀୟ

ନରମିଲେ ମମତା: ମୋଦିଙ୍କ ଶପଥ ଗ୍ରହଣ ଉତ୍ସବକୁ ଯିବେ

କୋଲକାତା, ୨୯।୫: ନିର୍ବାଚନ ପୂର୍ବରୁ ଭାଜପା ଏବଂ ତୃଣମୂଳ କଂଗ୍ରେସ(ଟିଏମସି) ମଧ୍ୟରେ ଲାଗିଥିବା କନ୍ଦଳରୁ ଫାଇଦା ଉଠାଇଛି ଭାଜପା। ସାଧାରଣ ନିର୍ବାଚନରେ ଭାଜପା ପଶ୍ଚିମବଙ୍ଗରେ ସଫଳତା ପାଇବା ପରେ ଉତ୍ସାହିତ ହୋଇପଡିଛି। ରାଜ୍ୟର ୩ ବିଧାୟକ ଏବଂ ୩ ପୌରସଂସ୍ଥାର ୬୦ କାଉସିଲର ଭାଜପାରେ ଯୋଗଦେବା ପରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ସ୍ବର ଟିକେ ନରମି ଯାଇଛି। ବୋଧହୁଏ ଏଥିପାଇଁ ମେ ୩୦ରେ ନରେନ୍ଦ୍ର ମୋଦିଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗଦେବାକୁ ଚେଷ୍ଟା କରିବେ ବୋଲି ସେ କହିଛନ୍ତି। ମୁଁ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ ପାଇଛି। ଏହା ଏକ ସାମ୍ବିଧାନିକ ଏବଂ କ୍ଷମତାର ଉତ୍ସବ।  ଏଥିରେ ସବୁଦଳର ନେତା ଯୋଗଦେଇଥାନ୍ତି ବୋଲି ମମତା କହିଛନ୍ତି।

Share