Categories: ଫୁରସତ

ଏହି ରେଷ୍ଟୁରାଣ୍ଟରେ ୮ ଜଣ ଡିନର କରି ଭରିଲେ ୪୪ ଲକ୍ଷ ଟଙ୍କାର ବିଲ୍‌

ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ରେଷ୍ଟୁରାଣ୍ଟ ଚର୍ଚ୍ଚାରେ ରହୁଛି। କେଉଁଠି ଚା’ କପ୍‌ର ଦାମ୍‌ ଆକାଶଛୁଆଁ ତ ଆଉ କେଉଁଠି ଦୁଇଟି କଦଳୀର ଦାମ୍‌ ୧ ହଜାର ଟଙ୍କା। କିନ୍ତୁ ଆଜି ଏମିତି ଏକ ରେଷ୍ଟୁରାଣ୍ଟର ମିଲ୍‌ର ଦାମ୍‌ ବିଷୟରେ କହିବୁ, ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏମିତି ରେଷ୍ଟୁରାଣ୍ଟ ରହିଛି ଚାଇନାରେ। ଏଠାରେ ୮ ଜଣ ଡିନର କରି ୪୧୮,୨୪୫ ୟୁଆନ୍‌ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୪୪ ଲକ୍ଷ ୨୬ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ଭରିଛନ୍ତି।

ଏତେ ଟଙ୍କାର ବିଲ୍‌ ପରେ ରେଷ୍ଟୁରାଣ୍ଟକୁ ନେଇ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା ଚାଲିଛି। ବିଲ୍‌ରେ ୨୦ ପ୍ରକାର ଖାଦ୍ୟର ନାମ ଥିଲା। ୨୦ ପ୍ରକାର ତରକାରୀ ଥିଲା। ‘ମ୍ୟାଗି ଫାଇଭ୍‌ ରେଷ୍ଟୁରାଣ୍ଟ’ ନାମକ ଏହି ରେଷ୍ଟୁରାଣ୍ଟକୁ ଦୁବାଇରୁ ୮ ଜଣ ଡିନର କରିବାକୁ ଆସିଥିଲେ। ଓ୍ବେଟର ବିଲ୍‌ ଦେବା ପରେ ଏମାନେ ଆଶ୍ଚର୍ଯ୍ୟ ହୋଇଯାଇ ମାଲିକଙ୍କୁ ଜଣାଇଥିଲେ। କିନ୍ତୁ ମାଲିକ ଜଣକ ଏହି ରେଷ୍ଟୁରାଣ୍ଟରେ ସବୁଠୁ ମହଙ୍ଗା ଖାଦ୍ୟ ପରଷାଯାଏ ବୋଲି କହିଛନ୍ତି।

Share