Categories: ଫୁରସତ

୧୩୧.୧୫ କେଜିର ବିବାହ ଡ୍ରେସ୍‌ କେକ୍‌

ବର୍ନ: ସୁଇଜରଲାଣ୍ଡର ଜଣେ ମହିଳା କେକ୍‌ ଡ୍ରେସ୍‌ ତିଆରି କରି ଗିନିଜ୍‌ ୱାଲର୍‌ଡ ରେକର୍ଡରେ ନିଜ ନାମ ଲେଖାଇଛନ୍ତି। ଗତ ମାସ ୧୫ ତାରିଖରେ ଆୟୋଜିତ ସ୍ବିସ୍‌ ୱାଲର୍‌ଡ ୱେଡିଂ ମେଳାରେ ନତାଶା କୋଲିନ୍‌ କିମ୍‌ ଫେହଲି ଫେକାସ୍‌ ଏହି କେକ୍‌ ଡ୍ରେସ୍‌ ତିଆରି କରିଥିଲେ। ସେହି କେକ୍‌ର ଓଜନ ଥିଲା ୧୩୧.୧୫ କେଜି। ମେଳାକୁ ଆସୁଥିବା ଗେଷ୍ଟମାନଙ୍କୁ ସେ ସେହି କେକ୍‌ରୁ କିଛି କିଛି ଅଂଶ ଖାଇବାକୁ ଦେଉଥିଲେ। ଗିନିଜ୍‌ ବୁକ୍‌ ଅଫ୍‌  ୱାଲର୍‌ଡ ରେକର୍ଡ ରିପୋର୍ଟ ମୁତାବକ, ନତାଶା କେକ୍‌ ତିଆରି ପାଇଁ ପାରମ୍ପରିକ ଜିନିଷର ବ୍ୟବହାର କରିଥିଲେ। କେକ୍‌ର ଉଚ୍ଚତା ୧.୫୭ ମିଟର, ପରିଧି ୪.୧୫ ମିଟର ଏବଂ ବ୍ୟାସ ୧.୩୧୯ ମିଟର। ନତାଶା ତାଙ୍କ ଶପ୍‌ରେ ବିବାହର କେକ୍‌ ତିଆରି କରିଥାନ୍ତି। ବିବାହ କେକ୍‌ କରିବା ସମୟରେ ତାଙ୍କ ମୁଣ୍ଡକୁ ଏକ ବୁଦ୍ଧି ଆସିଥିଲା। ଫଳରେ ସେ ବିବାହ ଡ୍ରେସ୍‌ର ଏକ ବଡ଼ କେକ୍‌ କରିବାକୁ ଚାହିଁଥିଲେ। କେକ୍‌ର ଉପର ଅଂଶ ଚିନିରେ ତିଆରି ହୋଇଥିବାବେଳେ ସେହି କେକ୍‌ ଏକ ଆଲୁମିନିୟମ୍‌ ଫ୍ରେମ୍‌ ସାହାରାରେ ରଖା ଯାଇଥିଲା। ତାହା ତଳେ କିଛି ଚକ ଲାଗିଥିଲା, ଯେପରି ତା’ ମଧ୍ୟରେ ଏକ ମଡେଲ ରହିଲେ ମଧ୍ୟ କେକ୍‌ ଡ୍ରେସ୍‌ଟି ସହଜରେ ଗତି କରିପାରିବ।

Share