ସିରିଆରେ ପେଟ୍ରୋଲ ଦାମ୍‌ରେ ୧୩୦ ପ୍ରତିଶତ ବୃଦ୍ଧି, ଲୋକେ ହସ୍ତସନ୍ତ…

ଦାମାସକସ୍‌, ୮।୮ : ଗତ ୧୧ ବର୍ଷଧରି ଯୁଦ୍ଧ ସଙ୍କଟ ଗ୍ରସ୍ତ ହୋଇଥିବା ସିରିଆରେ ଏବେ ଲୋକଙ୍କ ଉପରେ ସରକାର ପୁଣି ଏକ ବୋଝ ଲଦି ଦେଇଛନ୍ତି। ରାଷ୍ଟ୍ରପତି ବସାର ଅଲ ଅସାଦ ସରକାର ପେଟ୍ରୋଲର ମୂଲ୍ୟ ପ୍ରାୟ ୧୩୦ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଏପପି ଅନୁଯାୟୀ, ସରକାରୀ ସାନା ନ୍ୟୁଜ ଏଜେନ୍ସି ପକ୍ଷରୁ ଦିଆଯାଇଥିବା ବିବୃତ୍ତିରେ ଅସାଦ ସରକାର ଏହି ବୃଦ୍ଧି ଘୋଷଣା କରିଛନ୍ତି। ଫଳରେ ଏଣିକି ଏକ ଲିଟର ସବସିଡିଯୁକ୍ତ ପେଟ୍ରୋଲର ମୂଲ୍ୟ ୧,୧୦୦ ରୁ ୨,୫୦୦ ସିରିଆ ପାଉଣ୍ଡକୁ ବୃଦ୍ଧି ପାଇବ।

ଏଥିସହିତ ବିନା ସବସିଡିଯୁକ୍ତ ପେଟ୍ରୋଲର ମୂଲ୍ୟ ୩,୫୦୦ ରୁ ୪,୦୦୦ ସିରିଆ ପାଉଣ୍ଡକୁ ବୃଦ୍ଧି ପାଇଛି। ଆମେରିକୀୟ ଡଲାର ତୁଳନାରେ ହ୍ରାସ ପାଉଥିବା ସିରିଆ ପାଉଣ୍ଡ ଏକ ଚିନ୍ତାର କାରଣ ପାଲଟିଛି। ଲଗାତାର ତୃତୀୟ ଥର ପାଇଁ ପେଟ୍ରୋଲ ଦର ବୃଦ୍ଧି କରାଯାଇଛି। ବର୍ତ୍ତମାନ ଏକ ଡଲାର କିଣିବା ପାଇଁ ସରକାରଙ୍କୁ ୨,୮୧୪ ସିରିଆ ପାଉଣ୍ଡ ଦେବାକୁ ପଡିବ। ୟୁକ୍ରେନ-ରୁଷିଆ ଯୁଦ୍ଧ ପରଠାରୁ ଇନ୍ଧନ ମୂଲ୍ୟ ବୃଦ୍ଧି ବହୁ ଦେଶ ପାଇଁ ଚିନ୍ତାର ବିଷୟ ପାଲଟିଛି। ଇନ୍ଧନ ଦର ବୃଦ୍ଧି ଯୋଗୁଁ ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ସମେତ ଅନେକ ଦେଶ ଏବେ ଅସୁବିଧାରେ ପଡ଼ିଛନ୍ତି।

ନିକଟରେ ହୋଇଥିବା ଆଇଏମଏଫ ରିପୋର୍ଟରେ କୁହାଯାଇଥିଲା ଯେ ଇନ୍ଧନ ମୂଲ୍ୟ ବୃଦ୍ଧି ଅନେକ ଦେଶକୁ ଅର୍ଥନୈତିକ ସଙ୍କଟରେ ପକାଇପାରେ। ଜାତିସଂଘର ଆକଳନ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ସିରିଆରେ ଯୁଦ୍ଧ ଯୋଗୁଁ ଦେଶର ଅର୍ଦ୍ଧେକ ଲୋକ ପଳାୟନ କରିବାକୁ ବାଧ୍ୟ ହେଉଛନ୍ତି। ୨୦୧୧ରେ ସିରିଆରେ ଯୁଦ୍ଧ ଆରମ୍ଭ ହୋଇଥିଲା। ଭୌଗୋଳିକ ସୁବିଧାକୁ ଦୃଷ୍ଟିରେ ରଖି ରୁଷିଆ, ତୁର୍କୀ ଏବଂ ଇରାନ ମଧ୍ୟ ପରୋକ୍ଷରେ ଏହି ଯୁଦ୍ଧରେ ଜଡିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri