Posted inଖେଳ

ମାତ୍ର ୧୩ ବର୍ଷ ବୟସରେ ଅଷ୍ଟ୍ରେଲିଆ ବିରୋଧରେ ଶତକ ମାରିଲେ ଭାରତର ଏହି ବିସ୍ମୟ ବାଳକ

ଚେନ୍ନାଇ, ୧ା୧୦: ଦ୍ୱିତୀୟ ଟେଷ୍ଟରେ ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆର ଆକ୍ରମଣାତ୍ମକ ପ୍ରଦର୍ଶନ ଅନେକ ଯୁବ ତାରକାଙ୍କୁ ଅନୁପ୍ରାଣିତ କରିଛି। ମାତ୍ର ୧୩ ବର୍ଷ ବୟସରେ, ଯୁବ ବୈଭବ ସୂର୍ୟ୍ୟବଂଶୀ ଚେନ୍ନାଇର ଏମ.ଏ ଚିଦାମ୍ବରମ୍ ଷ୍ଟାଡିୟମରେ ନିଜର ପରାକାଷ୍ଠା ଦେଖାଇଛନ୍ତି, ଯେଉଁଠି ଭାରତର ୧୯ ବର୍ଷରୁ କମ୍ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଖେଳୁଛି।

ବୈଭବ ୬୨ ଟି ବଲର ସାମ୍ନା କରି ୧୦୪ ରନ୍ କରିବା ପରେ ରନ୍ ଆଉଟ୍ ହୋଇ ପ୍ୟାଭିଲିୟନ ଫେରିଥିଲେ। ତାଙ୍କର ଏହି ଶତକ ପରେ ସେ ବର୍ତ୍ତମାନ ଯୁବ ଟେଷ୍ଟ ଫର୍ମାଟରେ ଏକ ଶତକ ସ୍କୋର କରିବାରେ ସର୍ବକନିଷ୍ଠ ହୋଇଛନ୍ତି। ଏହି ଶତକ ସହିତ ସେ ପାକିସ୍ତାନର ନାସିର ଜାମସେଦ, ବାଂଲାଦେଶର ମେହିଦି ହାସନ ମିରାଜ ଏବଂ ଅହମ୍ମଦ ଶେହଜାଦ ଏବଂ ହାସନ ରଜାଙ୍କ ପରି ଅନ୍ୟ ପାକିସ୍ତାନୀ ତାରକାଙ୍କୁ ପଛରେ ପକାଇ ଦେଇଛନ୍ତି।

ଏହା ବ୍ୟତୀତ ସେ ଯୁବ ଟେଷ୍ଟ ଫର୍ମାଟରେ ଦ୍ୱିତୀୟ ଦ୍ରୁତତମ ଶତକଧାରୀ ଏବଂ ଫର୍ମାଟରେ ଜଣେ ଭାରତୀୟଙ୍କ ଦ୍ୱାରା ଦ୍ରୁତତମ ଶତକ ମଧ୍ୟ ହାସଲ କରିଛନ୍ତି। ତେବେ ସେ ଇଂଲଣ୍ଡର ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ମୋଇନ ଅଲିଙ୍କ ପଛରେ ଅଛନ୍ତି, ଯିଏ ୨୦୦୫ ରେ ୫୬ ଟି ବଲରେ ଶତକ ହାସଲ କରିଥିଲେ। ତେବେ ଯୁବ ବୈଭବ ପୂର୍ବରୁ ପ୍ରଥମ ଶ୍ରେଣୀ ଫର୍ମାଟରେ ଡେବ୍ୟୁ କରିସାରିଛନ୍ତି ଯେଉଁଠାରେ ସେ ଦୁଇଟି ମ୍ୟାଚ୍ ପାଇଁ ବିହାରକୁ ପ୍ରତିନିଧିତ୍ୱ କରିଥିଲେ।

ମ୍ୟାଚ୍ କଥା କହିଲେ ଅଷ୍ଟ୍ରେଲିଆ ଦଳ ବିପକ୍ଷ ୪ ଦିନିଆ ପ୍ରଥମ ଅନ୍‌ ଅଫିସିଆଲ ଟେଷ୍ଟର ଦ୍ୱିତୀୟ ଦିବସରେ ଓପନର ବୈବଭ ସୂର୍ଯ୍ୟବଂଶୀଙ୍କ ଶତକ ସତ୍ତ୍ୱେ ପୂର୍ବଦିନର ଅସମାପ୍ତ ସ୍କୋର ୧୦୩/୦ର ଖେଳ ଆରମ୍ଭ କରିଥିବା ଭାରତ ପ୍ରଥମ ଇନିଂସରେ ୨୯୬ ରନରେ ଅଲ ଆଉଟ ହୋଇଯାଇଛି।

ସୂର୍ଯ୍ୟବଂଶୀ ମଙ୍ଗଳବାର ତାଙ୍କ ପୂର୍ବଦିନର ଅସମାପ୍ତ ବ୍ୟକ୍ତିଗତ ସ୍କୋର ୮୧ରୁ ଆରମ୍ଭ କରି ଶତକ ପୂରଣ କରିବାରେ ସଫଳ ହୋଇଥିଲେ। ସେ ୬୨ ବଲ୍‌ ସାମ୍ନା କରି ୧୪ ଚୌକା ଓ ୪ ଛକା ସହ ୧୦୪ ରନ କରିଥିଲେ। ବିଭାନ ମାଲହୋତ୍ରା (୭୬ରନ, ୧୦୮ ବଲ୍‌, ୧୩ ଚୌକା ଓ ୧ ଛକା)ଙ୍କ ସହ ଓପନିଂ ଯୋଡ଼ିରେ ସେ ୧୩୩ ରନ ଯୋଗ କରିଥିଲେ।

ତେବେ ଅଷ୍ଟ୍ରେଲିଆ ସ୍ପିନର ଥେଆମ ବ୍ରାଉନ ଓ ଭାରତୀୟ ବଂଶୋଦ୍ଭବ ବିଶ୍ୱ ରାମକୁମାରଙ୍କ ଚମତ୍କାର ବୋଲିଂ ଯୋଗୁ ଅବଶିଷ୍ଟ ବ୍ୟାଟର କ୍ରିଜ୍‌ରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ସ୍କୋରଠାରୁ ଭାରତ ମାତ୍ର ୩ ରନ ଅଧିକ ସ୍କୋର କରିବାରେ ସକ୍ଷମ ହୋଇଥିଲେ। ଭ୍ରମଣକାରୀ ଦଳ ମଙ୍ଗଳବାର ଖେଳ ଶେଷ ସୁଦ୍ଧା ଏହାର ଦ୍ୱିତୀୟ ଇନିଂସରେ ୪ ଉଇକେଟ ବିନିମୟରେ ୧୧୦ ରନ ସଂଗ୍ରହ କରିପାରିଛି। ଘରୋଇ ଦଳଠାରୁ ୧୦୭ ରନ ଆଗରେ ରହିଛି। ଏଠିକାର ପିଚ୍‌ରେ ଚତୁର୍ଥ ଇନିଂସରେ ୨୦୦ ପାଖାପାଖି ରନ ପିଛା କରିବା କଷ୍ଟ ସାଧ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

ପୁଣି ଯୁଦ୍ଧ ଆରମ୍ଭ! ଆମେରିକାର ଯୁଦ୍ଧଜାହାଜ ଉପରେ ଆକ୍ରମଣ କଲା ଇରାନ, ସମ୍ପୂର୍ଣ୍ଣ ଧ୍ୱଂସ….

ନୂଆଦିଲ୍ଲୀ,୨୫।୩: ଇରାନ ପୁଣି ଥରେ ଭୂମଧ୍ୟସାଗରରେରେ ଆମେରିକୀୟ ଯୁଦ୍ଧଜାହାଜକୁ ଟାର୍ଗେଟ କରିଛି । ୟୁଏସଏସ ଆବ୍ରାହମ ଲିଙ୍କନକୁ ବାଲିଷ୍ଟିକ୍ ମିଶାଇଲରେ ଆକ୍ରମଣ କରି ଟାର୍ଗେଟ କରିଛି । ଭିଡିଓରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri