ମୁମ୍ବାଇରେ ମାଲକାନଗିରିର ୧୩ ଆଦିବାସୀ ପିଲା

ମାଲକାନଗିରି,୧୬।୧ (ଡି.ଏନ୍‌.ଏ.) କାହା ପାଖରେ ପ୍ରତିଭା ଅଛି ତ ସୁଯୋଗ ନାହିଁ, ଆଉ କାହା ପାଖରେ ସୁଯୋଗ ଅଛି ତ ପ୍ରତିଭା ନାହିଁ। ଯେଉଁଠି ପ୍ରତିଭା ଅଛନ୍ତି ସେଠାରେ ସୁଯୋଗ ସୃଷ୍ଟି ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଥାଏ। ଏପରି ଦେଖିତ୍ବାକୁ ମିଳିଛି ମାଲକାନଗିରି ଜିଲା କ୍ଷେତ୍ରରେ। ଏହି ଉପାନ୍ତ ଜିଲାର ବଣମଲ୍ଲୀମାନେ ଦେଶ ବିଦେଶରେ ଏବେ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ। କେତେବେଳେ ମାଓବାଦୀ ହିଂସା ପାଇଁ ତ କେତେବେଳେ ଭିନ୍ନ କିଛି ପରିଚୟ ତିଆରି କରିବାକୁ ସକ୍ଷମ ହୋଇଛନ୍ତି ଏହି ଆଦିବାସୀ ଅଞ୍ଚଳର ପିଲାମାନେ। ନିଜର ସାହସିକତା ଦେଖାଇଛନ୍ତି ଜାତୀୟ ମଞ୍ଚରେ। ନିଜ ଅଞ୍ଚଳ ପାଇଁ ଗୌରବ ଆଣିବାକୁ ସୁଦୂର ମୁମ୍ବାଇ ମାୟାନଗରୀରେ ପହଞ୍ଚିଛନ୍ତି ୧୩ ଆଦିବସୀ ପିଲା। ମାଆବାପାଙ୍କୁ ହରାଇଥିବା ଏହି ପିଲାମାନେ ସୋନି ଟିଭି ପରଦାରେ ନିଜର ଦୁଃସାହସିକ କଳା ପରିବେଷଣକରି ସ୍ବତନ୍ତ୍ର ପରିଚୟ ସୃଷ୍ଟିକରି ଅଞ୍ଚଳ ପାଇଁ ଆଣିଛନ୍ତି ଗୌରବ।
ପିଲାଙ୍କ ପ୍ରତିଭାକୁ ଖୋଜି ବାହାର କରିଛନ୍ତି ବିଭିନ୍ନ କଳାର ପୂଜାରୀ ବିନାଶ ମିଶ୍ର। ନିଜସ୍ବ ଉଦ୍ୟମରେ ଏହି ଶିଶୁମାନଙ୍କୁ ଆଣି ନିଜ ପାଖରେ ରଖି ସେମାନଙ୍କ ପାଠପଢ଼ା ସହ ଖାଇବା ରହିବା ବ୍ୟବସ୍ଥା କରିଛନ୍ତି ବିନାଶ। ଏଥିସହ ଅଲ୍‌ ଓଡ଼ିଶା ମାର୍ଶାଲ ଆର୍ଟ ଏକାଡେମୀ ମାଧ୍ୟମରେ ଏହି ଶିଶୁଙ୍କୁ ସେ ଦେଉଛନ୍ତି ଜୁଡୋ ଓ ମାର୍ଶାଲ ଆର୍ଟ ଶିକ୍ଷା। ସେମାନଙ୍କୁ ତାଲିମ ସହ ଅନ୍ୟାନ୍ୟ କୌଶଳ ଶିଖାଇବା ପରେ ଏହି ପିଲାମାନେ ଏବେ ଟିଭି ପରଦାରେ ନିଜ ପ୍ରତିଭାର ପରିଚୟ ଦେଖାଉଛନ୍ତି। ପ୍ରତିଭାର ବିକାଶ ଲାଗି ସୁଯୋଗ ପାଉ ନ ଥିବା ଏହି ପିଲାମାନେ ଏବେ ପହଞ୍ଚତ୍ଛନ୍ତି ମାୟାନଗରୀ ମୁମ୍ବାଇରେ। ସୋନି ଟିଭିର ରିଆଲିଟି ଶୋ ଇଣ୍ଡିଆ ଗ୍ରେଟ୍‌ ଟ୍ୟାଲେଣ୍ଟର ପ୍ରଥମ ରାଉଣ୍ଡରୁ ଉନ୍ନୀତ ହୋଇ ପହଞ୍ଚତ୍ଛନ୍ତି ଦ୍ୱିତୀୟ ରାଉଣ୍ଡରେ।


Enter your email to get our daily news in your inbox.

All Right Reserved By Dharitri.Com

ଭୟରେ ଗାଁ ଛାଡ଼ୁଥିଲେ ଲୋକେ: ଶେଷରେ ମିଳିଲା କଟାମୁଣ୍ଡ

ମାଲକାନଗିରି,୧୦।୧୨(ଦୁର୍ଯ୍ୟୋଧନ ପାତ୍ର): ଶେଷରେ ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ। କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ। ୪ ତାରିଖରେ ମୁଣ୍ଡବିହୀନ ମୃତଦେହ ଉଦ୍ଧାର...

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ପୋଡ଼ାଜଳା ପରେ ଏମ୍‌ଭି-୨୬ ଗାଁ ଛାଡୁଛନ୍ତି ଲୋକେ

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ମନମୋହୁଛି ମାଲ୍ୟବନ୍ତ ମହୋତ୍ସବ: ଆଜି ଆସିବେ ଓଡ଼ିଆ ସୁପରଷ୍ଟାର ବାବୁଶାନ

କାଲିମେଳା, ୪।୧୨(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲାର ସବୁଠାରୁ ବଡ଼ ସାଂସ୍କୃତିକ ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ ଏବେ ପୂରା ଜିଲା ସମେତ ବ୍ଲକ ସ୍ତରରେ ମହାଆଡମ୍ବର...

ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା: ଆତ୍ମସମର୍ପଣ କଲେ ୩୭ ମାଓବାଦୀ

ମାଲକାନଗିରି,୨୨ା୧୧(ଗୌରିଶଙ୍କର ପଣ୍ଡା): ମାଲକାନଗିରି ଜିଲା ସୀମାନ୍ତ ତେଲଙ୍ଗାନାରେ ୩୭ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ପୋଲିସ ପାଇଁ ଏହା ବଡ ସଫଳତା ହୋଇଥିବା ମାଓବାଦୀ ସଂଗଠନକୁ ଶକ୍ତ...

ଜଳପ୍ରପାତରେ ନିଖୋଜ: ୩ ଦିନ ପରେ ମିଳିଲା ଆଉ ଜଣେ ଛାତ୍ରଙ୍କ ମୃତଦେହ

ଗୋବିନ୍ଦପାଲି,୨୧।୧୧(କାର୍ତ୍ତିକ ରଥ): ମାଲକାନଗିରି ଜିଲା ଗୋବିନ୍ଦପାଲି ନିକଟ ଗୁମ୍ମାଝରଣ ଜଳପ୍ରପାତରେ ବୁଡି ୨ ଛାତ୍ର ନିଖୋଜ ଘଟଣାରେ ବୁଧବାର ଜଣେ ଛାତ୍ରଙ୍କ ମୃତଦେହ ମିଳିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri