ଇସ୍ରାଇଲ: କରୋନା ଭାକ୍ସିନ ନେବା ପରେ ପାରାଲିସସ୍‌ର ସମ୍ମୁଖୀନ ହେଲେ ୧୩ ବ୍ୟକ୍ତି

ଜେରୁସେଲମ,୧୭।୧: ଇସ୍ରାଏଲରେ କରୋନା ଭାକ୍ସିନ ନେବା ପରେ ଅତିକମ୍‌ରେ ୧୩ ଜଣ ବ୍ୟକ୍ତିଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କିଛି ଲୋକ ମଧ୍ୟମ ଧରଣର ମୁଖ ପାରାଲିସସ୍‌ (ପକ୍ଷାଘାତ)ର ସମ୍ମୁଖୀନ ହୋଇଥିବା ସ୍ପଷ୍ଟ କରିଛି ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ଏଭଳି ସମ୍ମସ୍ୟାର ସମ୍ମୁଖୀନ ହେଉଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିପାରେ। ପାରାଲିସିସ୍‌ ସମ୍ମୁଖୀନ ହୋଇଥିବା ବ୍ୟକ୍ତିଙ୍କୁ ଭାକ୍ସିନର ଦ୍ୱିତୀୟ ଡୋଜ ନ ନେବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞମାନେ।

ଇସ୍ରାଏଲରେ କୋଭିଡ୍‌-୧୯ ଟିକାକରଣ ପ୍ରକ୍ରିୟା ଗତବର୍ଷ ଡିସେମ୍ବର ୨୦ ତାରିଖରୁ ଆରମ୍ଭ ହୋଇଛି। ଦେଶର ୭୨ ପ୍ରତିଶତ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଭାକ୍ସିନ ଦିଆଯାଇସାରିଛି। ଉଲ୍ଲେଖଥାଉ କି, ଫାଇଜର ଟିକା ନେବା ପରେ ନରଓ୍ବେରେ ଜଣେ ୨୩ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ଏହା ପୂର୍ବରୁ ବ୍ରିଟେନରେ ଗତ ଡିସେମ୍ବର ଶେଷ ଆଡ଼କୁ ଫାଇଜର ଟିକାର ଟ୍ରାଏଲ ବେଳେ ୪ ସ୍ବାସ୍ଥ୍ୟକର୍ମୀ ମୁଖ ପକ୍ଷାଘାତ୍‌ର ସମ୍ମୁଖୀନ ହୋଇଥିଲେ।

Share