୧୩ ନଥିପତ୍ର ଉଭାନ, ୮୬.୫ କୋଟିର ହିସାବ ମିଳୁନି

ଯାଜପୁର,୨୧ା୧(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାର ଖଣି ଓ ଶିଳ୍ପ ସମୃଦ୍ଧ ତଥା ସର୍ବାଧିକ ରାଜସ୍ବ ଆଦାୟ ହେଉଥିବା ସୁକିନ୍ଦା ବ୍ଲକରେ ବ୍ୟାପକ ଦୁର୍ନୀତିର ଗନ୍ଧ ବାରି ହୋଇପଡ଼ିଛି। ୨୦୨୧-୨୨ ବର୍ଷର ଲୋକାଲ ଫଣ୍ଡ ଅଡିଟ ରିପୋର୍ଟରେ ସୁକିନ୍ଦା ବ୍ଲକ ପ୍ରଶାସନର କାର୍ଯ୍ୟାଧାରାକୁ ଏକଚାଟିଆ ଓ ଅଗଣତାନ୍ତ୍ରିକ ବୋଲି ଅଭିହିତ କରାଯାଇଛି। ଏହାବାଦ୍‌ ବିଭିନ୍ନ ଟିକସ ବାବଦରେ ୪୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜମା କରିବାରେ ବିଫଳ ହୋଇଥିବା ବ୍ଲକ ପ୍ରଶାସନ ୧୩ଟି ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ଅଡିଟ୍‌ ଟିମ୍‌ ନିକଟରେ ଦାଖଲ କରିପାରିନାହିଁ। ବିଶେଷକରି ୩୧ା୩ା୨୦୨୨ ସୁଦ୍ଧା ୮୬.୫ କୋଟି ଟଙ୍କାର ହିସାବ ଦେଇ ପାରିନାହିଁ। ଅଡିଟ୍‌ ଟିମ୍‌ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଖର୍ଚ୍ଚ ଉପରେ ପ୍ରଶ୍ନ କରିଥିବାବେଳେ ବ୍ଲକ ପ୍ରଶାସନ ଓ ସ୍ଥାନୀୟ ଲୋକ ପ୍ରତିନିିଧି ନିରବ ରହି ଏଭଳି ଅନିୟମିତତାକୁ ପରୋକ୍ଷରେ ସ୍ବୀକାର କରିଥିବା ମନେହୋଇଛି।
ଏହି ବ୍ଲକରେ ନଗଡ଼ା, ଗୁହିଆଶାଳ, ତୁମୁଣି ଭଳି ଆଦିବାସୀ ଅଧ୍ୟୁଷିତ ଏବଂ ଅବହେଳିତ ଅଞ୍ଚଳ ରହିଛି। ଏହାର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଥିବାବେଳେ ବ୍ଲକ ପ୍ରଶାସନର କାର୍ଯ୍ୟ ବିକାଶ ବଦଳରେ ବିନାଶ ଆଡକୁ ଗତି କରୁଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ୫୪୯.୮୯ ବର୍ଗ କିଲୋମିଟର ଅଞ୍ଚଳକୁ ନେଇ ଗଠିତ ସୁକିନ୍ଦା ବ୍ଲକରେ ୧,୪୩,୭୯୦ ଜଣ ବସବାସ କରନ୍ତି। ସେଥିମଧ୍ୟରୁ ଏସ୍‌ସି ୧୬୦୬୫, ଏସ୍‌ଟି ୫୩୫୭୧ ଓ ସାଧାରଣ ବର୍ଗର ୭୪୧୫୪ ଜଣ ରହିଛନ୍ତି। ୨୦୨୧-୨୨ ବର୍ଷର ଅଡିଟ ରିପୋର୍ଟ ସର୍ବସାଧାରଣରେ ପ୍ରକାଶ ପାଇବା ପରେ ଜଣାପଡ଼ିଛି ଯେ, ପୂର୍ବବର୍ଷର ବଳକାକୁ ମିଶାଇ ସମୁଦାୟ ୧୨୫.୫୬ କୋଟି ଟଙ୍କା ବ୍ଲକ୍‌ ପ୍ରଶାସନ ନିକଟରେ ମହଜୁଦ ରହିଥିଲା। ଅଡିଟ୍‌ ସମୟ ପର୍ଯ୍ୟନ୍ତ ୪୩.୩୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ବ୍ଲକର ଖଣି ଅଞ୍ଚଳକୁ ନେଇ ଗଠିତ ଡିଏମ୍‌ଏଫ୍‌ (ଜିଲା ଖଣିଜ ପ୍ରତିଷ୍ଠାନ)ରେ ସର୍ବାଧିକ ପାଣ୍ଠି ରହିଛି। କିନ୍ତୁ ଏହି ପାଣ୍ଠିର ଠିକ୍‌ ବିନିଯୋଗ ହୋଇ ନଥିବାରୁ ବ୍ଲକ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ଏଯାଏ ବହୁ ଦୂରରେ ରହିଥିବା ଅଭିଯୋଗ ହୋଇଆସୁଛି। ବିଶେଷକରି ବ୍ଲକ ପ୍ରଶାସନର କାର୍ଯ୍ୟଧାରା ବିଭିନ୍ନ ଅନିୟମିତତାକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଠିକାସଂସ୍ଥା ସହିତ ହୋଇଥିବା ଚୁକ୍ତି ରେଜିଷ୍ଟର, ଟେଣ୍ଡର ନିର୍ଦ୍ଦେଶ ରେଜିଷ୍ଟର, ଟେଣ୍ଡର ଦାଖଲ, ରେଭିନ୍ୟୁ, ଲୋନ୍‌, ସୁରକ୍ଷା, ଟ୍ୟାକ୍ସ ରିସିପ୍ଟ ଇତ୍ୟାଦି ରେଜିଷ୍ଟର କିମ୍ବା ରେକର୍ଡ ଅଡିଟ୍‌ ଟିମ୍‌ ନିକଟରେ ଦାଖଲ ହୋଇପାରିନାହିଁ। ଏହାବାଦ୍‌ ବ୍ଲକ ପ୍ରଶାସନ ପକ୍ଷରୁ ଡବଲ ଷ୍ଟାଣ୍ଡାର୍ଡ କ୍ୟାଶ୍‌ବୁକ୍‌ ପରିଚାଳନ୦ା କରାଯାଇଥିବା ଅଡିଟ୍‌ ରିପୋର୍ଟରେ ଦର୍ଶାଯାଇଛି। ମାନୁଏଲ କ୍ୟାଶ୍‌ବୁକ ବ୍ୟବହାର ହେଉ ନ ଥିବାବେଳେ ଏପ୍ରକାର ବ୍ୟକ୍ତିଗତ କ୍ୟାଶ୍‌ବୁକ୍‌ ବ୍ୟବହାର କରାଯାଉଛି, ଯାହାକି ଅତି ଅନିୟମିତତା ବୋଲି କୁହାଯାଇଛି। ଏହାକୁ ସମ୍ପୃକ୍ତ ଅଧିକାରୀ ସ୍ବୀକାର କରିବା ସହ ଭବିଷ୍ୟତରେ ଉକ୍ତ ନିୟମାବଳୀର ପାଳନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପକ୍ଷେ ବ୍ଲକ ପ୍ରଶାସନ ଦ୍ୱାରା ପରିଚାଳିତ କରେଣ୍ଟ ଆକାଉଣ୍ଟରେ ୩୯.୧୪ ଲକ୍ଷ ଟଙ୍କା ପଡ଼ିରହିଛି। ବିଭିନ୍ନ ଅଧିକାରୀ ଓ କର୍ମଚାରୀମାନଙ୍କ ପାଖରେ ବର୍ଷକୁ ବର୍ଷ ମିଶାଇ ୧.୨୫ କୋଟି ଟଙ୍କା ଅଗ୍ରିମ ରହିଥିବାବେଳେ ବ୍ଲକ ପ୍ରଶାସନ ଆଡ୍‌ଜେଷ୍ଟମେଣ୍ଟ କରିବାରେ ବିଫଳ ରହିଛି। ସେହିପରି ୨୦୧୬-୧୭ ରୁ ୨୦୨୧-୨୨ ପର୍ଯ୍ୟନ୍ତ ୮୬.୦୫ କୋଟି ଟଙ୍କା ବିନିଯୋଗ ପତ୍ର ଦାଖଲ ବାକି ରହିଛି। ଫଳରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟପାଇଁ ପରବର୍ତ୍ତୀ ଅନୁଦାନ ପାଇବାରେ ବାଧା ସୃଷ୍ଟି ହୋଇପାରେ ବୋଲି ଅଡିଟ୍‌ ରିପୋର୍ଟରେ ଆଶଙ୍କା ପ୍ରକାଶ କରାଯାଇଛି। ତେଣୁ ବିଡିଓଙ୍କୁ ତୁରନ୍ତ ୟୁସି ଦାଖଲ ପ୍ରକ୍ରିୟା ସମ୍ପନ୍ନ କରିବାକୁ ପରାମର୍ଶ ଦିଆଯାଇଛି। ଏହାବାଦ୍‌ ୫୫.୪୫ ଲକ୍ଷ ଟଙ୍କାର ପିଭିସି ପାଇପ କିଣାରେ ବ୍ୟାପକ ଦୁର୍ନୀତି ହୋଇଛି। ଅନ୍ୟପକ୍ଷରେ ଆବଶ୍ୟକତାଠାରୁ ବହୁ ଗୁଣ ଅଧିକ ପେମେଣ୍ଟ କରାଯାଇଥିବା ଅଡିଟ ରିପୋର୍ଟରେ ସ୍ପଷ୍ଟ ହୋଇଛି।
ସୂଚନାଯୋଗ୍ୟ, ସୁକିନ୍ଦା ବ୍ଲକରେ ୨୦ରୁ ଉର୍ଦ୍ଧ୍ୱ ବୃହତ୍‌ କ୍ରୋମାଇଟ ଖଣି ରହିଛି। ତଥାପି ଏହି ଅଞ୍ଚଳର ରାସ୍ତା, ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି ଭଳି ଅନେକ ମୌଳିକ ସମସ୍ୟା ଏଯାଏ ସମ୍ପୂର୍ଣ୍ଣ ଭାବେ ସମାଧାନ ହୋଇପାରିନାହିଁ। ଅନ୍ୟପକ୍ଷରେ ବିପୁଳ କୋଟି ଅର୍ଥ ବିନିଯୋଗ କରୁଥିବା ବ୍ଲକ ପ୍ରଶାସନର ଖାମଖିଆଲି ମନୋଭାବ ଏବଂ ଆନ୍ତରିକତାର ଅଭାବ ଯୋଗୁ ଏବେ ବି ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ବିକାଶ ଉପଯୁକ୍ତ ଭାବେ ପହଞ୍ଚିପାରି ନ ଥିବା ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

କେସିଙ୍ଗା, ୧୩।୮( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ, ଅନ୍ୟ କେତେକ ସ୍କୁଲରେ ଅଧିକ ଶିକ୍ଷକ ରହିଛନ୍ତି। ଏହି…

ଗାଁ ମୁହାଁ ୪ ଟିକିଆ ହାତୀ: ଭୟରେ କୋତାଗୁଡା ଗ୍ରାମବାସୀ

ଗୁଣପୁର,୧୩।୮(ସୁଜାତା ପାଢ଼ୀ):ରାୟଗଡା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କୋତାଗୁଡା ଗାଁ ନିକଟରେ ଗୁରୁବାର ସକାଳେ ୪ ଟିକିଆ ହାତୀଙ୍କୁ ଦେଖିବାକୁ ମିଳିଛି l କାଦୁଆ ରାସ୍ତା…

ଭଞ୍ଜନଗର ଥାନା ଏସଆଇଙ୍କୁ ଡିଜିପି ଡିସ୍କ ଆୱାର୍ଡ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୧୩।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଏସଆଇ ସମୀର କୁମାର ସେଠୀଙ୍କୁ ବୁଧବାର ଡିଜିପି ଡିସ୍କ ଆୱାର୍ଡ଼ ମିଳିଛି। କଟକ ଠାରେ ଆୟୋଜିତ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ…

ରାସ୍ତାର ସ୍ଥିତି ଶୋଚନୀୟ: ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ନନ୍ଦପୁର, ୧୩/୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପରଜା ବଡପଡ଼ା ପଞ୍ଚାୟତର ଶ୍ରିଗାମପୁଟ ଗାଁକୁ ସଂଯୋଗ ରାସ୍ତାର ଶୋଚନୀୟ ସ୍ଥିତି ଗୁରୁବାର ସକାଳୁ ଜନନୀଯନ୍ତ୍ରଣାର କାରଣ…

କଟକରେ ଲଜ୍ଜା: କଥା ହେବା ବାହାନାରେ ନାବାଳିକାଙ୍କୁ ହୋଟେଲକୁ ଡାକି ନେଇ ଗଣବଳାତ୍କାର କଲେ ସହପାଠୀ

କଟକ, ୧୩।୮(ପ୍ରଭୁ କଲ୍ୟାଣ ପାଲ୍‌): କଟକରେ ଲଜ୍ଜା। ନାବାଳିକାଙ୍କୁ ହୋଟେଲକୁ ନେଇ ଗଣବଳାତ୍କାର ଅଭିଯୋଗ। ବାଦାମବାଡ଼ି ଥାନା ଅଂଚଳରେ ଘଟିଛି ଏହି ସଙ୍ଗୀନ ଘଟଣା। ଜଣେ ନାବାଳିକାଙ୍କୁ…

ରାଶନ ନେଉଥିବା ଲୋକଙ୍କ ପାଇଁ ଜରୁରୀ ଖବର: ଏଣିକି ଖାତାକୁ ଆସିବ ଟଙ୍କା, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୩।୮: ଚଣ୍ଡୀଗଡ଼ ଏବଂ ଦାଦ୍ରା ଓ ନଗର ହାବେଳି ଏବେ ଏପରି ଦୁଇଟି କେନ୍ଦ୍ରଶାସିତ ପ୍ରଦେଶ ହୋଇଛି, ଯେଉଁଠାରେ ୧୪ ଅଗଷ୍ଟ ୨୦୨୬ରୁ ସରକାର ଡିଜିଟାଲ ରୁପି…

ନାଁରେ ଆସିଲା ସାଂଘାତିକ ଅଭିଯୋଗ, ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି,୧୩।୮(ଗିରିଧାରୀ ପରିଛା): ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଗଜପତି ଜିଲାର ଗୁରାଣ୍ଡି ସିଏଚ୍‌ସିର ପୂର୍ବତନ ଭାରପ୍ରାପ୍ତ ମେଡିକାଲ ଅଧିକାରୀ ଡାକ୍ତର ପତିତପାବନ ବାରିକଙ୍କୁ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri