ମାଙ୍କଡ଼ ଆତଙ୍କ: ସିଧା ଆସି ଧରିଲା ଅଣ୍ଟାକୁ …

ବନ୍ତ,୧୮।୦୪(କିଶୋର କୁମାର ସେଠୀ): ମାଙ୍କଡ଼ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ଆହତ ବ୍ୟକ୍ତିଜଣକ ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ତାଳପଦା ଗ୍ରାମର ଦାମୋଦର ବାରିକ (୫୮) । ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ଦିନ ଦାମୋଦର ନିଜ ଗ୍ରାମର କେତେକ ସାଙ୍ଗସାଥୀଙ୍କ ସହ ନିକଟସ୍ଥ ଚକ୍ରତୀର୍ଥ ବୁଲିବାକୁ ଯାଇଥିଲେ। ସେଠାରେ ପ୍ରାକୃତିକ ପରିବେଶ ମଧ୍ୟରେ ବସି ସମସ୍ତେ ଖାଦ୍ୟ ଖାଉଥିବା ସମୟରେ ହଠାତ ଏକ ମାଙ୍କଡ଼ ସେଠାକୁ ଆସି ଖାଦ୍ୟ ଝାମ୍ପି ନେବାକୁ ଚେଷ୍ଟା କରିଥିଲା। ଏହି ସମୟରେ ଦାମୋଦର ବାଧା ଦେବାରୁ ମାଙ୍କଡ଼ଟି ହିଂସ୍ର ହୋଇ ତାଙ୍କୁ ଆକ୍ରମଣ କରିଥିଲା। ମାଙ୍କଡ଼ଟି ତାଙ୍କ ଅଣ୍ଟାକୁ ଏଭଳି ଭାବେ କାମୁଡ଼ି ଧରିଥିଲା ଯେ, ସେଠାରୁ ରକ୍ତସ୍ରାବ ହୋଇଥିଲା ସାଙ୍ଗରେ ଥିବା ଅନ୍ୟ ବ୍ୟକ୍ତିମାନେ ଦାମୋଦରଙ୍କୁ ମାଙ୍କଡ଼ ମୁହଁରୁ ଉଦ୍ଧାର କରି ତୁରନ୍ତ ବନ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ଜରୁରୀକାଳୀନ ଚିକିତ୍ସା ଯୋଗାଇ ଦିଆଯିବା ସହ ଆଣ୍ଟି-ରାବିସ ଇଞ୍ଜେକ୍ସନ ଦିଆଯାଇଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ।

Dharitri – Odisha’s No.1 Odia Daily

Share