୧୩ ସୁନାଖଣି ବିକିବ କେନ୍ଦ୍ର

ନୂଆଦିଲ୍ଲୀ,୧୫ା୮: କେନ୍ଦ୍ର ସରକାର ଆନ୍ଧ୍ର ପ୍ରଦେଶ ଓ ଉତ୍ତର ପ୍ରଦେଶରେ ଥିବା ୧୩ଟି ସୁନାଖଣି ବିକ୍ରି କରିବା ପାଇଁ ମସୁଧା ଚଳାଇଛନ୍ତି। ଗତ ବର୍ଷ ମାଇନିଂ ଆକ୍ଟ, ୨୦୧୫ରେ ସଂଶୋଧନ ଅଣାଯିବା ପରେ ଏବେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ପାଇଁ ଏହି ସୁନାଖଣିଗୁଡ଼ିକୁ ନିଲାମ କରିବାକୁ ସରକାର ଲକ୍ଷ୍ୟ ରଖିଥିବା କେତେକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।
ରିପୋର୍ଟ ଅନୁସାରେ ନିଲାମ ହେବାକୁ ଥିବା ସୁନାଖଣିଗୁଡ଼ିକ ମଧ୍ୟରୁ ୧୦ଟି ଆନ୍ଧ୍ରରେ ଥିବାବେଳେ ୩ଟି ୟୁପିରେ ରହିଛି। ଆନ୍ଧ୍ରର ୧୦ ଗୋଲ୍ଡ ବ୍ଲକ୍‌ ମଧ୍ୟରୁ ୫ଟି ଆସନ୍ତା ୨୬ ତାରିଖରେ ନିଲାମ ହୋଇପାରେ। ଅବଶିଷ୍ଟ ୫ ସୁନାଖଣିକୁ ଅଗଷ୍ଟ ୨୯ରେ ନିଲାମ କରାଯାଇପାରେ ବୋଲି ଏଥିରେ ଦର୍ଶାଯାଇଛି। ଆନ୍ଧ୍ରର ସୁନାଖଣିଗୁଡ଼ିକ ମଧ୍ୟରେ ରହିଛି ରାମଗିରି ନର୍ଥ ବ୍ଲକ୍‌, ବୋକ୍‌ସାମ୍‌ପଲ୍ଲୀ ନର୍ଥ ବ୍ଲକ୍‌, ବୋକ୍‌ସାମ୍‌ପଲ୍ଲୀ ସାଉଥ୍‌ ବ୍ଲକ୍‌, ଜାଭାକୁଲା-ଏ ବ୍ଲକ୍‌, ଜାଭାକୁଲା-ବି ବ୍ଲକ୍‌, ଜାଭାକୁଲା-ସି ବ୍ଳକ୍‌, ଜାଭାକୁଲା-ଡି ବ୍ଲକ୍‌, ଜାଭାକୁଲା-ଇ ବ୍ଲକ୍‌ ଏବଂ ଜାଭାକୁଲା-ଏଫ୍‌ ବ୍ଲକ୍‌। ଏହି ସୁନାଖଣିଗୁଡ଼ିକର ନିଲାମି ପାଇଁ ଗତ ମାର୍ଚ୍ଚରେ ଟେଣ୍ଡର ଆହ୍ବାନ କରାଯାଇଥିଲା। ସେହିପରି ଉତ୍ତର ପ୍ରଦେଶର ସୋନଭଦ୍ରା ସ୍ଥିତ ସୋନାପାହାଡ଼ି ବ୍ଲକ୍‌ ଓ ବିଅଦଣ୍ଡ ବ୍ଲକ୍‌ ସମେତ ୩ଟି ଖଣି ମଧ୍ୟ ଚଳିତ ମାସରେ ନିଲାମ କରାଯିବ। କିନ୍ତୁ ଏଥିଲାଗି କୌଣସି ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ କରାଯାଇନାହିଁ। ଏହି ୩ ସୁନାଖଣି ନିଲାମ ପାଇଁ ଗତ ମେ’ ୨୧ରେ ଟେଣ୍ଡର ଆହ୍ବାନ କରାଯାଇଥିଲା।
ଖନନ ଆଇନ, ୨୦୧୫ରେ ସଂଶୋଧନ ପରେ ନିଲାମି ଜରିଆରେ ଖଣିଜ ବ୍ଲକ୍‌ଗୁଡ଼ିକର ଆବଣ୍ଟନ କରାଯାଉଛି। ଅଗଷ୍ଟ ୪ ସୁଦ୍ଧା ରାଜ୍ୟଗୁଡ଼ିକ ପକ୍ଷରୁ ମୋଟ ୧୯୯ ଖଣିଜ ବ୍ଲକ୍‌ ନିଲାମ କରାଯାଇଥିଲା। ଗତ ଆର୍ଥିକବର୍ଷରେ ୪୫ ଖଣିଜ ବ୍ଲକ୍‌କୁ ନିଲାମି ପାଇଁ ରଖାଯାଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ଏଥିରୁ ପର୍ଯ୍ୟାପ୍ତ ରାଜସ୍ବ ପାଉଥିବା କହିଥିଲେ। ଖଣି ମନ୍ତ୍ରଣାଳୟ ୨୦୧୫ର ଆଇନରେ ସଂଶୋଧନ ଲାଗି ମିନେରାଲ୍ସ (ଏଭିଡେନ୍ସ ଅଫ୍‌ ମିନେରାଲ କଣ୍ଟେଣ୍ଟ୍‌ସ) ସେକେଣ୍ଡ ଆମେଣ୍ଡମେଣ୍ଟ ରୁଲସ୍‌-୨୦୨୧, ମିନେରାଲ (ଅକ୍ସନ) ଫୋର୍ଥ ଆମେଣ୍ଡମେଣ୍ଟ ରୁଲ୍ସ-୨୦୨୧ ଉପରେ ବିଜ୍ଞପ୍ତି ଜାରି କରିଥିଲା। ଖଣି ନିଲାମି ନିୟମରେ ସଂଶୋଧନ ଫଳରେ ବ୍ଲକ୍‌ଗୁଡ଼ିକୁ ବିକ୍ରି ପ୍ରକ୍ରିୟାରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବ ବୋଲି ପୂର୍ବରୁ ଖଣି ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ କୁହାଯାଇଥିଲା। ରାଜ୍ୟଗୁଡ଼ିକ, ଶିଳ୍ପ ସଂଘ, ଖନନକାରୀ, ଅନ୍ୟ ପକ୍ଷ ଓ ଜନସାଧାରଣଙ୍କ ସହ ବିଚାରବିମର୍ଶ ପରେ ଏହି ସଂଶୋଧନ ଅଣାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ପ୍ରେମ ସପ୍ତାହରେ ରକ୍ତରଂଜିତ କାହାଣୀ: ତ୍ରିକୋଣୀୟ ପ୍ରେମକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ

ଭୁବନେଶ୍ୱର,୯।୨: ରାଜଧାନୀ ଭୁବନେଶ୍ୱରରେ ଏକ ସିନେମା ଷ୍ଟାଇଲ୍‌ରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ‘ଚକୋଲେଟ୍ ଡେ’ ପାଳନ ପରେ ପ୍ରେମିକର ବେକ କାଟି ହତ୍ୟା କରିବା ସହ ପ୍ରମାଣ…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

ଗୁରୁବାର ଭାରତ ବନ୍ଦ ଡାକରା: କ’ଣ ରହିବ ଖୋଲା, କ’ଣ ବନ୍ଦ, ଜାଣନ୍ତୁ…

ନୂଆଦିଲ୍ଲୀ,୯।୨: କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଦ୍ୱାରା କୃଷକ ସଂଗଠନଗୁଡ଼ିକର ଦୃଢ଼ ସମର୍ଥନ ସହିତ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଫେବୃଆରୀ ୧୨ ତାରିଖ ଅର୍ଥାତ୍‌ ଗୁରୁବାର ଭାରତରେ…

ଏପ୍ରିଲ ୧ରୁ ଲାଗୁ ହେବାକୁ ଯାଉଛି ନୂଆ ଆୟକର ଆଇନ, ଜାଣନ୍ତୁ କରଦାତାଙ୍କ ପାଇଁ କ’ଣ ହେବ ପରିବର୍ତ୍ତନ…

ନୂଆଦିଲ୍ଲୀ,୯।୨: ଦେଶର ଆୟକର ବ୍ୟବସ୍ଥାରେ ୧ ଏପ୍ରିଲ, ୨୦୨୬ରୁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri