୬ ମାସରେ ବିଦାୟ ନେଇଛନ୍ତି ଏହି ୧୨ କଳାକାର

ବମ୍ବେ: ଚଳିତ ବର୍ଷ ବଲିଉଡ୍‌ ପାଇଁ ଏକ ଖରାପ ବର୍ଷ କହିଲେ ଭୁଲ ହେବ ନାହିଁ। ଏହି ୬ ମାସ ମଧ୍ୟରେ ବଲିଉଡ୍‌ ୧୩ଜଣ ଅଭିନେତାଙ୍କୁ ହରାଇଛି, ଯାହାକି ପ୍ରଶଂସକଙ୍କ ପାଇଁ କୌଣସି ଝଟ୍‌କାଠାରୁ କମ୍‌ ନୁହେଁ।

ଏପ୍ରିଲ ୨୯ ତାରିଖରେ ଅଭିନେତା ଇରଫାନ୍‌ ଖାଁଙ୍କ ଦେହାନ୍ତ ହୋଇଥିଲା। କର୍କଟରେ ପୀଡ଼ିତ ଥିଲେ ସେ। ଶେଷରେ ସେ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଥିଲେ।

ଇରଫାନ୍‌ଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ଅର୍ଥାତ ଏପ୍ରିଲ ୩୦ରେ ଅଭିନେତା ଋଷି କପୁରଙ୍କ ନିଧନ ହୋଇଥିଲା। ସେ ମଧ୍ୟ ଦୀର୍ଘ ଦିନରୁ କ୍ୟାନ୍‌ସରରେ ପୀଡ଼ିତ ଥିଲେ। କରୋନା ଯୋଗୁ ଲକ୍‌ଡାଉନ୍‌ କଟକଣା ଥିବାରୁ ଲୋକମାନେ ତାଙ୍କ ଶେଷ ଦର୍ଶନରେ ସାମିଲ ହୋଇପାରି ନ ଥିଲେ।

ଜୁନ୍‌ ୧ରେ ଗାୟତ ତଥା ଖ୍ୟାତନାମା ସଙ୍ଗୀତକାର ଓ୍ବାଜିଦ୍‌ ଖାଁଙ୍କ ପରଲୋକ ଘଟିଥିଲା। ସେ କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ। କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।

ଜୁନ୍‌ ୧୪ ତାରିଖରେ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁକୁ ନେଇ ଏବେ ବି ପ୍ରଶଂସକ ଦୁଃଖରେ ଅଛନ୍ତି। ସେ ଅନେକ ହିଟ୍‌ ଫିଲ୍ମରେ କାମ କରିଥିଲେ।

୨୦୨୦ରେ ଅଭିନେତା ମୋହିତ ବଘେଲଙ୍କ ମୃତ୍ୟୁ ଘଟିଛି। ମେ ୨୩ ତାରିଖରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କ୍ୟାନ୍‌ସର ସହ ଲଢ଼ୁଥିବା ବେଳେ ତାଙ୍କୁ ମାତ୍ର ୨୭ ବର୍ଷ ବୟସ ହୋଇଥିଲା।

ମେ ୧୬ରେ ମନମିତ ଗ୍ରେଭାଲ ଆତ୍ମହତ୍ୟା କରିଛନ୍ତି। ସେ ଟେଲିଭିଜନ ଜଗତର ପରିଚିତ ନାମ ଥିଲେ। ଅଭିନେତା ସଚିନ କୁମାର ମେ’ ୧୫ ତାରିଖରେ ହୃଦ୍‌ଘାତରେ ପ୍ରାଣ ହରାଇଥିଲେ। ଏହାଛଡ଼ା ଲୋକପ୍ରିୟ ଗାୟକ ଯୋଗେଶ ଗୌରଙ୍କ ମେ’ ୨୯ ତାରିଖରେ ମୃତ୍ୟୁ ଘଟିଛି। ମେ’ ୧୦ ତାରିଖରେ ଅଭିନେତା ସାଇ ଗୁଣ୍ଡେବରଙ୍କ ନିଧନ ହୋଇଛି।

ଧାରାବାହିକ କ୍ରାଇମ୍‌ ପାଟ୍ରୋଲର ଅଭିନେତା ସଫିକ୍‌ ଅନ୍‌ସାରୀଙ୍କ କ୍ୟାନ୍‌ସରରେ ପୀଡ଼ିତ ହୋଇ ମୃତ୍ୟୁ ଘଟିଛି। ବାସୁ ଚାଟାର୍ଜୀ ମଧ୍ୟ ୨୦୨୦ରେ ସମସ୍ତଙ୍କୁ ଅଲବିଦା କହିଛନ୍ତି। ୨୫ ବର୍ଷ ବୟସରେ ଅଭିନେତ୍ରୀ ପ୍ରେକ୍ଷା ମେହେଟ୍ଟା ଆତ୍ମହତ୍ୟା କରିଛନ୍ତି। ସେ କ୍ରାଇମ୍‌ ପାଟ୍ରୋଲରେ ନଜର ଆସୁଥିଲେ। ଏହାଛଡ଼ା ଅଭିନେତ୍ରୀ ନିମ୍ମିଙ୍କ ଦେହାନ୍ତ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ପୋଲିସ -ଗ୍ରାମବାସୀ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri